ଢେଙ୍କାନାଳରେ ଏନକାଉଣ୍ଟର, ପୋଲିସ ଗୁଳିରେ ଅପରାଧୀ ହୁଣ୍ଡ ଗୁରୁତର
ଢେଙ୍କାନାଳ ୨୪।୦୪ : ଢେଙ୍କାନାଳରେ ପୋଲିସର। କୁଖ୍ୟାତ ଅପରାଧୀ ହୁଣ୍ଡ ଓରଫ ଦେବାଶିଷ ବେହେରାକୁ ସଦର ଥାନା ମଙ୍ଗଳପୁରରେ ଏନକାଉଣ୍ଟର କରାଯାଇଛି । ହୁଣ୍ଡର ଗୋଡ଼ରେ ଗୁଳି ବାଜିଛି। ତାକୁ ଆହତ ଅବସ୍ଥାରେ କଟକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଖବର ଅନୁଯାୟୀ, ଏକ ଅପରାଧ ଘଟାଇବା ପାଇଁ ଯୋଜନା କରୁଥିବା ବେଳେ ପୁଲିସ ସହିତ ମୁହାଁମୁହିଁ ହୋଇଥିଲା ହୁଣ୍ଡ। ପୁଲିସ ଉପରକୁ ଗୁଳି କରି ଖସି ପଳାଉଥିବା ବେଳେ ପୁଲିସ ପାଲଟା ଗୁଳି ଚଳାଇଥିଲା । ହୁଣ୍ଡ ନାଁରେ ରହିଛି ୧୮ଟି ଅପରାଧିକ ମାମଲା । "କିଙ୍ଗ ଅଫ ଫରେଷ୍ଟ" ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ହେଉଛି ହୁଣ୍ଡ। କାମାକ୍ଷାନଗରର କୁଖ୍ୟାତ ଅପରାଧୀ ରାକେଶ ନାଥର ପ୍ରମୁଖ ସହଯୋଗୀ ହେଉଛି ହୁଣ୍ଡ ।
ଢେଙ୍କାନାଳ ୨୪।୦୪ : ଢେଙ୍କାନାଳରେ ପୋଲିସର। କୁଖ୍ୟାତ ଅପରାଧୀ ହୁଣ୍ଡ ଓରଫ ଦେବାଶିଷ ବେହେରାକୁ ସଦର ଥାନା ମଙ୍ଗଳପୁରରେ ଏନକାଉଣ୍ଟର କରାଯାଇଛି । ହୁଣ୍ଡର ଗୋଡ଼ରେ ଗୁଳି ବାଜିଛି। ତାକୁ ଆହତ ଅବସ୍ଥାରେ କଟକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଖବର ଅନୁଯାୟୀ, ଏକ ଅପରାଧ ଘଟାଇବା ପାଇଁ ଯୋଜନା କରୁଥିବା ବେଳେ ପୁଲିସ ସହିତ ମୁହାଁମୁହିଁ ହୋଇଥିଲା ହୁଣ୍ଡ। ପୁଲିସ ଉପରକୁ ଗୁଳି କରି ଖସି ପଳାଉଥିବା ବେଳେ ପୁଲିସ ପାଲଟା ଗୁଳି ଚଳାଇଥିଲା । ହୁଣ୍ଡ ନାଁରେ ରହିଛି ୧୮ଟି ଅପରାଧିକ ମାମଲା । "କିଙ୍ଗ ଅଫ ଫରେଷ୍ଟ" ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ହେଉଛି ହୁଣ୍ଡ। କାମାକ୍ଷାନଗରର କୁଖ୍ୟାତ ଅପରାଧୀ ରାକେଶ ନାଥର ପ୍ରମୁଖ ସହଯୋଗୀ ହେଉଛି ହୁଣ୍ଡ ।