ତାତିରେ ଜଳୁଛି ଓଡ଼ିଶା, ୭ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରେକର୍ଡ

ଭୁବନେଶ୍ୱର : ତାତିରେ ଜଳୁଛି ଓଡ଼ିଶା। ଅସହ୍ୟ ଖରାରେ ଲୋକେ ଅସ୍ତବ୍ୟସ୍ତ। ୭ସହରର ଦିନ ତାପମାତ୍ରା ୪୧ ଡିଗ୍ରୀ ଉପରେ ରେକର୍ଡ। ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୪୧. ୭ଡିଗ୍ରୀ ରେକର୍ଡ ହୋଇଛି। ସକାଳ ୯ଟାରୁ ଟାଣ ଖରାର ପ୍ରଭାବ। ବାୟୂମଣ୍ଡଳରେ ପଶ୍ଚିମ ତଥା ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଶୁଷ୍କ ଉତ୍ତପ୍ତ ବାୟୁ ଓସୂର୍ଯ୍ୟଙ୍କ ଠାରୁ ଆସଥିବା କିରଣର ତୀବ୍ରତା ଅଧିକ ଥିବାରୁ ତାପମାତ୍ରା ବୃଦ୍ଧି ପାଇଛି। ୬ତାରିଖ ବେଳକୁ ପଶ୍ଚିମ ଓଡିଶାର […] The post ତାତିରେ ଜଳୁଛି ଓଡ଼ିଶା, ୭ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରେକର୍ଡ appeared first on KNews Odisha.

ତାତିରେ ଜଳୁଛି ଓଡ଼ିଶା, ୭ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରେକର୍ଡ
tempt.

ଭୁବନେଶ୍ୱର : ତାତିରେ ଜଳୁଛି ଓଡ଼ିଶା। ଅସହ୍ୟ ଖରାରେ ଲୋକେ ଅସ୍ତବ୍ୟସ୍ତ। ୭ସହରର ଦିନ ତାପମାତ୍ରା ୪୧ ଡିଗ୍ରୀ ଉପରେ ରେକର୍ଡ। ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୪୧. ୭ଡିଗ୍ରୀ ରେକର୍ଡ ହୋଇଛି। ସକାଳ ୯ଟାରୁ ଟାଣ ଖରାର ପ୍ରଭାବ।

ବାୟୂମଣ୍ଡଳରେ ପଶ୍ଚିମ ତଥା ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଶୁଷ୍କ ଉତ୍ତପ୍ତ ବାୟୁ ଓସୂର୍ଯ୍ୟଙ୍କ ଠାରୁ ଆସଥିବା କିରଣର ତୀବ୍ରତା ଅଧିକ ଥିବାରୁ ତାପମାତ୍ରା ବୃଦ୍ଧି ପାଇଛି। ୬ତାରିଖ ବେଳକୁ ପଶ୍ଚିମ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ପାର କରିବା ସମ୍ଭାବନା ରହିଛି।

ଆସନ୍ତା ଦୁଇଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ୪୮ ଘଣ୍ଟା ପରେ ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ବୃଦ୍ଧି ନେଇ ସମ୍ଭାବନା ଥିବା ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଭ୍ୟନ୍ତରୀଣ ଓଡିଶାରେ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପାର କରିବା ସମ୍ଭାବନା କହିଛି। କାଲି ଠାରୁ ୬ ତାରିଖ ଯାଏ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ରାତି ତାପମାତ୍ରା ସ୍ବାଭାବିକ ଠାରୁ ୪ରୁ ୫ ଡିଗ୍ରୀ ଅଧିକ ରହୁଥିବାରୁ ଉଷ୍ମ ରାତି ପାଇଁ ଚେତାବନୀ ଜାରି ହୋଇଛି। ଗୁଳୁଗୁଳି ତଥା ଉଷ୍ମ ଆଦ୍ର ବାୟୁ ପ୍ରଭାବରେ ଦିନର ପିକ୍ ଆୱାରରେ ଅଧିକ ଖରାର ପ୍ରକୋପ ରହିଛି।

ଏହି ସମୟରେ ଲୋକମାନଙ୍କୁ ଜରୁରୀ ନଥିଲେ ବାହାରକୁ ବାହାରିବାକୁ ପରାମର୍ଶ ଦିଆଯାଇଛି।… ୬ତାରିଖରୁ ୮ତାରିଖ ମଧ୍ୟରେ କାଳବୈଶାଖୀ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡିଶାରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି।

The post ତାତିରେ ଜଳୁଛି ଓଡ଼ିଶା, ୭ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରେକର୍ଡ appeared first on KNews Odisha.