ଡିଲ ବେଳ ମାଡି ବସିଲା ପୋଲିସ, ୨୬୪ ଗ୍ରାମର ବ୍ରାଉନସୁଗର ସହ ଜଣେ ଗିରଫ
ଜଳେଶ୍ବର: ଧଳା ଜହର ଡିଲ ବେଳ ମାଡି ବସିଲା ପୋଲିସ | ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଆମ୍ବଳି ଅଠା ଛକ ନିକଟରେ ଚଢଉ କରି 264 ଗ୍ରାମର ବ୍ରାଉନସୁଗର ସମେତ ଜଣେ ବେପାରୀକୁ ଗିରଫ କରିଛି ଜଳେଶ୍ବର ପୋଲିସ | ଜବତ ବ୍ରାଉନସୁଗରର ଆନୂମାନିକ ମୂଲ୍ଯ 26 ଲକ୍ଷ 40 ହଜାର ଟଙ୍କା ହେବ ବୋଲି ଜଳେଶ୍ବର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତ ବାଲେଶ୍ବର ଏସପି ସାଗରିକ ନାଥ | […] The post ଡିଲ ବେଳ ମାଡି ବସିଲା ପୋଲିସ, ୨୬୪ ଗ୍ରାମର ବ୍ରାଉନସୁଗର ସହ ଜଣେ ଗିରଫ appeared first on KNews Odisha.

ଜଳେଶ୍ବର: ଧଳା ଜହର ଡିଲ ବେଳ ମାଡି ବସିଲା ପୋଲିସ | ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଆମ୍ବଳି ଅଠା ଛକ ନିକଟରେ ଚଢଉ କରି 264 ଗ୍ରାମର ବ୍ରାଉନସୁଗର ସମେତ ଜଣେ ବେପାରୀକୁ ଗିରଫ କରିଛି ଜଳେଶ୍ବର ପୋଲିସ | ଜବତ ବ୍ରାଉନସୁଗରର ଆନୂମାନିକ ମୂଲ୍ଯ 26 ଲକ୍ଷ 40 ହଜାର ଟଙ୍କା ହେବ ବୋଲି ଜଳେଶ୍ବର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତ ବାଲେଶ୍ବର ଏସପି ସାଗରିକ ନାଥ |
ସୂଚନା ଅନୁଯାୟୀ, ଆଜି ସକାଳେ ବାଇକରେ ବ୍ରାଉନସୁଗର ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ବର ପୋଲିସର ଏକ ସ୍ବତନ୍ତ୍ର ଟିମ 60 ନମ୍ବର ଜାତୀୟ ରାଜପଥର ଆମ୍ବଳିଅଠା ବାଇପାସ ନିକଟରେ ଚଢଉ କରିଥିଲା | ଏହି ସମୟରେ ବ୍ରାଉନସୁଗର ବିକ୍ରି ଡିଲ୍ ଚାଲୁଥିବା ବେଳେ ପୋଲିସ ଚଢଉ କରି ବ୍ରାଉନସୁଗର ସମେତ ଜଣେ ବେପାରୀକୁ ଗିରଫ କରିଛି | ତା ନିକଟରୁ 264 ଗ୍ରାମର ବ୍ରାଉନସୁଗର , ନଗଦ 1400 ଟଙ୍କା, ଗୋଟିଏ ମୋବଇଲ ଏବଂ ଗୋଟିଏ ବାଇକ ଜବତ କରିଛି ପୋଲିସ | ଗିରଫ ହୋଇଥିବା ବେପାରୀ ଜଣକ ଘର ଜଳେଶ୍ବର ଥାନା ରାଜପୁର ଅଞ୍ଚଳରେ |
The post ଡିଲ ବେଳ ମାଡି ବସିଲା ପୋଲିସ, ୨୬୪ ଗ୍ରାମର ବ୍ରାଉନସୁଗର ସହ ଜଣେ ଗିରଫ appeared first on KNews Odisha.