ଡିଜିପି ପୋଲିସ ଡିସ୍କ ସମ୍ମାନ ପାଇବେ ମନୋବ୍ରତା
କୋରାପୁଟ,୨୮।୩(ଅମିତାଭ ବେହେରା): ପୋଲିସ ଚାକିରୀରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି ଆସନ୍ତା ଏପ୍ରିଲ ପହିଲାରେ ହେବାକୁ ଥିବା ୯୦ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସରେ ଡିଜି ପୋଲିସ ଡିସ୍କ ସମ୍ମାନ ପାଇବାକୁ ଯୋଗ୍ୟ ମନୋନୀତ ହୋଇଛନ୍ତି କୋରାପୁଟ ଅତିରିକ୍ତ ପୋଲିସ ଅଧିକ୍ଷକ ମନୋବ୍ରତା ଶତପଥୀ। ଏନେଇ କଟକସ୍ଥିତ ଓଡିଶା ରାଜ୍ୟ ପୋଲିସ ମୁଖ୍ୟାଳୟର ପତ୍ର ସଂଖ୍ୟା ୬୮୮/ତା:୨୭/୩/୨୦୨୫ ଅନୁଯାୟୀ, ଆସନ୍ତା ଏପ୍ରିଲ ପହିଲାରେ ଆୟୋଜିତ ୯୦ତମ ପୋଲିସ ପ୍ରତିଷ୍ଠା ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ କୋରାପୁଟ ଅତିରିକ୍ତ […] The post ଡିଜିପି ପୋଲିସ ଡିସ୍କ ସମ୍ମାନ ପାଇବେ ମନୋବ୍ରତା appeared first on Dharitri Odia News.
କୋରାପୁଟ,୨୮।୩(ଅମିତାଭ ବେହେରା): ପୋଲିସ ଚାକିରୀରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି ଆସନ୍ତା ଏପ୍ରିଲ ପହିଲାରେ ହେବାକୁ ଥିବା ୯୦ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସରେ ଡିଜି ପୋଲିସ ଡିସ୍କ ସମ୍ମାନ ପାଇବାକୁ ଯୋଗ୍ୟ ମନୋନୀତ ହୋଇଛନ୍ତି କୋରାପୁଟ ଅତିରିକ୍ତ ପୋଲିସ ଅଧିକ୍ଷକ ମନୋବ୍ରତା ଶତପଥୀ। ଏନେଇ କଟକସ୍ଥିତ ଓଡିଶା ରାଜ୍ୟ ପୋଲିସ ମୁଖ୍ୟାଳୟର ପତ୍ର ସଂଖ୍ୟା ୬୮୮/ତା:୨୭/୩/୨୦୨୫ ଅନୁଯାୟୀ, ଆସନ୍ତା ଏପ୍ରିଲ ପହିଲାରେ ଆୟୋଜିତ ୯୦ତମ ପୋଲିସ ପ୍ରତିଷ୍ଠା ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ କୋରାପୁଟ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋବ୍ରତା ଶତପଥୀ ଙ୍କୁ ସମ୍ମାନିତ କରାଯିବ ବୋଲି ପୋଲିସ ମୁଖ୍ୟାଳୟ ପକ୍ଷରୁ ଜଣାଯାଇଛି।
ସୂଚନା ଥାଉକି ଯେ, ମନୋବ୍ରତା ଶତପଥୀ ରାଜ୍ୟ ପୋଲିସରେ ଗତ ୨୦୧୭ ମସିହାରେ ଯୋଗଦାନ କରିଥିଲେ। ପ୍ରଥମେ ପୁରୀର ଡିଏସପି ଟ୍ରାଫିକ ଭାବେ ସଫଳତା ସହ ଦାୟିତ୍ୱ ସମ୍ପାଦନ କରିବା ପରେ ତାଙ୍କୁ ସୁନାବେଡା ଏସଡିପିଓ ଏବଂ ପରେ ଲକ୍ଷ୍ମୀପୁର ଏସଡିପିଓ ଭାବେ ଦକ୍ଷତା ସହ କାର୍ଯ୍ୟ କରିଥିବାବେଳେ କୋରାପୁଟ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭାବେ ପଦୋନ୍ନତି ପାଇ ଗତ ୨୦୨୪ ମସିହା ନଭେମ୍ବର ୧୨ ତାରିଖରେ ସେ ନିଜ କାର୍ଯ୍ୟରେ ଯୋଗଦେଇଥିଲେ।
The post ଡିଜିପି ପୋଲିସ ଡିସ୍କ ସମ୍ମାନ ପାଇବେ ମନୋବ୍ରତା appeared first on Dharitri Odia News.