ତେଜିଲା ଭୁବନେଶ୍ୱର ‘ମଧ୍ୟ’ ରାଜନୀତି, ଅପରାଜିତାଙ୍କୁ ଭେଟିଲେ ବୁନୁ ବିରୋଧୀ ଗୋଷ୍ଠୀ
ଗତକାଲି ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତାଙ୍କୁ ଭେଟିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧୀ ଗୋଷ୍ଠୀ ।
ତେଜିଲା ମଧ୍ୟ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀ ରାଜନୀତି । ଏହି ଆସନ ଏବେ ବି ବିଜେଡି ପାଇଁ ଅଛିଣ୍ଡା ଅଙ୍କ ଥିବା କୁହାଯାଉଥିବା ବେଳେ, ଏହାରି ଭିତରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ବିଜେଡି ବିଦ୍ରୋହୀ ଗୋଷ୍ଠୀଙ୍କ ବୈଠକକୁ ନେଇ ଚର୍ଚ୍ଚା। ଗତକାଲି ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତାଙ୍କୁ ଭେଟିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧୀ ଗୋଷ୍ଠୀ । ଅମରେଶ ଜେନାଙ୍କ ଗୋଷ୍ଠୀର ୧୧ ଜଣ ପୂର୍ବତନ କର୍ପୋରେଟର ଅପରାଜିତାଙ୍କୁ ଭେଟି ଆଲୋଚନା କରିଥିବା ସୂଚନା ମିଳିଛି ।
ଅନନ୍ତ ଜେନାଙ୍କୁ ବାଦ୍ ଦେଇ ବିଜେଡି ଅମରେଶ ଜେନାଙ୍କୁ ଟିକେଟ ଦେଉ ବୋଲି ଦୀର୍ଘ ଦିନରୁ ଦାବି ହୋଇଆସୁଛି । ଅମରେଶ ମଧ୍ୟ ବାରମ୍ବାର ଶକ୍ତି ପ୍ରଦର୍ଶନ କରି ଆସୁଛନ୍ତି । ତେଣୁ ଯଦି ଅନନ୍ତଙ୍କୁ ଟିକେଟ ମିଳେ, ତା ହେଲେ ସେମାନେ ବିଜେପିରେ ସାମିଲ ହେବେ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି । ତେବେ ଅପରାଜିତା ଷଡ଼ଙ୍ଗୀ କିମ୍ବା ବିଜେଡି ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।