ତାଳଗଛ କାଟିବା ଉପରେ ଲାଗିଲା ରୋକ,ନେବାକୁ ପଡିବ ସରକାରଙ୍କ ଅନୁମତି

ଭୁବନେଶ୍ୱର : ରାଜ୍ୟରେ ବଜ୍ରପାତ ରୋକିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି ଓଡିଶା ସରକାର। ଆଉ ମନଇଚ୍ଛା କାଟି ପାରିବେନି ତାଳଗଛ। ବିନା ଅନୁମତିରେ ତାଳଗଛ କାଟିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ବନ ବିଭାଗ ଅନୁମତି ବିନା ନିଜ ବାଡିରୁ ମଧ୍ୟ ତାଳ ଗଛ କାଟିପାରିବେନି। ବଜ୍ରପାତ ଯୋଗୁ ରାଜ୍ୟରେ ବହୁ ଜୀବନ ଚାଲିଯାଉଛି। ଏଥିରୁ ଲୋକମାନଙ୍କୁ ବଞ୍ଚାଇବା ପାଇଁ ପାରମ୍ପରିକ ପଦ୍ଧତି ଆପଣାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ପିସିସିଏଫ ଦେବୀଦତ୍ତ ବିଶ୍ୱାଳ । ରାଜ୍ୟରେ […]

ତାଳଗଛ କାଟିବା ଉପରେ ଲାଗିଲା ରୋକ,ନେବାକୁ ପଡିବ ସରକାରଙ୍କ ଅନୁମତି
ତାଳଗଛ କାଟିବା ଉପରେ ଲାଗିଲା ରୋକ,ନେବାକୁ ପଡିବ ସରକାରଙ୍କ ଅନୁମତି

ଭୁବନେଶ୍ୱର : ରାଜ୍ୟରେ ବଜ୍ରପାତ ରୋକିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି ଓଡିଶା ସରକାର। ଆଉ ମନଇଚ୍ଛା କାଟି ପାରିବେନି ତାଳଗଛ। ବିନା ଅନୁମତିରେ ତାଳଗଛ କାଟିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ବନ ବିଭାଗ ଅନୁମତି ବିନା ନିଜ ବାଡିରୁ ମଧ୍ୟ ତାଳ ଗଛ କାଟିପାରିବେନି। ବଜ୍ରପାତ ଯୋଗୁ ରାଜ୍ୟରେ ବହୁ ଜୀବନ ଚାଲିଯାଉଛି। ଏଥିରୁ ଲୋକମାନଙ୍କୁ ବଞ୍ଚାଇବା ପାଇଁ ପାରମ୍ପରିକ ପଦ୍ଧତି ଆପଣାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ପିସିସିଏଫ ଦେବୀଦତ୍ତ ବିଶ୍ୱାଳ । ରାଜ୍ୟରେ ଚଳିତ ବର୍ଷ ୧୯ ଲକ୍ଷ ତାଳଗଛ ଲଗାଯିବ । ସେଥିପାଇଁ ଏସଆରସିଙ୍କ ପକ୍ଷରୁ ସାଢେ ୭ କୋଟି ତାଙ୍କ ଖର୍ଚ୍ଚ ହେବ ।

ବଜ୍ରପାତଜନିତ ମୃତ୍ୟୁକୁ ହ୍ରାସ କରିବାକୁ ରାଜ୍ୟରେ ବହୁ ପରିମାଣରେ ତାଳଗଛ ଲଗାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଗ୍ରାମାଞ୍ଚଳରେ ବହୁ ପରିମାଣରେ ତାଳଗଛ ଲଗାଇବାକୁ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆରସି) ସତ୍ୟବ୍ରତ ସାହୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ଏବଂ କୃଷି ଓ ସଶକ୍ତୀକରଣ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ପୂର୍ବରୁ ରାଜ୍ୟର ଗ୍ରାମାଞ୍ଚଳରେ ବହୁ ପରିମାଣର ତାଳଗଛ ଥିଲା। ଏହା ବଜ୍ରପାତଜନିତ ମୃତ୍ୟୁକୁ ରୋକିବାରେ ସହାୟକ ହେଉଥିଲା। ସହରୀକରଣ ଯୋଗୁ ସମୟ କ୍ରମେ ତାଳଗଛ ଲୋପ ପାଇଯିବାରୁ ବଜ୍ରପାତ ସିଧା ଭୂମିରେ ପଡୁଛି। ଯଦ୍ଦ୍ବାରା ବିଲବାଡ଼ିରେ କାମ କରୁଥିବା କୃଷକ ଓ ଶ୍ରମିକମାନେ ଏହାର ଶିକାର ହେଉଛନ୍ତି। ବିଶେଷ କରି ମଧ୍ୟାହ୍ନ ଓ ସନ୍ଧ୍ୟା ସମୟରେ ବଜ୍ରପାତ ଯୋଗୁ ଅନେକ ଲୋକ ମୃତାହତ ହେଉଛନ୍ତି। ବଜ୍ରପାତ ମୁଖ୍ୟତଃ ଡେଙ୍ଗା ଗଛ ଯଥା ତାଳ ଓ ନଡିଆ ଗଛ ଉପରେ ହୋଇଥାଏ। ରାଜ୍ୟରେ ବଢୁଥିବା ବଜ୍ରପାତ ଜନିତ ମୃତ୍ୟୁକୁ ଏଡ଼ାଇବା ପାଇଁ ଏଇଭଳି ନିୟମକୁ କଡାକଡି କରିଛି ବନବିଭାଗ ।