ଡଲ୍ଫିନ୍ ହସିପାରନ୍ତି
ନୂଆଦିଲ୍ଲୀ,୫ା୧୦(ପି.ଟି.): ଡଲ୍ଫିନ୍ଗୁଡ଼ିକ ଖେଳିବା ସମୟରେ ପାଟି ଖୋଲା ରଖି ପରସ୍ପରକୁ ସେମାନଙ୍କ ଭାବନା ବ୍ୟକ୍ତ କରିଥାନ୍ତି। ଅନେକ ସମୟରେ ସେମାନଙ୍କର ଏହି ଅଭିବ୍ୟକ୍ତି ‘ହସ’ ହୋଇପାରେ ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି। ଗୋଟିଏ ଡଲ୍ଫିନ ଏହାର ଖେଳସାଥୀ ସହ ଥିବାବେଳେ ପ୍ରାୟ ସବୁବେଳେ ହସିଥାଏ। ଡଲ୍ଫିନଗୁଡ଼ିକର ପରସ୍ପର ସହ ତଥା ସେମାନଙ୍କୁ ତାଲିମ ଦେଉଥିବା ଲୋକଙ୍କ ସହ ସାମାଜିକ କ୍ରୀଡ଼ାରେ ଲିପ୍ତ ଥିବାବେଳର ଭିଡିଓ ଫୁଟେଜ୍କୁ ଇଟାଲୀର ପିସା ୟୁନିଭର୍ସିଟିର ଗବେଷକମାନେ ୮୦ ଘଣ୍ଟା ଧରି ଅଧ୍ୟୟନ କରିଥିଲେ। […] The post ଡଲ୍ଫିନ୍ ହସିପାରନ୍ତି appeared first on Dharitri Odia News.
ନୂଆଦିଲ୍ଲୀ,୫ା୧୦(ପି.ଟି.): ଡଲ୍ଫିନ୍ଗୁଡ଼ିକ ଖେଳିବା ସମୟରେ ପାଟି ଖୋଲା ରଖି ପରସ୍ପରକୁ ସେମାନଙ୍କ ଭାବନା ବ୍ୟକ୍ତ କରିଥାନ୍ତି। ଅନେକ ସମୟରେ ସେମାନଙ୍କର ଏହି ଅଭିବ୍ୟକ୍ତି ‘ହସ’ ହୋଇପାରେ ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି। ଗୋଟିଏ ଡଲ୍ଫିନ ଏହାର ଖେଳସାଥୀ ସହ ଥିବାବେଳେ ପ୍ରାୟ ସବୁବେଳେ ହସିଥାଏ। ଡଲ୍ଫିନଗୁଡ଼ିକର ପରସ୍ପର ସହ ତଥା ସେମାନଙ୍କୁ ତାଲିମ ଦେଉଥିବା ଲୋକଙ୍କ ସହ ସାମାଜିକ କ୍ରୀଡ଼ାରେ ଲିପ୍ତ ଥିବାବେଳର ଭିଡିଓ ଫୁଟେଜ୍କୁ ଇଟାଲୀର ପିସା ୟୁନିଭର୍ସିଟିର ଗବେଷକମାନେ ୮୦ ଘଣ୍ଟା ଧରି ଅଧ୍ୟୟନ କରିଥିଲେ। ଏହି ସମୟ ମଧ୍ୟରେ ସେମାନେ ଡଲ୍ଫିନଗୁଡ଼ିକର ମୋଟ ୧,୨୮୮ ଥର ପାଟି ଖୋଲି ହସିବା ଦୃଶ୍ୟକୁ ରେକର୍ଡ କରିଥିଲେ। ନିଜ ପ୍ଲେମେଟ୍କୁ ଦେଖିବାମାତ୍ରେ ଡଲ୍ଫିନ ହସୁଥିବାର ଅଧିକ ଦେଖିବାକୁ ମିଳିଥିଲା। ପ୍ରାୟ ୮୯ ପ୍ରତିଶତ ହସ ଏହିଭଳି ଥିଲା ବୋଲି ଗବେଷକମାନେ କହିଛନ୍ତି। ପ୍ଲେମେଟ୍ ମଧ୍ୟ ନିଜର ପ୍ରତିକ୍ରିୟାରେ ହସୁଥିବା ଦେଖାଯାଇଥିଲା।
The post ଡଲ୍ଫିନ୍ ହସିପାରନ୍ତି appeared first on Dharitri Odia News.