ଗୋଟିଏ ହାତରେ ୨ ଛକା ମାରିଲେ ବାବର୍‌, ମାତ୍ର ୭.୧ ଓଭରରେ ଦଳକୁ ଜିତାଇଲେ ମ୍ୟାଚ୍‌

ନୂଆଦିଲ୍ଲୀ,୨୦।୨: କ୍ରିକେଟରେ ଏଭଳି ଏକ ଖେଳ, ଯେଉଁଥିରେ ରୋମାଞ୍ଚକର ଅନୁଭବ ମିଳିଥାଏ। ଏଥିଲାଗି ସାରା ବିଶ୍ୱରେ ଏହାର ପ୍ରଶଂସକ ଅଧିକ। ଏଥିରେ ଗୋଟିଏରୁ ବଳି ଆରେକ ଇନିଂସ ଦେଖିବାକୁ ମିଳେ। ଯାହା ଅସମ୍ଭବ ଲାଗେ ତାହା ସମ୍ଭବ ବି ହୋଇଯାଏ। ଏବେ ସେଭଳି ଏକ ଦୃଶ୍ୟ ଚେକ୍‌ ରିପବ୍ଲିକ୍‌ ବିପକ୍ଷ ସ୍ପେନ୍‌ ମ୍ୟାଚ୍‌ରେ ଦେଖିବାକୁ ମିଳିଛି। ମହମ୍ମଦ ବାବର ନାମକ ଜଣେ ବ୍ୟାଟ୍ସମ୍ୟାନ ମଇଦାନରେ ଏଭଳି କିଛି କରିଛନ୍ତି ଯାହା ବୋଧହୁଏ ଖୁବ କମ ଲୋକ ଦେଖିଥିବେ। […] The post ଗୋଟିଏ ହାତରେ ୨ ଛକା ମାରିଲେ ବାବର୍‌, ମାତ୍ର ୭.୧ ଓଭରରେ ଦଳକୁ ଜିତାଇଲେ ମ୍ୟାଚ୍‌ appeared first on Dharitri Odia News.

ଗୋଟିଏ ହାତରେ ୨ ଛକା ମାରିଲେ ବାବର୍‌, ମାତ୍ର ୭.୧ ଓଭରରେ ଦଳକୁ ଜିତାଇଲେ ମ୍ୟାଚ୍‌

ନୂଆଦିଲ୍ଲୀ,୨୦।୨: କ୍ରିକେଟରେ ଏଭଳି ଏକ ଖେଳ, ଯେଉଁଥିରେ ରୋମାଞ୍ଚକର ଅନୁଭବ ମିଳିଥାଏ। ଏଥିଲାଗି ସାରା ବିଶ୍ୱରେ ଏହାର ପ୍ରଶଂସକ ଅଧିକ। ଏଥିରେ ଗୋଟିଏରୁ ବଳି ଆରେକ ଇନିଂସ ଦେଖିବାକୁ ମିଳେ। ଯାହା ଅସମ୍ଭବ ଲାଗେ ତାହା ସମ୍ଭବ ବି ହୋଇଯାଏ। ଏବେ ସେଭଳି ଏକ ଦୃଶ୍ୟ ଚେକ୍‌ ରିପବ୍ଲିକ୍‌ ବିପକ୍ଷ ସ୍ପେନ୍‌ ମ୍ୟାଚ୍‌ରେ ଦେଖିବାକୁ ମିଳିଛି। ମହମ୍ମଦ ବାବର ନାମକ ଜଣେ ବ୍ୟାଟ୍ସମ୍ୟାନ ମଇଦାନରେ ଏଭଳି କିଛି କରିଛନ୍ତି ଯାହା ବୋଧହୁଏ ଖୁବ କମ ଲୋକ ଦେଖିଥିବେ। ସ୍ପେନ ପାଇଁ ଖେଳୁଥିବା ମହମ୍ମଦ ବାବର ଚେକ୍‌ ରିପବ୍ଲିକ ବିପକ୍ଷରେ ବିସ୍ଫୋରକ ୮୩ ରନ୍‌ର ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ୨୬ ବଲ ଖେଳିଥିବା ବେଳେ ୯ ଛକା ମାରିଥିଲେ। ଏଥିରେ ଦୁଇଟି ଛକା ସେ ଗୋଟିଏ ହାତରେ ମାରିଥିବା ଦେଖାଯାଇଥିଲା।

ଚେକ ରିପବ୍ଲିକ ବିପକ୍ଷରେ ସପ୍ତମ ଓଭରରେ ମହମ୍ମଦ ବାବର ସାଗର ହୁସେନ୍‌ଙ୍କ ବିପକ୍ଷରେ ଦୁଇଟି ଛକା ମାରିଥିଲେ । ସେ ଗୋଟିଏ ହାତରେ ଏହି ଛକା ମାରିଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି ବାବର ଆରମ୍ଭରୁ ଗୋଟିଏ ହାତରେ ବ୍ୟାଟ ଧରିଥିଲେ। ମିଡ ଉଇକେଟ ଅଞ୍ଚଳରେ ବାବର ଏହି ଛକା ମାରିଥିଲେ। ସୋସିଆଲ ମିଡିଆରେ ବାବଙ୍କେ ଏହି ଦୁଇଟି ଛକା ମାରିବାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ମହମ୍ମଦ ବାବରଙ୍କ ବିସ୍ଫୋରକ ଇନିଂସ ଯୋଗୁ ସ୍ପେନ ଚେକ୍‌ ରିପବ୍ଲିକକୁ ୯ ଉଇକେଟରେ ପରାସ୍ତ କରଥିଲା। ପ୍ରଥମେ ବ୍ୟାଟିଂ କରି ଚେକ ରିପବ୍ଲିକ ୧୦ ଓଭରରେ ୧୧୭ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ସ୍ପେନ ମାତ୍ର ୭.୧ ଓଭରରେ ମ୍ୟାଚ ଜିତିଥିଲା। ୩୧୯ରୁ ଅଧିକ ଷ୍ଟ୍ରାଇକ ହାରରେ ବାବର ଅପରାଜିତ ୮୩ ରନ ସଂଗ୍ରହ କରି ଦଳକୁ ବିଜେତା କରାଇଥିଲେ।

The post ଗୋଟିଏ ହାତରେ ୨ ଛକା ମାରିଲେ ବାବର୍‌, ମାତ୍ର ୭.୧ ଓଭରରେ ଦଳକୁ ଜିତାଇଲେ ମ୍ୟାଚ୍‌ appeared first on Dharitri Odia News.