ଡେରା ମ୍ୟାନେଜର ହତ୍ୟା ମାମଲାରେ ରାମ ରହୀମ ନିର୍ଦ୍ଦୋଷ: ମିଳିଲା ମୁକ୍ତି, ତଥାପି ରହିବେ ଜେଲ୍ରେ
ପଞ୍ଚକୁଲା ୨୮/୦୫: ବହୁ ଚର୍ଚ୍ଚିତ ଡେରା ସଚ୍ଚା ମୁଖ୍ୟ ଗୁରୁମିତ ରାମ ରହୀମ ସିଂଙ୍କୁ ଆଶ୍ୱସ୍ତି । ନିର୍ଦ୍ଦୋଷରେ ଖଲାସ କଲେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ । ମ୍ୟାନେଜର ରଣଜିତ ସିଂଙ୍କ ହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ରାମ୍ ରହିମ । କେବଳ ରାମ୍ ରହିମ ନୁହଁନ୍ତି ହାଇକୋର୍ଟ ଅନ୍ୟ ଚାରିଜଣ ଅଭିଯୁକ୍ତଙ୍କୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ୨୦୨୧ରେ, ପଞ୍ଚକୁଲାର ସ୍ୱତନ୍ତ୍ର ସିବିଆଇ କୋର୍ଟ ରାମ ରହୀମ ଏବଂ ଅନ୍ୟ ଚାରିଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଜୁଲାଇ ୧୦, ୨୦୦୨ରେ କୁରୁକ୍ଷେତ୍ରର ଖାନପୁର କୋଲିଆରେ ରଣଜିତ ସିଂଙ୍କୁ ହତ୍ୟା କରାଯାଇଥିଲା । ଡେରା ସଚ୍ଚା ମୁଖ୍ୟ ଗୁରୁମିତ ରାମ ରହୀମ ହାଇକୋର୍ଟରେ ସିବିଆଇ କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ । ଆଜି ହାଇକୋର୍ଟର ଜଷ୍ଟିସ ସୁରେଶ୍ୱର ଠାକୁର ଏବଂ ଜଷ୍ଟିସ ଲଲିତ ବତ୍ରାଙ୍କ ଡିଭିଜନ ବେଞ୍ଚ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି। ରାମ ରହୀମ ହତ୍ୟା ଓ ବଳାତ୍କାର ସହ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ମାମଲାରେ ବି ଦୋଷୀ ଥିଲେ । ଏହା ବ୍ୟତୀତ ତାଙ୍କ ବିରୋଧରେ ଆହୁରି ଅନେକ ମାମଲା ବିଚାରାଧୀନ ଅଛି । ବଳାତ୍କାର ଏବଂ ଛତ୍ରପତି ହତ୍ୟା ମାମଲା ଉପରେ ନିମ୍ନ ଅଦାଲତର ନିଷ୍ପତ୍ତିକୁ ମଧ୍ୟ ରାମ ରହୀମ ଚ୍ୟାଲେଞ୍ଜ କରିଛନ୍ତି ଏବଂ ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ଅଛି । ଏଭଳି ପରିସ୍ଥିତିରେ ସେ ଜେଲରୁ ବାହାରି ପାରିବେ ନାହିଁ ବୋ
ପଞ୍ଚକୁଲା ୨୮/୦୫: ବହୁ ଚର୍ଚ୍ଚିତ ଡେରା ସଚ୍ଚା ମୁଖ୍ୟ ଗୁରୁମିତ ରାମ ରହୀମ ସିଂଙ୍କୁ ଆଶ୍ୱସ୍ତି । ନିର୍ଦ୍ଦୋଷରେ ଖଲାସ କଲେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ । ମ୍ୟାନେଜର ରଣଜିତ ସିଂଙ୍କ ହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ରାମ୍ ରହିମ । କେବଳ ରାମ୍ ରହିମ ନୁହଁନ୍ତି ହାଇକୋର୍ଟ ଅନ୍ୟ ଚାରିଜଣ ଅଭିଯୁକ୍ତଙ୍କୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
୨୦୨୧ରେ, ପଞ୍ଚକୁଲାର ସ୍ୱତନ୍ତ୍ର ସିବିଆଇ କୋର୍ଟ ରାମ ରହୀମ ଏବଂ ଅନ୍ୟ ଚାରିଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଜୁଲାଇ ୧୦, ୨୦୦୨ରେ କୁରୁକ୍ଷେତ୍ରର ଖାନପୁର କୋଲିଆରେ ରଣଜିତ ସିଂଙ୍କୁ ହତ୍ୟା କରାଯାଇଥିଲା । ଡେରା ସଚ୍ଚା ମୁଖ୍ୟ ଗୁରୁମିତ ରାମ ରହୀମ ହାଇକୋର୍ଟରେ ସିବିଆଇ କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ । ଆଜି ହାଇକୋର୍ଟର ଜଷ୍ଟିସ ସୁରେଶ୍ୱର ଠାକୁର ଏବଂ ଜଷ୍ଟିସ ଲଲିତ ବତ୍ରାଙ୍କ ଡିଭିଜନ ବେଞ୍ଚ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି।
ରାମ ରହୀମ ହତ୍ୟା ଓ ବଳାତ୍କାର ସହ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ମାମଲାରେ ବି ଦୋଷୀ ଥିଲେ । ଏହା ବ୍ୟତୀତ ତାଙ୍କ ବିରୋଧରେ ଆହୁରି ଅନେକ ମାମଲା ବିଚାରାଧୀନ ଅଛି । ବଳାତ୍କାର ଏବଂ ଛତ୍ରପତି ହତ୍ୟା ମାମଲା ଉପରେ ନିମ୍ନ ଅଦାଲତର ନିଷ୍ପତ୍ତିକୁ ମଧ୍ୟ ରାମ ରହୀମ ଚ୍ୟାଲେଞ୍ଜ କରିଛନ୍ତି ଏବଂ ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ଅଛି ।
ଏଭଳି ପରିସ୍ଥିତିରେ ସେ ଜେଲରୁ ବାହାରି ପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି । ରାମ ରହୀମ ବର୍ତ୍ତମାନ ରୋହତକର ସୁନାରିଆ ଜେଲରେ ଅଛନ୍ତି । ଅକ୍ଟୋବର ୧୮, ୨୦୨୧ରେ, ପଞ୍ଚକୁଲାର ସ୍ୱତନ୍ତ୍ର ସିବିଆଇ କୋର୍ଟ ଡେରା ମୁଖ୍ୟ ଗୁରୁମିତ ରାମ ରହୀମ ଏବଂ ଅନ୍ୟ ଚାରିଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।
ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନେ ହେଲେ ଅବତାର ସିଂ, କୃଷ୍ଣ ଲାଲ, ଜସବୀର ସିଂ ଏବଂ ସବଦିଲ ସିଂ। ମାମଲାର ଶୁଣାଣି ସମୟରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିଲା । ସିବିଆଇ ଜଜ୍ ରାମ ରହୀମଙ୍କ ଉପରେ ୩୧ଲକ୍ଷ ଟଙ୍କା, ସାବଦିଲ ଉପରେ ୧.୫୦ ଲକ୍ଷ ଏବଂ ଜସବୀର ଏବଂ କୃଷ୍ଣଙ୍କ ଉପରେ ୧.୨୫-୧.୨୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି।