ତାମିଲନାଡୁ ମଦମୃତ୍ୟୁ ଘଟଣା, ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି
ନନ୍ଦିଘୋଷ ବ୍ୟୁରୋ: ତାମିଲନାଡୁ ମଦମୃତ୍ୟୁ ଘଟଣାରେ ମୃତ୍ଯୁସଂଖ୍ଯା ହେଲା ୫୩। କାଲ୍ଲାକୁରୁଚିରେ ଘଟିଥିବା ଦୁଃଖଦ ଘଟଣାକୁ ନେଇ ସାରା ଅଞ୍ଚଳରେ... The post ତାମିଲନାଡୁ ମଦମୃତ୍ୟୁ ଘଟଣା, ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି appeared first on .
ନନ୍ଦିଘୋଷ ବ୍ୟୁରୋ: ତାମିଲନାଡୁ ମଦମୃତ୍ୟୁ ଘଟଣାରେ ମୃତ୍ଯୁସଂଖ୍ଯା ହେଲା ୫୩। କାଲ୍ଲାକୁରୁଚିରେ ଘଟିଥିବା ଦୁଃଖଦ ଘଟଣାକୁ ନେଇ ସାରା ଅଞ୍ଚଳରେ ଖେଳିଯାଇଛି ଶୋକ। ଏହାକୁ ନେଇ ରାଜ୍ଯ ଅବକାରୀ ମନ୍ତ୍ରୀ ଏସ. ମୁଥୁସ୍ବାମୀଙ୍କ ଇସ୍ତଫା ଦାବି କରିଛି ବିଜେପି। ଶାସକ ଡିଏମକେ ବିରୋଧରେ ବି ଆନ୍ଦୋଳନ କରିଛି ବିଜେପି। ବର୍ତ୍ତମାନ ସୁଦ୍ଧା ୧୯୩ ଅସୁସ୍ଥଙ୍କ ମଧ୍ଯରୁ ୧୪୦ ଜଣ ନିରାପଦ ଅଛନ୍ତି ବୋଲି କହିଛନ୍ତି ଜିଲ୍ଲାପାଳ ଏମଏସ ପ୍ରଶାନ୍ତ। ୧୪ଜଣଙ୍କୁ ରିମାଣ୍ଡରେ ପୋଲିସ ନେଇଥିବାବେଳେ ସେମାନଙ୍କ ମଧ୍ଯରୁ ୪ଜଣଙ୍କ ମେଡିକାଲ ଯାଞ୍ଚ ଲାଗି ହସ୍ପିଟାଲକୁ ନିଆଯାଇଛି। ଘଟଣାର ତଦନ୍ତଭାର ତାମିଲନାଡୁ ପୋଲିସର ସିବିଆଇ ସିଆଇଡି ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ବିଭିନ୍ନ ମେଡିକାଲ କଲେଜରୁ ୫୬ ଜଣ ଡାକ୍ତରଙ୍କୁ ଅଣାଯାଇ ରୋଗୀ ସେବାରେ ନିୟୋଜିତ କରାଯାଇଛି।
The post ତାମିଲନାଡୁ ମଦମୃତ୍ୟୁ ଘଟଣା, ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି appeared first on .