ତିଆରି ହେଲା ବିଶ୍ବର ସବୁଠାରୁ ବଡ଼ ଦହିବରା
ଭୁବନେଶ୍ୱର: ମାର୍ଚ୍ଚ ୧ ତାରିଖକୁ ଦହିବରା ଆଳୁଦମ୍ ଦିବସ ଭାବେ କିଛି ବର୍ଷ ହେଲା ପାଳନ କରାଯାଉଛି। ଦହିବରା ଆଳୁଦମ୍ ପ୍ରାୟ ସମସ୍ତଙ୍କ ପ୍ରିୟ ଖାଦ୍ୟ। ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏହା ଖାଇବାକୁ ମିଳିଥାଏ। ଦହିବରା ନାଁ ଶୁଣିଲେ ଯେମିତି ପ୍ରତ୍ୟେକ ଓଡିଆଙ୍କ ମୁହଁରେ ପାଣି ଆସିଯାଇଥାଏ। ସକାଳ ହେଉ କି ସନ୍ଧ୍ୟା ସବୁ ସମୟରେ ଲୋକେ ଦହିବରା ଖାଇବା ପାଇଁ ପସନ୍ଦ କରିଥାନ୍ତ। ଏହି ଅବସରରେ ଆଜି ଭୁବନେଶ୍ୱରରେ ତିଆରି ହେଲା ବିଶ୍ବର ସବୁଠାରୁ […]

ଭୁବନେଶ୍ୱର: ମାର୍ଚ୍ଚ ୧ ତାରିଖକୁ ଦହିବରା ଆଳୁଦମ୍ ଦିବସ ଭାବେ କିଛି ବର୍ଷ ହେଲା ପାଳନ କରାଯାଉଛି। ଦହିବରା ଆଳୁଦମ୍ ପ୍ରାୟ ସମସ୍ତଙ୍କ ପ୍ରିୟ ଖାଦ୍ୟ। ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏହା ଖାଇବାକୁ ମିଳିଥାଏ। ଦହିବରା ନାଁ ଶୁଣିଲେ ଯେମିତି ପ୍ରତ୍ୟେକ ଓଡିଆଙ୍କ ମୁହଁରେ ପାଣି ଆସିଯାଇଥାଏ। ସକାଳ ହେଉ କି ସନ୍ଧ୍ୟା ସବୁ ସମୟରେ ଲୋକେ ଦହିବରା ଖାଇବା ପାଇଁ ପସନ୍ଦ କରିଥାନ୍ତ।
ଏହି ଅବସରରେ ଆଜି ଭୁବନେଶ୍ୱରରେ ତିଆରି ହେଲା ବିଶ୍ବର ସବୁଠାରୁ ବଡ଼ ଦହିବରା । ଦହିବରା ଏକ୍ସପ୍ରେସ ପକ୍ଷରୁ ଏହାକୁ ତିଆରି କରାଯାଇଛି । ୪୦ ଲିଟର ତେଲରେ ଛଣା ଯାଇଛି । ବରାର ଓଜନ ୫୦ କିଲୋ ଗ୍ରାମ ରହିଛି । ଭୁବନେଶ୍ୱର ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନଜମେଣ୍ଟ ଗ୍ରାଣ୍ଡ କିଚେନରେ ଏହାକୁ ତିଆରି କରାଯାଇଛି। ଜଣେ ମୁଖ୍ୟ ସେଫ୍ଙ୍କ ସହ ୧୦ ଜଣ ମିଶି ଏହାକୁ ତିଆରି କରିଛନ୍ତି।
ଦହି ବରା ଏକ୍ସପ୍ରେସ ଫାଉଣ୍ଡର ତଥା ସିଇଓ ସୌରଭ ଖଣ୍ଡେଲୱାଲ ୫୦ କିଲୋ ବରା ବନାଇଛନ୍ତି। ଏହା ତିଆରି ହେବା ପରେ ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ରେକର୍ଡରେ ଏହି ବରା ସ୍ଥାନ ପାଇବ ବୋଲି କୁହାଯାଉଛି।