ଡବ୍ଲ୍ୟୁପିଏଲରେ ବେଥ୍ ମୁନି ଗୁଜରାଟ ଜାଏଣ୍ଟସ୍ ଅଧିନାୟକ ନିଯୁକ୍ତ
ଅହମଦାବାଦ: ଆସନ୍ତା ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍)ରେ ଅଷ୍ଟ୍ରେଲିଆ ବ୍ୟାଟର୍ ବେଥ୍ ମୁନି ଗୁଜରାଟ ଜାଏଣ୍ଟସ୍ର ନେତୃତ୍ବ ନେବେ। ଭାରତୀୟ ଅଲରାଉଣ୍ଡର ସ୍ନେହ ରାଣା ଉପଅଧିନାୟକ ଦାୟିତ୍ବ ତୁଲାଇବେ ବୋଲି ଗୁଜରାଟ ଜାଏଣ୍ଟସ୍ ପକ୍ଷରୁ ଏକ ବିଜ୍ଞପ୍ତିରେ ଘୋଷଣା କରାଯାଇଛି। ଏହାବ୍ୟତୀତ ମିଚେଲ୍ କ୍ଲିଙ୍ଗର ମୁଖ୍ୟ ପ୍ରଶିକ୍ଷକ, ମିତାଲି ରାଜ୍ ମେଣ୍ଟର, ନୁସିନ୍ ଅଲ୍ ଖାଦିର୍ ସହକାରୀ ପ୍ରଶିକ୍ଷକ ଭାବେ ଦଳ ସହିତ ରହିବେ। ଡବ୍ଲ୍ୟୁପିଏଲ୍ର ଉଦ୍ଘାଟନୀ ସଂସ୍କରଣରେ ମୁନି ଗୁଜରାଟ ଜାଏଣ୍ଟସ୍ର ଅଧିନାୟକ ନିଯୁକ୍ତ ହୋଇଥିଲେ। […]

ଅହମଦାବାଦ: ଆସନ୍ତା ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍)ରେ ଅଷ୍ଟ୍ରେଲିଆ ବ୍ୟାଟର୍ ବେଥ୍ ମୁନି ଗୁଜରାଟ ଜାଏଣ୍ଟସ୍ର ନେତୃତ୍ବ ନେବେ। ଭାରତୀୟ ଅଲରାଉଣ୍ଡର ସ୍ନେହ ରାଣା ଉପଅଧିନାୟକ ଦାୟିତ୍ବ ତୁଲାଇବେ ବୋଲି ଗୁଜରାଟ ଜାଏଣ୍ଟସ୍ ପକ୍ଷରୁ ଏକ ବିଜ୍ଞପ୍ତିରେ ଘୋଷଣା କରାଯାଇଛି। ଏହାବ୍ୟତୀତ ମିଚେଲ୍ କ୍ଲିଙ୍ଗର ମୁଖ୍ୟ ପ୍ରଶିକ୍ଷକ, ମିତାଲି ରାଜ୍ ମେଣ୍ଟର, ନୁସିନ୍ ଅଲ୍ ଖାଦିର୍ ସହକାରୀ ପ୍ରଶିକ୍ଷକ ଭାବେ ଦଳ ସହିତ ରହିବେ। ଡବ୍ଲ୍ୟୁପିଏଲ୍ର ଉଦ୍ଘାଟନୀ ସଂସ୍କରଣରେ ମୁନି ଗୁଜରାଟ ଜାଏଣ୍ଟସ୍ର ଅଧିନାୟକ ନିଯୁକ୍ତ ହୋଇଥିଲେ। କିନ୍ତୁ ଆହତ ଯୋଗୁଁ ପ୍ରଥମ ମ୍ୟାଚ୍ ପରଠୁ ତାଙ୍କୁ ଲିଗ୍ ଛାଡ଼ିବାକୁ ପଡ଼ିଥିଲା। ଏବେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ମୁନି ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ଡବ୍ଲ୍ୟୁପିଏଲ୍ରେ ଗୁଜରାଟ ଜାଏଣ୍ଟସ୍ ଆସନ୍ତା ୨୫ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଖେଳାଯିବ।