ତାତିଲା ଭାଜପା: ସୋନିଆ ରାହୁଲଙ୍କ କୁଶପୁତ୍ତଳିକା କଲା ଦାହ

ପାଟଣା,୨ା୨(ବୀରକିଶୋର ଦାଶ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଭାଜପା ପକ୍ଷରୁ କଡ଼ା ସମାଲୋଚନା କରାଯିବା ସହ ଏହାର ପ୍ରତିବାଦରେ ରବିବାର କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ସାହାରପଡ଼ା ବ୍ଲକ ମୁଖ୍ୟାଳୟ ଛକରେ ଦୁହିଁଙ୍କର କୁଶପୁତ୍ତଳିକା ଦାହ କରାଯାଇଛି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଶତାଧିକ ଭାଜପା କର୍ମୀ ସର୍ବେଶ୍ୱର ଶିବମନ୍ଦିର ଛକରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ […] The post ତାତିଲା ଭାଜପା: ସୋନିଆ ରାହୁଲଙ୍କ କୁଶପୁତ୍ତଳିକା କଲା ଦାହ appeared first on Dharitri Odia News.

ତାତିଲା ଭାଜପା: ସୋନିଆ ରାହୁଲଙ୍କ କୁଶପୁତ୍ତଳିକା କଲା ଦାହ

ପାଟଣା,୨ା୨(ବୀରକିଶୋର ଦାଶ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଭାଜପା ପକ୍ଷରୁ କଡ଼ା ସମାଲୋଚନା କରାଯିବା ସହ ଏହାର ପ୍ରତିବାଦରେ ରବିବାର କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ସାହାରପଡ଼ା ବ୍ଲକ ମୁଖ୍ୟାଳୟ ଛକରେ ଦୁହିଁଙ୍କର କୁଶପୁତ୍ତଳିକା ଦାହ କରାଯାଇଛି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଶତାଧିକ ଭାଜପା କର୍ମୀ ସର୍ବେଶ୍ୱର ଶିବମନ୍ଦିର ଛକରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏହାପରେ ସାହାରପଡ଼ା ଛକରେ କଂଗ୍ରେସ ନେତ୍ରୀ ସୋନିଆ ଓ ରାହୁଲଙ୍କ କୁଶପୁତ୍ତଳିକା ଦାହ କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ସାହାରପଡ଼ା ବ୍ଲକ ଅଧ୍ୟକ୍ଷ ଗୌତମ ନାଏକ, ବରିଷ୍ଠ ଭାଜପା ନେତା ତଥା ଆଇନଜୀବୀ ମହେଶ୍ୱର ପୃଷ୍ଟି, ବିଧାୟକଙ୍କ ବ୍ଲକ ପ୍ରତିନିଧି ନରେନ୍ଦ୍ର ମହାନ୍ତ, ଭାଜପା ନେତ୍ରୀ ସୋମବାରି ମୁଣ୍ଡା, ଶଙ୍ଖୁଆ ସରପଞ୍ଚ ମୋତିଲାଲ ନାଏକ, ବାଇକଳା ସରପଞ୍ଚ ହରିହର ନାଏକ, ନେତା ମୋହନ ମହାନ୍ତ ପ୍ରମୁଖ ଆଗ ଧାଡ଼ିର ଭାଜପା ନେତା ସାମିଲ ହୋଇଥିଲେ।

The post ତାତିଲା ଭାଜପା: ସୋନିଆ ରାହୁଲଙ୍କ କୁଶପୁତ୍ତଳିକା କଲା ଦାହ appeared first on Dharitri Odia News.