ଡେବ୍ୟୁ ଆଇପିଏଲ୍‌ରେ ଧମାଲ୍‌ କରିପାରନ୍ତି ଏହିସବୁ ଖେଳାଳି: ସେମାନଙ୍କ ମଧ୍ୟରେ ୬ କୋଟିପତି

ନୂଆଦିଲ୍ଲୀ,୧୫।୩: ଆଇପିଏଲ ନିଲାମରେ ଏଥର କିଛି ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଏଥିମଧ୍ୟରେ ଗୁଜରାଟ ଟାଇଟାନ୍ସ ଦ୍ୱାରା ୧୦ କୋଟିରେ କିଣାଯାଇଥିବା ଅଷ୍ଟ୍ରେଲୀୟ ବାମହାତୀ ଦ୍ରୁତ ବୋଲର ସ୍ପେନ୍ସର ଜନସନ, ଚେନ୍ନାଇ ସୁପର କିଙ୍ଗ୍ସ ୮.୪ କୋଟିରେ କିଣିଥିବା ସମୀର ରିଜଭି, ଦିଲ୍ଲୀ କ୍ୟାପିଟାଲ୍ସ ୭.୨ କୋଟିରେ କିଣିଥିବା କୁମାର କୁଶାଗ୍ରା। ୫ କୋଟି ଟଙ୍କାରେ କିଣିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ କିଣିଥିବା ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଜେରାଲ୍ଡ କୋଟେଜୀ । ୪.୮ କୋଟି ଟଙ୍କାରେ […] The post ଡେବ୍ୟୁ ଆଇପିଏଲ୍‌ରେ ଧମାଲ୍‌ କରିପାରନ୍ତି ଏହିସବୁ ଖେଳାଳି: ସେମାନଙ୍କ ମଧ୍ୟରେ ୬ କୋଟିପତି appeared first on Dharitri Odia News.

ନୂଆଦିଲ୍ଲୀ,୧୫।୩: ଆଇପିଏଲ ନିଲାମରେ ଏଥର କିଛି ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଏଥିମଧ୍ୟରେ ଗୁଜରାଟ ଟାଇଟାନ୍ସ ଦ୍ୱାରା ୧୦ କୋଟିରେ କିଣାଯାଇଥିବା ଅଷ୍ଟ୍ରେଲୀୟ ବାମହାତୀ ଦ୍ରୁତ ବୋଲର ସ୍ପେନ୍ସର ଜନସନ, ଚେନ୍ନାଇ ସୁପର କିଙ୍ଗ୍ସ ୮.୪ କୋଟିରେ କିଣିଥିବା ସମୀର ରିଜଭି, ଦିଲ୍ଲୀ କ୍ୟାପିଟାଲ୍ସ ୭.୨ କୋଟିରେ କିଣିଥିବା କୁମାର କୁଶାଗ୍ରା। ୫ କୋଟି ଟଙ୍କାରେ କିଣିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ କିଣିଥିବା ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଜେରାଲ୍ଡ କୋଟେଜୀ । ୪.୮ କୋଟି ଟଙ୍କାରେ ମୁମ୍ବାଇ କିଣିଥିବା ଶ୍ରୀଲଙ୍କା ଫାଷ୍ଟ ବୋଲର ନୁୱାନ ଥୁସାରାଙ୍କ ଉପରେ ବିଶେଷ ଦୃଷ୍ଟି ରହିବ।
କେବଳ ଏତିକି ନୁହେଁ, ନ୍ୟୁଜିଲାଣ୍ଡରର ଅଲରାଉଣ୍ଡର ଭାରତୀୟ ରାଞ୍ଚିନ ରବିନ୍ଦ୍ର (୧.୮କୋଟି, ସିଏସକେ) ଏବଂ ଗୁଜରାଟରୁ ୫୦ ଲକ୍ଷ ଟଙ୍କା ନେଇଥିବା ଆଫଗାନିସ୍ତାନ ଅଲରାଉଣ୍ଡର ଆଜମାତୁଲ୍ଲା ଓମାରଜାଇ ମଧ୍ୟ ସେମାନଙ୍କ ପ୍ରଦର୍ଶନ ସହିତ ଆକର୍ଷଣର କେନ୍ଦ୍ର ପାଲଟିପାରିବେ। ଗୁଜୁରାଟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳି ବୋଲି ଓମାରଜାଇ ବିବେଚନା କରାଯାଉଛି। ସେ ଭବିଷ୍ୟତରେ କିମ୍ବଦନ୍ତୀ ଅଲରାଉଣ୍ଡର ହେବାର ସାମର୍ଥ୍ୟ ଅଛି।

The post ଡେବ୍ୟୁ ଆଇପିଏଲ୍‌ରେ ଧମାଲ୍‌ କରିପାରନ୍ତି ଏହିସବୁ ଖେଳାଳି: ସେମାନଙ୍କ ମଧ୍ୟରେ ୬ କୋଟିପତି appeared first on Dharitri Odia News.