ଡୋଙ୍ଗରି ପହଞ୍ଚିଲା ‘ବିଗ୍‌ ବସ୍‌’ ଟ୍ରଫି, ନିଜ ଅଞ୍ଚଳରେ ମୁନାଓ୍ଵର ଫାରୁକିଙ୍କୁ ଗ୍ରାଣ୍ଡ୍‌ ୱେଲକମ୍‌

ଟିଭିର ସବୁଠୁ ବଡ଼ ରିୟାଲିଟି ଶୋ’ ବିଗ୍‌ ବସ୍‌ ୧୭ର ବିଜେତା ହେବା ପରେ ମୁନାଓ୍ଵର ଫାରୁକି ନିଜ ଅଞ୍ଚଳରେ ପହଞ୍ଚିଛନ୍ତି । ମୁନାଓ୍ଵରଙ୍କ ବିଜୟକୁ ନେଇ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଖୁସିରେ ନାଚି ଉଠିଛନ୍ତି । ମୁନାଓ୍ଵର ଡୋଙ୍ଗରିରେ ପହଞ୍ଚିବା ପରେ ସେଠାରେ ତାଙ୍କର ଗ୍ରାଣ୍ଡ ୱେଲକମ୍‌ ହୋଇଛି । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ବିଗ୍‌ ବସ୍‌ ୧୭ ଜିତିବା ପରେ ମୁନାଓ୍ଵର ପ୍ରଥମେ ନିଜ ଅଞ୍ଚଳ ଡୋଙ୍ଗରିରେ ପହଞ୍ଚିଛନ୍ତି […] The post ଡୋଙ୍ଗରି ପହଞ୍ଚିଲା ‘ବିଗ୍‌ ବସ୍‌’ ଟ୍ରଫି, ନିଜ ଅଞ୍ଚଳରେ ମୁନାଓ୍ଵର ଫାରୁକିଙ୍କୁ ଗ୍ରାଣ୍ଡ୍‌ ୱେଲକମ୍‌ appeared first on KNews Odisha.

ଡୋଙ୍ଗରି ପହଞ୍ଚିଲା ‘ବିଗ୍‌ ବସ୍‌’ ଟ୍ରଫି, ନିଜ ଅଞ୍ଚଳରେ ମୁନାଓ୍ଵର ଫାରୁକିଙ୍କୁ ଗ୍ରାଣ୍ଡ୍‌ ୱେଲକମ୍‌
munaawar

ଟିଭିର ସବୁଠୁ ବଡ଼ ରିୟାଲିଟି ଶୋ’ ବିଗ୍‌ ବସ୍‌ ୧୭ର ବିଜେତା ହେବା ପରେ ମୁନାଓ୍ଵର ଫାରୁକି ନିଜ ଅଞ୍ଚଳରେ ପହଞ୍ଚିଛନ୍ତି । ମୁନାଓ୍ଵରଙ୍କ ବିଜୟକୁ ନେଇ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଖୁସିରେ ନାଚି ଉଠିଛନ୍ତି । ମୁନାଓ୍ଵର ଡୋଙ୍ଗରିରେ ପହଞ୍ଚିବା ପରେ ସେଠାରେ ତାଙ୍କର ଗ୍ରାଣ୍ଡ ୱେଲକମ୍‌ ହୋଇଛି । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ବିଗ୍‌ ବସ୍‌ ୧୭ ଜିତିବା ପରେ ମୁନାଓ୍ଵର ପ୍ରଥମେ ନିଜ ଅଞ୍ଚଳ ଡୋଙ୍ଗରିରେ ପହଞ୍ଚିଛନ୍ତି । ଏଠାରେ ତାଙ୍କୁ ହଜାର ହଜାର ପ୍ରଶଂସକ ବିରାଟ ଆକାରରେ ସ୍ୱାଗତ କରିଛନ୍ତି । ତାଙ୍କୁ ଦେଖିବା ପାଇଁ ପ୍ରଶଂସକମାନେ ତାଙ୍କ ଚାରିପାଖରେ ଘେରି ହୋଇ ରହିଛନ୍ତି ଏବଂ ଜୋର୍‌ ଜୋର୍‌ରେ ତାଙ୍କ ନାମ ନେଇ ଚିଲ୍ଲାଉଛନ୍ତି ।

ଏହି ସମୟରେ ମୁନାଓ୍ଵର ନିଜ କାର୍‌ରୁ ବାହାରି ସମସ୍ତଙ୍କୁ ବିଗ୍‌ ବସ୍‌ ଟ୍ରଫି ଦେଖାଉଥିବା ନଜର ଆସୁଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି, ମଝିରେ ମୁନାଓ୍ଵରଙ୍କ ଗାଡ଼ି ରହିଛି ଏବଂ ଅନେକ ଦୂର ପର୍ଯ୍ୟନ୍ତ ତାଙ୍କ ପ୍ରଶଂସକମାନଙ୍କ ଭିଡ଼ ଲାଗି ରହିଛି । ଏହି ଦୃଶ୍ୟ ଅତ୍ୟନ୍ତ ସୁନ୍ଦର ରହିଛି ।

କହି ରଖୁଛୁ, ମୁନାଓ୍ଵର ଫାରୁକି ଯେତେବେଳେ ପ୍ରଥମ ଥର ମୁମ୍ବାଇ ଆସିଥିଲେ, ସେତେବେଳେ ସେ ଡୋଙ୍ଗରିରେ ହିଁ ରହୁଥିଲେ । ଏଠାରେ ସେ ନିଜର ପିଲାବେଳ କାଟିଛନ୍ତି । ଡୋଙ୍ଗରି ଅଞ୍ଚଳରେ ସେ ଏକ ବାସନ ଦୋକାନରେ କାମ କରୁଥିଲେ । ଲୋକପ୍ରିୟ ହେବା ପରେ ମଧ୍ୟ ମୁନାଓ୍ଵର ପ୍ରାୟତଃ ଡୋଙ୍ଗରି ଯାଉଥିଲେ । ଏହି ଅଞ୍ଚଳ ପ୍ରତି ତାଙ୍କର ମୋହ ରହିଛି । ଏପରି କି, ବିଗ୍‌ ବସ୍‌ ଶୋ’ରେ ବି ସେ ବହୁବାର କହିଥିଲେ କି, ଟ୍ରଫି ଡୋଙ୍ଗରି ହିଁ ଯିବ ।

The post ଡୋଙ୍ଗରି ପହଞ୍ଚିଲା ‘ବିଗ୍‌ ବସ୍‌’ ଟ୍ରଫି, ନିଜ ଅଞ୍ଚଳରେ ମୁନାଓ୍ଵର ଫାରୁକିଙ୍କୁ ଗ୍ରାଣ୍ଡ୍‌ ୱେଲକମ୍‌ appeared first on KNews Odisha.