ତୁହାକୁ ତୁହା ବର୍ଷା ସାଙ୍ଗକୁ ଆରମ୍ଭ ହେଲାଣି ପବନ: ସ୍ଥିତି ଅନୁଧ୍ୟାନ କଲେ ଆଇନ ମନ୍ତ୍ରୀ

ନିଶ୍ଚିନ୍ତକୋଇଲି,୨୪।୧୦(ଅଶୋକ କୁମାର ମହାପାତ୍ର): ସାମୁଦ୍ରିକ ବାତ୍ୟା ଦାନା ମାଡି ଆସୁଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ ହେଲାଣି। ବ୍ଲକ ପ୍ରଶାସନ ସମ୍ଭାବ୍ୟ ବିପନ୍ନଙ୍କୁ ବ୍ଲକ ପ୍ରଶାସନ ୪୧ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳରେ ରଖିଛନ୍ତି। ଅପରାହ୍ନତରେ ଆଇନ, ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନିଶ୍ଚିନ୍ତକୋଇଲି ବ୍ଲକରେ ପହଁଛି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତାଙ୍କ ସହ ସ୍ଥାନୀୟ ସ୍ବାଧୀନ ବିଧାୟକ ସାରଦା ପ୍ରଧାନ ମଧ୍ୟ ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିଛନ୍ତି। ସମୀକ୍ଷାରେ ବିଡ଼ିଓ ବିରଞ୍ଚି […] The post ତୁହାକୁ ତୁହା ବର୍ଷା ସାଙ୍ଗକୁ ଆରମ୍ଭ ହେଲାଣି ପବନ: ସ୍ଥିତି ଅନୁଧ୍ୟାନ କଲେ ଆଇନ ମନ୍ତ୍ରୀ appeared first on Dharitri Odia News.

ତୁହାକୁ ତୁହା ବର୍ଷା ସାଙ୍ଗକୁ ଆରମ୍ଭ ହେଲାଣି ପବନ: ସ୍ଥିତି ଅନୁଧ୍ୟାନ କଲେ ଆଇନ ମନ୍ତ୍ରୀ

ନିଶ୍ଚିନ୍ତକୋଇଲି,୨୪।୧୦(ଅଶୋକ କୁମାର ମହାପାତ୍ର): ସାମୁଦ୍ରିକ ବାତ୍ୟା ଦାନା ମାଡି ଆସୁଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ ହେଲାଣି। ବ୍ଲକ ପ୍ରଶାସନ ସମ୍ଭାବ୍ୟ ବିପନ୍ନଙ୍କୁ ବ୍ଲକ ପ୍ରଶାସନ ୪୧ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳରେ ରଖିଛନ୍ତି। ଅପରାହ୍ନତରେ ଆଇନ, ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନିଶ୍ଚିନ୍ତକୋଇଲି ବ୍ଲକରେ ପହଁଛି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତାଙ୍କ ସହ ସ୍ଥାନୀୟ ସ୍ବାଧୀନ ବିଧାୟକ ସାରଦା ପ୍ରଧାନ ମଧ୍ୟ ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିଛନ୍ତି।

ସମୀକ୍ଷାରେ ବିଡ଼ିଓ ବିରଞ୍ଚି ନାରାୟଣ ବେହେରା, ତହସିଲଦାର ଅନିତା ନାୟକ, ସିଡିପିଓ ସତ୍ୟଭାମା ବିଶୋଇ, ଅବିଡିଓ ଅଶୋକ ମହାନ୍ତି, ସହକାରୀ ନିରବହିଜନ୍ତ୍ରି ନଳିନୀ ମହାପାତ୍ରଙ୍କ ସମେତ ଥାନା ଅଧିକାରୀ, ଅଗ୍ନିଶମ ଅଧିକାରୀ, ମେଡିକାଲ ଅଧିକାରୀ, ପାନୀୟଜଳ ବିଭାଗ ଅଧିକାରୀ ଯୋଗ ଦେଇଥିଲେ। ମନ୍ତ୍ରୀ ହରିଚନ୍ଦନ ସମୀକ୍ଷା ପରେ ବୁହାଲୋ କଲ୍ୟାଣୀ ମଣ୍ଡପରେ ଥିବା ଲୋକଙ୍କ ପାଖକୁ ଯାଇ ସେମାଙ୍କ ସୁବିଧା ଅସୁବିଧା ବୁଝିଥିଲେ। କଳାବଜାରୀ ଉପରେ ପ୍ରଶାସନ ଦୁଷ୍ଟି ରଖିଛି। ଦୃଢ କାଯ୍ୟନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଛି। ଜିରୋ କାଜୁଆୟାଲିଟି ଉପରେ ମୋହନ ସରକାର ଗୁରୁତ୍ୱ ଦେଉଛନ୍ତି। ପ୍ରଶାସନ ସଜାଗ ରହିଛି ବୋଲି ମନ୍ତ୍ରୀ ପତିକ୍ରିୟା ଦେଇଛନ୍ତି।

The post ତୁହାକୁ ତୁହା ବର୍ଷା ସାଙ୍ଗକୁ ଆରମ୍ଭ ହେଲାଣି ପବନ: ସ୍ଥିତି ଅନୁଧ୍ୟାନ କଲେ ଆଇନ ମନ୍ତ୍ରୀ appeared first on Dharitri Odia News.