ତାଇୱାନ ରାଷ୍ଟ୍ରପତିଙ୍କୁ ଆମେରିକାରେ ଭବ୍ୟ ସ୍ବାଗତକୁ ଚୀନ୍ର ବିରୋଧ
ହୋନୋଲୁଲୁ: ତାଇୱାନ ରାଷ୍ଟ୍ରପତି ଲାଇ ଚିଙ୍ଗ୍ ସେ ସଂପ୍ରତି ଦୁଇଦିନିଆ ଆମେରିକା ଗସ୍ତର ଅଛନ୍ତି। ଏହି ଗସ୍ତ ସମୟରେ ଆମେରିକାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହାକୁ ଚୀନ୍ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଯୁଦ୍ଧବିମାନ ଏଫ୍-୧୬ର କଡ଼ା ସୁରକ୍ଷା ବଳୟରେ ଲାଇ ଚିଙ୍ଗ୍ଙ୍କ ବିମାନ ହାୱାଇ ପହଞ୍ଚିଥିଲା। ହାୱାଇ ପରେ ସେ ମାର୍ସାଲ୍ ଦ୍ବୀପ, ତୁଭାଲୁ, ଗୁଆମ ଓ ପାଲଉ ଗସ୍ତ କରିବେ। ହାୱାଇରେ ପହଞ୍ଚିବା ପରେ ତାଇୱାନ୍ ରାଷ୍ଟ୍ରପତି ସ୍ଥାନୀୟ ପ୍ରଖ୍ୟାତ ଐତିହାସିକ […]

ହୋନୋଲୁଲୁ: ତାଇୱାନ ରାଷ୍ଟ୍ରପତି ଲାଇ ଚିଙ୍ଗ୍ ସେ ସଂପ୍ରତି ଦୁଇଦିନିଆ ଆମେରିକା ଗସ୍ତର ଅଛନ୍ତି। ଏହି ଗସ୍ତ ସମୟରେ ଆମେରିକାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହାକୁ ଚୀନ୍ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଯୁଦ୍ଧବିମାନ ଏଫ୍-୧୬ର କଡ଼ା ସୁରକ୍ଷା ବଳୟରେ ଲାଇ ଚିଙ୍ଗ୍ଙ୍କ ବିମାନ ହାୱାଇ ପହଞ୍ଚିଥିଲା। ହାୱାଇ ପରେ ସେ ମାର୍ସାଲ୍ ଦ୍ବୀପ, ତୁଭାଲୁ, ଗୁଆମ ଓ ପାଲଉ ଗସ୍ତ କରିବେ। ହାୱାଇରେ ପହଞ୍ଚିବା ପରେ ତାଇୱାନ୍ ରାଷ୍ଟ୍ରପତି ସ୍ଥାନୀୟ ପ୍ରଖ୍ୟାତ ଐତିହାସିକ ସଂଗ୍ରହାଳୟ, ଜରୁରୀକାଳୀନ ପରିଚାଳନା କେନ୍ଦ୍ର ଓ ପର୍ଲ ହାର୍ବରରେ ଥିବା ଆମେରିକା ଆରିଜୋନା ସ୍ମାରକୀ ବୁଲି ଦେଖିଥିଲେ। ଲାଇ ଚିଙ୍ଗ୍ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ। ତାଇୱାନ୍ର ସ୍ବତନ୍ତ୍ର ରାଷ୍ଟ୍ରକୁ ବିଶ୍ବର ୧୨ଟି ଦେଶ ସମର୍ଥନ ଜଣାଇଛନ୍ତି। ଏହା ମଧ୍ୟରୁ ହାୱାଇ ଅନ୍ୟତମ। ଅପରପକ୍ଷରେ ଏହି ଗସ୍ତକୁ ନେଇ ଚୀନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ‘ସ୍ବାଧୀନତା’ ନିମନ୍ତେ କୌଣସି ପ୍ରଚେଷ୍ଟାକୁ କଠୋର ହସ୍ତରେ ଦମନ କରାଯିବ ବୋଲି ଚେତାବନୀ ଦେଇଛି। ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ଉ କିଆନ୍ କହିଛନ୍ତି, ଚୀନର ତାଇୱାନ୍ ପ୍ରଦେଶର କୌଣସି ସରକାରୀ ଆଲୋଚନାକୁ ଦୃଢ଼ ବିରୋଧ କରାଯାଉଛି। ତାଇୱାନ୍ର ଏଭଳି ସ୍ବାଧୀନତା ନିମନ୍ତେ ଉଦ୍ୟମକୁ ଦୃଢ଼ ଭାବେ ଦମନ କରିବାକୁ ଚେତାବନୀ ଦିଆଯାଉଛି।