ଡ୍ୟାମରେ ବୁଡ଼ି ୨ ମୃତ, ମାଛ ମାରିବାକୁ ଯାଇଥିବା ବେଳେ ଅଘଟଣ

ରାଉରକେଲା : ଡ୍ୟାମରେ ବୁଡ଼ି ୨ ମୃତ। ବୀରମିତ୍ରପୁର ମନ୍ଦିରା ଡ୍ୟାମକୁ ମାଛ ମାରିବାକୁ ଯାଇଥିବା ବେଳେ ଅଘଟଣ। ଝାରବେଡା ଗାଁର ପାଞ୍ଚଜଣ ଯୁବକ ଏକାଠି ମାଛ ମାରିବାକୁ ଯାଇଥିବା ବେଳେ ଦୁଇ ଜଣ ବୁଡ଼ି ଯାଇଥିଲେ। ୩ ଜଣ ସୁରକ୍ଷିତ ଭାବେ ଫେରିଆସିଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ କରିଥିଲା। ୨ଜଣ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।   ଉପରମୁଣ୍ଡରେ ବର୍ଷା ଯୋଗୁଁ ମନ୍ଦିରା ଡ୍ୟାମର ଜଳସ୍ତର ବେଶ୍ ବୃଦ୍ଧି ପାଇଥିବାରୁ […] The post ଡ୍ୟାମରେ ବୁଡ଼ି ୨ ମୃତ, ମାଛ ମାରିବାକୁ ଯାଇଥିବା ବେଳେ ଅଘଟଣ appeared first on KNews Odisha.

ଡ୍ୟାମରେ ବୁଡ଼ି ୨ ମୃତ, ମାଛ ମାରିବାକୁ ଯାଇଥିବା ବେଳେ ଅଘଟଣ
mandira dam

ରାଉରକେଲା : ଡ୍ୟାମରେ ବୁଡ଼ି ୨ ମୃତ। ବୀରମିତ୍ରପୁର ମନ୍ଦିରା ଡ୍ୟାମକୁ ମାଛ ମାରିବାକୁ ଯାଇଥିବା ବେଳେ ଅଘଟଣ। ଝାରବେଡା ଗାଁର ପାଞ୍ଚଜଣ ଯୁବକ ଏକାଠି ମାଛ ମାରିବାକୁ ଯାଇଥିବା ବେଳେ ଦୁଇ ଜଣ ବୁଡ଼ି ଯାଇଥିଲେ। ୩ ଜଣ ସୁରକ୍ଷିତ ଭାବେ ଫେରିଆସିଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ କରିଥିଲା। ୨ଜଣ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।   ଉପରମୁଣ୍ଡରେ ବର୍ଷା ଯୋଗୁଁ ମନ୍ଦିରା ଡ୍ୟାମର ଜଳସ୍ତର ବେଶ୍ ବୃଦ୍ଧି ପାଇଥିବାରୁ ଗଭୀର ଜଳକୁ ପଶି  ମନ୍ଦିରା ଡ୍ୟାମରେ ବୁଡ଼ିଗଲେ। ଅଗ୍ନିଶମ ବାହିନୀର କର୍ମଚାରୀ  ଉଦ୍ଧାର କରିବା ପୂର୍ବରୁ ସେମାନଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା। ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ସେମାନଙ୍କ ସହ ଯାଇଥିବା ଜାଭିୟର ଟପ୍ନୋ, ରୋଶନ ବାଖଲା ଓ ସୁଧୀର ବାଖଲା ମନ୍ଦିରା ଡ଼୍ୟାମ ଭିତରକୁ ପ୍ରବେଶ କରିନଥିବାରୁ ସେମାନଙ୍କ ଜୀବନ ରକ୍ଷା ହୋଇଯାଇଛି।

The post ଡ୍ୟାମରେ ବୁଡ଼ି ୨ ମୃତ, ମାଛ ମାରିବାକୁ ଯାଇଥିବା ବେଳେ ଅଘଟଣ appeared first on KNews Odisha.