ଡାକ୍ତରଙ୍କୁ ଏମିତି ପରାମର୍ଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ବଲାଙ୍ଗୀର, ୨୮ା୬(ବୀରେନ୍ଦ୍ର କୁମାର ଝାଙ୍କର):ରୋଗୀଙ୍କୁ ମେଡିକାଲ ଚିକିତ୍ସା ସେବା ସହ ଡାକ୍ତରଙ୍କ ଦୁଇପଦ ମିଠାକଥା ଓ ଭଲ ବ୍ୟବହାର ବଡ଼ ଔଷଧ। ଗୁରୁବାର ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ଷଷ୍ଠ ବାର୍ଷିକ ଉତ୍ସବ ସମାରୋହରେ ଏହା କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ। ମେଡିକାଲ କଲେଜ ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବ ସମାରୋହରେ ମୁଖ୍ୟଅତିଥି ଭାବେ ସ୍ବାସ୍ଥ୍ୟମନ୍ତ୍ରୀ […] The post ଡାକ୍ତରଙ୍କୁ ଏମିତି ପରାମର୍ଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ appeared first on Dharitri Odia News.

ଡାକ୍ତରଙ୍କୁ ଏମିତି ପରାମର୍ଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ବଲାଙ୍ଗୀର, ୨୮ା୬(ବୀରେନ୍ଦ୍ର କୁମାର ଝାଙ୍କର):ରୋଗୀଙ୍କୁ ମେଡିକାଲ ଚିକିତ୍ସା ସେବା ସହ ଡାକ୍ତରଙ୍କ ଦୁଇପଦ ମିଠାକଥା ଓ ଭଲ ବ୍ୟବହାର ବଡ଼ ଔଷଧ। ଗୁରୁବାର ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ଷଷ୍ଠ ବାର୍ଷିକ ଉତ୍ସବ ସମାରୋହରେ ଏହା କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ। ମେଡିକାଲ କଲେଜ ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବ ସମାରୋହରେ ମୁଖ୍ୟଅତିଥି ଭାବେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମହାଲିଙ୍ଗ ତାଙ୍କ ବକ୍ତବ୍ୟରେ କହିଥିଲେ, ସେବା ମନୋଭାବ ନେଇ ଡାକ୍ତରମାନେ ଲୋକଙ୍କ ଚିକିତ୍ସା କରିବା ଉପରେ ଜୋର ଦେବା ଆବଶ୍ୟକ। ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ପ୍ରତିଷ୍ଠା ହେଲେ ଅନେକ କିଛି ସମସ୍ୟାର ସମାଧାନ ହୋଇପାରିବ। ଡାକ୍ତରମାନଙ୍କ ଉପରେ ରାଜ୍ୟବାସୀ ଅନେକ କିଛି ଆଶା କରିଥାନ୍ତି। ସରକାର ଏବେ ତୃଣମୂଳସ୍ତରରୁ ଡାକ୍ତରଖାନାଗୁଡ଼ିକରେ ସଂସ୍କାର ଆଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏବେ ରାଜ୍ୟରେ ୧୧ଟି ମେଡିକାଲ କଲେଜ ରହିଛି। ଆଉ ତିନୋଟି ମେଡିକାଲ କଲେଜ ତିଆରି ହେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ସହିତ ଭାଜପା ସରକାରକୁ ଆସିଲେ ଆମେ ପ୍ରତି ଜିଲା ସଦର ମହକୁମାରେ ଏକ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ ପ୍ରତିଷ୍ଠା କରିବୁ ବୋଲି ସଂକଳ୍ପପତ୍ରରେ ଉଲ୍ଲେଖ କରିଥିଲୁ। ତାହା କିପରି କାର୍ଯ୍ୟକାରୀ କରାଯିବ ସେନେଇ ପଦକ୍ଷେପ ଗ୍ରହଣ କରିବୁ ବୋଲି ସେ କହିଛନ୍ତି।
ସମ୍ମାନିତ ଅତିଥିଭାବେ ଜିଲାପାଳ ଗୌରବ ଶିୱାଜୀ ଇସ୍‌ଲୱାର, ଆରକ୍ଷୀ ଅଧୀକ୍ଷକ ଋଷିକେଶ ଦ୍ୟାନ୍‌ଦେଓ ଖିଲାରୀ, ଡିନ୍‌ ତଥା ଅଧ୍ୟକ୍ଷ ଡ. ସ୍ବୟଂପ୍ରଭା ପ୍ରଧାନ, ଛାତ୍ର ସଂସଦ ସଭାପତି ପ୍ରିୟାଂଶୁ ପଣ୍ଡା ସ୍ବାଗତ ଓ ସାଧାରଣ ସମ୍ପାଦକ ସରୋଜ ଚନ୍ଦ୍ର ବେହେରା ମଞ୍ଚାସୀନ ଥିଲେ। ଏହି ଅବସରରେ ଅତିଥିମାନେ ଛାତ୍ର ସଂସଦର ମୁଖପତ୍ର ‘ଜେନିସିସ୍‌’କୁ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର କୃତୀ ଛାତ୍ରୀଛାତ୍ର, କୃତୀ ଡାକ୍ତରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କଲେଜର ଶ୍ରେଷ୍ଠ ଛାତ୍ରଙ୍କୁ ସ୍ମୃତିବାସୀ ମେମୋରିଆଲ ଆୱାର୍ଡରେ ୧୦ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ଏହି ଆୱାର୍ଡ ପ୍ରଦାନ ବେଳେ ଉକ୍ତ ପୁରସ୍କାର ରାଶି ବ୍ୟବସ୍ଥା କରିଥିବା ଡ. ସୁଷମା ମଞ୍ଜରୀ ନାୟକ ଉପସ୍ଥିତ ଥିଲେ।

The post ଡାକ୍ତରଙ୍କୁ ଏମିତି ପରାମର୍ଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ appeared first on Dharitri Odia News.