ତାତିଲେ ମହିଳା, ଏକାଠି ହୋଇ ନଷ୍ଟ କଲେ ବିପୁଳ ପରିମାଣର ମଦ
ବରଗଡ଼,୫ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଖଲିଆପାଲି ସ୍କୁଲପଡ଼ାରେ ଚାଲିଥିବା କୁଚିଆ ମଦ ବିକ୍ରି ଉପରେ ପୋଲିସ କିମ୍ବା ଅବକାରୀ କିଛି ପଦକ୍ଷେପ ନ ନେବା ପରେ ଶେଷରେ ଅଞ୍ଚଳର ମହିଳାମାନେ ସଂଗଠିତ ହୋଇ ଶନିବାର ସମ୍ପୃକ୍ତ କୁଚିଆ ମଦ ଦୋକାନ ଉପରେ ଚଢ଼ାଉ କରିଥିଲେ। ମହିଳାମାନେ ସେଠାରେ ରହିଥିବା ବିପୁଳ ପରିମାଣର ଦେଶୀ, ବିଦେଶୀ ମଦ ନଷ୍ଟ କରିଛନ୍ତି। ପରେ ଘଟଣାସ୍ଥଳକୁ ପୋଲିସ ପହଞ୍ଚିଥିଲା। ଏହି କୁଚିଆ ମଦ ଦୋକାନରେ ମଦ କାରବାର ବନ୍ଦ କରିବା […] The post ତାତିଲେ ମହିଳା, ଏକାଠି ହୋଇ ନଷ୍ଟ କଲେ ବିପୁଳ ପରିମାଣର ମଦ appeared first on Dharitri Odia News.
ବରଗଡ଼,୫ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଖଲିଆପାଲି ସ୍କୁଲପଡ଼ାରେ ଚାଲିଥିବା କୁଚିଆ ମଦ ବିକ୍ରି ଉପରେ ପୋଲିସ କିମ୍ବା ଅବକାରୀ କିଛି ପଦକ୍ଷେପ ନ ନେବା ପରେ ଶେଷରେ ଅଞ୍ଚଳର ମହିଳାମାନେ ସଂଗଠିତ ହୋଇ ଶନିବାର ସମ୍ପୃକ୍ତ କୁଚିଆ ମଦ ଦୋକାନ ଉପରେ ଚଢ଼ାଉ କରିଥିଲେ। ମହିଳାମାନେ ସେଠାରେ ରହିଥିବା ବିପୁଳ ପରିମାଣର ଦେଶୀ, ବିଦେଶୀ ମଦ ନଷ୍ଟ କରିଛନ୍ତି। ପରେ ଘଟଣାସ୍ଥଳକୁ ପୋଲିସ ପହଞ୍ଚିଥିଲା। ଏହି କୁଚିଆ ମଦ ଦୋକାନରେ ମଦ କାରବାର ବନ୍ଦ କରିବା ପାଇଁ ମହିଳାମାନେ ବାରମ୍ବାର ପୋଲିସ ଏବଂ ଅବକାରୀ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ମାତ୍ର କିଛି ପଦକ୍ଷେପ ନିଆଯାଇ ନ ଥିବା ମହିଳାମାନେ ଅଭିଯୋଗ କରିଛନ୍ତି।
The post ତାତିଲେ ମହିଳା, ଏକାଠି ହୋଇ ନଷ୍ଟ କଲେ ବିପୁଳ ପରିମାଣର ମଦ appeared first on Dharitri Odia News.