ଡ୍ରାଇଭର ଆନ୍ଦୋଳନକୁ ନେଇ ଦ୍ୱନ୍ଦ୍ୱ ,ଆନ୍ଦୋଳନ ଜାରି ରହିବ : ମହାସଙ୍ଘ
ଭୁବନେଶ୍ୱର : ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ହେବ ନାହିଁ I ଜାରି ରହିବ ଆନ୍ଦୋଳନ I ପ୍ରତିକ୍ରିୟା ଦେଲେ ଡ୍ରାଇଭର ଏକତା ମଞ୍ଚ ସଦସ୍ୟ। ସ୍ଥଗିତ ହୋଇନି, ଜାରି ରହିଛି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ପରିବହନ କମିଶନରଙ୍କ ସହ ଆଲୋଚନା ପରେ ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ସଦସ୍ୟ ତଥା ଓଡ଼ିଶା ଡ୍ରାଇଭର ମହାସଂଘ ରାଜ୍ୟ କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରାଙ୍କ ସୂଚନା । ସେ କହିଛନ୍ତି, ମହାମଞ୍ଚ କେନ୍ଦ୍ରୀୟ ଆଇନ ବିରୋଧରେ ଆନ୍ଦୋଳନ ଆରମ୍ଭ […]

ଭୁବନେଶ୍ୱର : ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ହେବ ନାହିଁ I ଜାରି ରହିବ ଆନ୍ଦୋଳନ I ପ୍ରତିକ୍ରିୟା ଦେଲେ ଡ୍ରାଇଭର ଏକତା ମଞ୍ଚ ସଦସ୍ୟ। ସ୍ଥଗିତ ହୋଇନି, ଜାରି ରହିଛି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ପରିବହନ କମିଶନରଙ୍କ ସହ ଆଲୋଚନା ପରେ ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ସଦସ୍ୟ ତଥା ଓଡ଼ିଶା ଡ୍ରାଇଭର ମହାସଂଘ ରାଜ୍ୟ କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରାଙ୍କ ସୂଚନା ।
ସେ କହିଛନ୍ତି, ମହାମଞ୍ଚ କେନ୍ଦ୍ରୀୟ ଆଇନ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲା । ରାଜ୍ୟ ଦାବି ପ୍ରସଙ୍ଗ ବି ଉଠାଇ ଥିଲା । ରାଜ୍ୟ ସରକାର ଦାବି ପୂରଣ କରିଛନ୍ତି । କିନ୍ତୁ କେନ୍ଦ୍ରୀୟ ଆଇନ ବିରୋଧରେ କଣ ନିଷ୍ପତ୍ତି ନିଆଯିବ କିଛି ସମୟ ମଧ୍ୟରେ ରାଜ୍ୟ ସଭାପତି ରେଢ଼ାଖୋଲରୁ ଜଣାଇବେ ।
ସୂଚନାନୁସାରେ,ଆଜି ତୃତୀୟ ଦିନରେ ଡ୍ରାଇଭରଙ୍କ ଆନ୍ଦୋଳନ ବ୍ୟାପକ ହେବା ପରେ ସଂଘ ସହ ଆଲୋଚନା କରିଥିଲେ ପରିବହନ କମିଶନର ଅମିତାଭ ଠାକୁର । ଡ୍ରାଇଭର ସଂଘ ସହ ଆଲୋଚନା ପରେ ସକରାତ୍ମକ ଫଳାଫଳ ମିଳିପାରିଛି ବୋଲି ସୂଚନା ଦେଇଥିଲେ ପରିବହନ କମିଶନର ।