ଡ୍ୟୁଟି ପରେ ବସ୍‌ଙ୍କ କଲ୍‌କୁ ଅଣଦେଖା କରିପାରିବେ କର୍ମଚାରୀ

ନୂଆଦିଲ୍ଲୀ ୨୫।୦୮: ଡ୍ୟୁଟି ପରେ ଏଣିକି କର୍ମଚାରୀ ବସ୍‌ଙ୍କ ଫୋନ୍‌  କଲ୍‌କୁ ଅଣଦେଖା କରିପାରିବେ । ଅଷ୍ଟ୍ରେଲିଆରେ  କର୍ମଚାରୀଙ୍କୁ ଏହି ଅଧିକାର ମିଳିଛି । କାମ ସମ୍ପର୍କିତ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ଲାଗି ଅଷ୍ଟ୍ରେଲିଆ  ସରକାର ଏହି ଆଇନ ଆଣିଛନ୍ତି । ଦ ଫେୟାର ୱର୍କ  ଆମେଣ୍ଡମେଣ୍ଟ୍‌ (ସଂଯୋଗ ବିଚ୍ଛିନ କରିବାର ଅଧିକାର  ବା ରାଇଟ୍‌ ଟୁ ଡିସ୍‌କନେକ୍ଟ) ଅଧିନିୟମ ଫେୟାର ୱର୍କ  ଅଧିନିୟମ-୨୦୦୯ରେ ସଂଶୋଧନ କରିଛି । ଚଳିତ ବର୍ଷ  ଫେବ୍ରୁଆରୀରେ ଦେଶର ସଂସଦରେ ଏହି ଅଧିନିୟମ  ପାରିତ ହୋଇଥିଲା । ଆସନ୍ତା ୨୬ ତାରିଖ ଅର୍ଥାତ୍‌  ସୋମବାରଠୁ ଏହା ଲାଗୁ ହେବ । ସଂଯୋଗ ବିଚ୍ଛିନ କରିବାର ଅଧିକାର ବା ରାଇଟ୍‌ ଟୁ  ଡିସ୍‌କନେକ୍ଟ ଆକ୍ଟ କର୍ମଚାରୀଙ୍କୁ ଡ୍ୟୁଟି ସମୟ ପରେ  ବସ୍‌ଙ୍କ ସହ ସଂଯୋଗରୁ ରକ୍ଷା କରିବ । ଅର୍ଥାତ୍‌  ଅଫିସ୍‌ରେ କାମ ଶେଷ କରିବା ପରେ ବସ୍‌ଙ୍କ ଫୋନ୍‌  କଲ୍‌, ମେସେଜ୍‌ର ଜବାବ ଦେବାକୁ ଚାହୁଁନଥିବା  କର୍ମଚାରୀଙ୍କୁ ଏହି ଆଇନ ସୁରକ୍ଷା ଦେବ । ଡ୍ୟୁଟି ସମୟ  ପରେ ବସ୍‌ଙ୍କ ଫୋନ୍‌ କଲ୍‌ କିମ୍ବା ମେସେଜ୍‌ର ଉପଯୁକ୍ତ  କାରଣ ନ ଥିଲେ, କର୍ମଚାରୀ ବସ୍‌ଙ୍କୁ ଅଣଦେଖା  କରିପାରିବେ । ସଂସଦରେ ଏହି ନିୟମ ପାରିତ ହେବା  ସମୟରେ କିଛି ବିରୋଧ କରିଥିଲେ । ଏଭଳି ନିୟମ  ଲାଗୁ କରିଥିବା ଅଷ୍ଟ୍ରେଲିଆ ପ୍ରଥମ ଦେଶ ନୁହେଁ ।  ଫ୍ରାନ୍ସ ଓ ଜର୍ମାନୀ ସମେତ ଅନେକ ୟୁରୋପୀୟ  ଦେଶରେ ଏହି ଆଇନ ରହିଛି । ଏହି ନି

ଡ୍ୟୁଟି ପରେ ବସ୍‌ଙ୍କ କଲ୍‌କୁ ଅଣଦେଖା କରିପାରିବେ କର୍ମଚାରୀ

ନୂଆଦିଲ୍ଲୀ ୨୫।୦୮: ଡ୍ୟୁଟି ପରେ ଏଣିକି କର୍ମଚାରୀ ବସ୍‌ଙ୍କ ଫୋନ୍‌  କଲ୍‌କୁ ଅଣଦେଖା କରିପାରିବେ । ଅଷ୍ଟ୍ରେଲିଆରେ  କର୍ମଚାରୀଙ୍କୁ ଏହି ଅଧିକାର ମିଳିଛି । କାମ ସମ୍ପର୍କିତ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ଲାଗି ଅଷ୍ଟ୍ରେଲିଆ  ସରକାର ଏହି ଆଇନ ଆଣିଛନ୍ତି । ଦ ଫେୟାର ୱର୍କ  ଆମେଣ୍ଡମେଣ୍ଟ୍‌ (ସଂଯୋଗ ବିଚ୍ଛିନ କରିବାର ଅଧିକାର  ବା ରାଇଟ୍‌ ଟୁ ଡିସ୍‌କନେକ୍ଟ) ଅଧିନିୟମ ଫେୟାର ୱର୍କ  ଅଧିନିୟମ-୨୦୦୯ରେ ସଂଶୋଧନ କରିଛି । ଚଳିତ ବର୍ଷ  ଫେବ୍ରୁଆରୀରେ ଦେଶର ସଂସଦରେ ଏହି ଅଧିନିୟମ  ପାରିତ ହୋଇଥିଲା । 

ଆସନ୍ତା ୨୬ ତାରିଖ ଅର୍ଥାତ୍‌  ସୋମବାରଠୁ ଏହା ଲାଗୁ ହେବ । ସଂଯୋଗ ବିଚ୍ଛିନ କରିବାର ଅଧିକାର ବା ରାଇଟ୍‌ ଟୁ  ଡିସ୍‌କନେକ୍ଟ ଆକ୍ଟ କର୍ମଚାରୀଙ୍କୁ ଡ୍ୟୁଟି ସମୟ ପରେ  ବସ୍‌ଙ୍କ ସହ ସଂଯୋଗରୁ ରକ୍ଷା କରିବ । ଅର୍ଥାତ୍‌  ଅଫିସ୍‌ରେ କାମ ଶେଷ କରିବା ପରେ ବସ୍‌ଙ୍କ ଫୋନ୍‌  କଲ୍‌, ମେସେଜ୍‌ର ଜବାବ ଦେବାକୁ ଚାହୁଁନଥିବା  କର୍ମଚାରୀଙ୍କୁ ଏହି ଆଇନ ସୁରକ୍ଷା ଦେବ । ଡ୍ୟୁଟି ସମୟ  ପରେ ବସ୍‌ଙ୍କ ଫୋନ୍‌ କଲ୍‌ କିମ୍ବା ମେସେଜ୍‌ର ଉପଯୁକ୍ତ  କାରଣ ନ ଥିଲେ, କର୍ମଚାରୀ ବସ୍‌ଙ୍କୁ ଅଣଦେଖା  କରିପାରିବେ । 

ସଂସଦରେ ଏହି ନିୟମ ପାରିତ ହେବା  ସମୟରେ କିଛି ବିରୋଧ କରିଥିଲେ । ଏଭଳି ନିୟମ  ଲାଗୁ କରିଥିବା ଅଷ୍ଟ୍ରେଲିଆ ପ୍ରଥମ ଦେଶ ନୁହେଁ ।  ଫ୍ରାନ୍ସ ଓ ଜର୍ମାନୀ ସମେତ ଅନେକ ୟୁରୋପୀୟ  ଦେଶରେ ଏହି ଆଇନ ରହିଛି । ଏହି ନିୟମ  ଅନୁସାରେ ଡ୍ୟୁଟି ସମୟ ପରେ କର୍ମଚାରୀ ସେମାନଙ୍କ  ମୋବାଇଲ ଫୋନ୍‌ ବନ୍ଦ କରିପାରିବେ ।