ତାମିଲନାଡୁରେ ମାଲଗାଡ଼ି ଓ ପାସେଞ୍ଜର ଟ୍ରେନ୍ ଧକ୍କା, ଅନେକ ଆହତ ଆଶଙ୍କା
ମାଲଗାଡ଼ି ଓ ଏକ୍ସପ୍ରେସ ଟ୍ରେନ୍ ମଧ୍ୟରେ ଧକ୍କା । ତାମିଲନାଡୁ ତିରୁଭଲ୍ଲୁର ଜିଲ୍ଲାରେ ଏହି ଟ୍ରେନ ଦୁର୍ଘଟଣା ହୋଇଛି । ମାଲଗାଡ଼ି ଓ ଏକ୍ସପ୍ରେସ ଟ୍ରେନ୍ ମଧ୍ୟରେ ଧକ୍କା ହୋଇ ୮ଟି ୱଗି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ମୈସୁର-ଦରଭଙ୍ଗା ଏକ୍ସପ୍ରେସ ଓ ମାଲଗାଡ଼ି ମଧ୍ୟରେ ଧକ୍କା ହୋଇଛି । ମାଲଗାଡ଼ିକୁ ଧକ୍କା ଦେଇଛି ମୈସୁର-ଦରଭଙ୍ଗା ବାଗମତି ଏକ୍ସପ୍ରେସ । ଏହାପରେ ରେଳଧାରଣାରୁ ଖସିପଡ଼ିଛି ବାଗମତି ଏକ୍ସପ୍ରେସର ୮ଟି ବଗି । ଏପରିକି ୨ଟି ୱଗିରେ […] The post ତାମିଲନାଡୁରେ ମାଲଗାଡ଼ି ଓ ପାସେଞ୍ଜର ଟ୍ରେନ୍ ଧକ୍କା, ଅନେକ ଆହତ ଆଶଙ୍କା appeared first on KNews Odisha.

ମାଲଗାଡ଼ି ଓ ଏକ୍ସପ୍ରେସ ଟ୍ରେନ୍ ମଧ୍ୟରେ ଧକ୍କା । ତାମିଲନାଡୁ ତିରୁଭଲ୍ଲୁର ଜିଲ୍ଲାରେ ଏହି ଟ୍ରେନ ଦୁର୍ଘଟଣା ହୋଇଛି । ମାଲଗାଡ଼ି ଓ ଏକ୍ସପ୍ରେସ ଟ୍ରେନ୍ ମଧ୍ୟରେ ଧକ୍କା ହୋଇ ୮ଟି ୱଗି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ମୈସୁର-ଦରଭଙ୍ଗା ଏକ୍ସପ୍ରେସ ଓ ମାଲଗାଡ଼ି ମଧ୍ୟରେ ଧକ୍କା ହୋଇଛି । ମାଲଗାଡ଼ିକୁ ଧକ୍କା ଦେଇଛି ମୈସୁର-ଦରଭଙ୍ଗା ବାଗମତି ଏକ୍ସପ୍ରେସ । ଏହାପରେ ରେଳଧାରଣାରୁ ଖସିପଡ଼ିଛି ବାଗମତି ଏକ୍ସପ୍ରେସର ୮ଟି ବଗି । ଏପରିକି ୨ଟି ୱଗିରେ ନିଆଁ ଲାଗିଯାଇଥିବା ମଧ୍ୟ ସୂଚନା ମିଳିଛି । ଏବେ ଉକ୍ତ ବଗିରୁ ପ୍ରବଳ ବେଗରେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି । ଏକାଧିକ ଆହତ ହୋଇଥିବା ଆଶଙ୍କା ରହିଛି । ତେବେ କ୍ଷୟକ୍ଷତି ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
The post ତାମିଲନାଡୁରେ ମାଲଗାଡ଼ି ଓ ପାସେଞ୍ଜର ଟ୍ରେନ୍ ଧକ୍କା, ଅନେକ ଆହତ ଆଶଙ୍କା appeared first on KNews Odisha.