ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ କାର୍ଯ୍ୟକ୍ରମ
ଜମନକିରା : ଜମନକିରା ସଦର ଓ ଆଖପାଖ ଅଂଚଳର ବହୁ ସତସଙ୍ଗୀ ଓ ଜମନକିରା ଗ୍ରାମବାସୀଙ୍କ ଅପାର ସହଯୋଗରେ ଆଜି ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି l ଏଥିରେ ବାମରା ରୁ ସହ ପ୍ରତି ଋତ୍ଵିକ ବିନୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସମ୍ବଲପୁର ରୁ ସହ ପ୍ରତି ଋତ୍ଵିକ ରମେଶ ଚନ୍ଦ୍ର ମିଶ୍ର ଯୋଗଦେଇ ସତସଙ୍ଗ ମାଧ୍ୟମରେ ଲୋକଙ୍କୁ […] The post ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ କାର୍ଯ୍ୟକ୍ରମ appeared first on Odisha.News.

ଜମନକିରା : ଜମନକିରା ସଦର ଓ ଆଖପାଖ ଅଂଚଳର ବହୁ ସତସଙ୍ଗୀ ଓ ଜମନକିରା ଗ୍ରାମବାସୀଙ୍କ ଅପାର ସହଯୋଗରେ ଆଜି ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି l ଏଥିରେ ବାମରା ରୁ ସହ ପ୍ରତି ଋତ୍ଵିକ ବିନୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସମ୍ବଲପୁର ରୁ ସହ ପ୍ରତି ଋତ୍ଵିକ ରମେଶ ଚନ୍ଦ୍ର ମିଶ୍ର ଯୋଗଦେଇ ସତସଙ୍ଗ ମାଧ୍ୟମରେ ଲୋକଙ୍କୁ ଆଧ୍ୟାତ୍ମିକତା ଦିଗରେ ପଥ ପ୍ରଦର୍ଶିତ କରିଥିଲେ।ପ୍ରାରମ୍ଭିକ ସୂଚନା ସଂଜୀବ ପଟେଲ ଦେଇଥିବା ବେଳେ
ଭଜନ କୀର୍ତନ ସୁରେନ୍ଦ୍ର ସେଠ, ହରିବଂଶ ସେଠ,ଚିତ୍ତରଞ୍ଜନ ପରିଜା, କିରନ ସାହୁ, ଜିଗର ସାହୁ, ଜୁନିଅର ସାହୁ, ବିମଲ ଚନ୍ଦ୍ର ଦାସ, ବିବେକ ଦୁବେ, ଯାମେଶ୍ୱର ସତୁଆ ଏବଂ ପ୍ରଦୀପ ବେହେରା ପ୍ରମୁଖ ସତସଙ୍ଗ ଓ ବାଦ୍ୟଯନ୍ତ୍ର ପରିବେଷଣ କରିଥିଲେ। ଏଥିରେ ଅଶୋକ ପଦାର, ହେମନ୍ତ ପଟେଲ, ରାମ ନାରାୟଣ ସାହୁ, ଜିତେନ୍ ପଧାନ, ସନ୍ତୋଷ ପଧାନ, ସୁବ୍ରତ ବଢ଼େଇ, ଲୁକେଶ ପଟେଲ, ବାପି ସେଠ, ପ୍ରଫୁଲ୍ଲ ପଟେଲ, ବିନୟ ଦାସଙ୍କ ପ୍ରେରଣା ପ୍ରଦାନ କରିଥିଲେ। ଏ ବିଶେଷ ସତସଙ୍ଗ ସ୍ଥାନୀୟ ଜମନକିରା ର ସତସଙ୍ଗୀ ମା ମାନଙ୍କ ଅପାର ସହଯୋଗରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରଜନୀ ପଟେଲ, ମଞ୍ଜୁଲତା ବଢେଇ, ରଶ୍ମିତା ସେଟ୍, ଲୁପା ପଟେଲ, ବିନତୀ ପଟେଲ, ଫୁଲମତି ପଟେଲ, ଗୀତା କୁମୁରା, ଆରତୀ ରାଉଥ, ବିମଳା ପଟେଲ ପ୍ରମୁଖ ଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
The post ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ କାର୍ଯ୍ୟକ୍ରମ appeared first on Odisha.News.