ତିରୁପତି ମନ୍ଦିର ଲଡୁକୁ ନେଇ ବଡ଼ ଖୁଲାସା କଲେ ପୂର୍ବତନ ମୁଖ୍ୟ ପୁରୋହିତ

ନୂଆଦିଲ୍ଲୀ,୨୧।୯: ତିରୁପତି ମନ୍ଦିର ଲଡୁ ପ୍ରସଙ୍ଗ ବର୍ତ୍ତମାନ ଏକ ରାଜନୈତିକ ମୋଡ ନେଇଛି। ମନ୍ଦିରର ଲଡୁ ଅର୍ଥାତ୍‌ ପ୍ରସାଦ ତିଆରି କରିବା ପାଇଁ ଘିଅ ବଦଳରେ ପଶୁ ଚର୍ବି ବ୍ୟବହାର କରାଯାଉଥିବା ଜଣାପଡିବା ପରଠାରୁ ଦେଶରେ ଏକ ଅଶାନ୍ତି ଦେଖାଦେଇଛି। ଏହି ସମୟରେ ମନ୍ଦିରର ପୂର୍ବତନ ମୁଖ୍ୟ ପୁରୋହିତ ରମଣ ଦୀକ୍ଷାଥୁଲୁ ଏକ ବଡ଼ ଖୁଲାସା କରିଛନ୍ତି। ରମଣ ଦୀକ୍ଷାଥୁଲୁ କହିଛନ୍ତି ଯେ ମୁଁ ଏହା ବହୁ ବର୍ଷ ପୂର୍ବେ ଜାଣିଥିଲି। ସେ ଆହୁରି ମଧ୍ୟ କହିଛନ୍ତି, […] The post ତିରୁପତି ମନ୍ଦିର ଲଡୁକୁ ନେଇ ବଡ଼ ଖୁଲାସା କଲେ ପୂର୍ବତନ ମୁଖ୍ୟ ପୁରୋହିତ appeared first on Dharitri Odia News.

ତିରୁପତି ମନ୍ଦିର ଲଡୁକୁ ନେଇ ବଡ଼ ଖୁଲାସା କଲେ ପୂର୍ବତନ ମୁଖ୍ୟ ପୁରୋହିତ

ନୂଆଦିଲ୍ଲୀ,୨୧।୯: ତିରୁପତି ମନ୍ଦିର ଲଡୁ ପ୍ରସଙ୍ଗ ବର୍ତ୍ତମାନ ଏକ ରାଜନୈତିକ ମୋଡ ନେଇଛି। ମନ୍ଦିରର ଲଡୁ ଅର୍ଥାତ୍‌ ପ୍ରସାଦ ତିଆରି କରିବା ପାଇଁ ଘିଅ ବଦଳରେ ପଶୁ ଚର୍ବି ବ୍ୟବହାର କରାଯାଉଥିବା ଜଣାପଡିବା ପରଠାରୁ ଦେଶରେ ଏକ ଅଶାନ୍ତି ଦେଖାଦେଇଛି। ଏହି ସମୟରେ ମନ୍ଦିରର ପୂର୍ବତନ ମୁଖ୍ୟ ପୁରୋହିତ ରମଣ ଦୀକ୍ଷାଥୁଲୁ ଏକ ବଡ଼ ଖୁଲାସା କରିଛନ୍ତି। ରମଣ ଦୀକ୍ଷାଥୁଲୁ କହିଛନ୍ତି ଯେ ମୁଁ ଏହା ବହୁ ବର୍ଷ ପୂର୍ବେ ଜାଣିଥିଲି। ସେ ଆହୁରି ମଧ୍ୟ କହିଛନ୍ତି, ଲୋକଙ୍କ ବିଶ୍ୱାସ ଏବଂ ଶୁଦ୍ଧତା ବିରୋଧରେ ସେମାନେ ବହୁତ ବଡ଼ ପାପ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଏହି ସବୁ ଦ୍ୱନ୍ଦ୍ୱ ଦୂର କରିବାକୁ ନୂତନ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ସେମାନେ ସରକାରୀ ଦୁଗ୍ଧରୁ ଘିଅ କିଣୁଥିଲେ ଏବଂ ସମାନ ଘିଅରୁ ଏହାକୁ ପ୍ରସ୍ତୁତ କରୁଥିଲେ। ଗତ ୫ ବର୍ଷ ଧରି ତିରୁପତି ଲଡୁରେ ପଶୁ ଚର୍ବି ଏବଂ ମାଛ ତେଲ ମିଶ୍ରଣ କରିବାର ଘୋର ପାପ କରିଆସୁଛନ୍ତି। ଆମକୁ ନିଶ୍ଚିତ କରିବାକୁ ହେବ ଯେ ପବିତ୍ର ମନ୍ଦିରରେ ଏପରି ଗୁରୁତର ପାପ ପୁନରାବୃତ୍ତି ନ ହୁଏ, ଯେଉଁଠାରେ କୋଟି କୋଟି ଭକ୍ତଙ୍କର ଗଭୀର ବିଶ୍ୱାସ ଏବଂ ଭକ୍ତି ରହିଛି।

ଅନ୍ୟପଟେ ତିରୁପତି ଲଡ଼ୁରେ ବ୍ୟବହୃତ ଘିଅରେ ଗୋରୁ ଚର୍ବି ଏବଂ ମାଛ ତେଲ ରହିଥିବା ଅଭିଯୋଗ ଉପରେ କେନ୍ଦ୍ର ସରକାର ଶୁକ୍ରବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କୁ ସବିଶେଷ ରିପୋର୍ଟ ମାଗିଛନ୍ତି। ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରର ପ୍ରଥମ ୧୦୦ ଦିନ ଉପରେ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା କହିଛନ୍ତି, ଖାଦ୍ୟ ନିରାପତ୍ତା ମାନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତିରୁପତି ଲଡ଼ୁରେ ପ୍ରାଣୀ ଚର୍ବି ଓ ମାଛ ତେଲ ରହିଥିବା ଖବର ପ୍ରକାଶ ପାଇବା ପରେ ନଡ୍ଡା ଚନ୍ଦ୍ରବାବୁଙ୍କ ସହ କଥା ହୋଇଥିଲେ। ସେ ସବିଶେଷ ରିପୋର୍ଟ ପଠାଇବା ପରେ ତାହାକୁ ଅନୁଧ୍ୟାନ କରାଯାଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯିବ।

 

The post ତିରୁପତି ମନ୍ଦିର ଲଡୁକୁ ନେଇ ବଡ଼ ଖୁଲାସା କଲେ ପୂର୍ବତନ ମୁଖ୍ୟ ପୁରୋହିତ appeared first on Dharitri Odia News.