ତେଲେଙ୍ଗାନା କେମିକାଲ ଫ୍ୟାକ୍ଟ୍ରି ଦୁର୍ଘଟଣାରେ ମୃତ ବିହାରୀ ଶ୍ରମିକଙ୍କ ପାଇଁ କ୍ଷତିପୂରଣ ଘୋଷଣା କଲେ ନିତିଶ
ପାଟନା ୩୦।୬: ତେଲଙ୍ଗାନା ସଙ୍ଗାରେଡ୍ଡୀ ଜିଲ୍ଲା ସିଗଚୀ କେମିକାଲ କାରଖାରନା ବିସ୍ଫୋରଣରେ ପ୍ରାଣ ହରାଇଥିବା ବିହାରୀ ଶ୍ରମିକଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଶୋକ ପ୍ରକଟ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବିହାରର ପ୍ରତି ବ୍ୟକ୍ତିଙ୍କ ନିମନ୍ତେ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ସହ ଆହତଙ୍କ ଚିକିତ୍ସା ଖର୍ଚ୍ଚ ବାବଦକୁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଲେବର କମିସନଙ୍କୁ ନିର୍ଦ୍ଦେଶ ଦେଇ ତେଲଙ୍ଗାନା ସରକାରଙ୍କ ସହ ଆବଶ୍ୟକ ସମନ୍ୱୟ ସ୍ଥାପନା କରି ମୃତକଙ୍କ ପାର୍ଥିବ ଶରୀର ବିହାର ଅଣାଇବାର ଉପଯୁକ୍ତ ବ୍ୟବସ୍ଥା କରିବାକୁ କହିଛନ୍ତି। ସେହିପରି ତେଲଙ୍ଗାନାରେ ରହି ଚିକିତ୍ସିତ ହେଉଥିବା ଆହତଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ ଓ ସରକାର ପୀଡ଼ିତ ପରିବାରଙ୍କ ସହ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସାଙ୍ଗାରେଡ୍ଡୀ ଜିଲ୍ଲାରେ ଥିବା ଏକ ଔଷଧ କାରଖାନାର ରିଆକ୍ଟର ୟୁନିଟରେ ସୋମବାର ସକାଳେ ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ କାରଖାନାରେ କାମ କରୁଥିବା ୧୨ ଜଣ କର୍ମଚାରୀଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା କାଳରେ କାରଖାନାରେ ପାଖାପାଖି ୧୫୦ରୁ ଊର୍ଦ୍ଧ୍ୱ କର୍ମଚାରୀ କାମ କରୁଥିଲେ। ଏଣୁ ଦୁର୍ଘଟଣାରେ ୩୦ରୁ ଅଧିକ ଲୋ
ପାଟନା ୩୦।୬: ତେଲଙ୍ଗାନା ସଙ୍ଗାରେଡ୍ଡୀ ଜିଲ୍ଲା ସିଗଚୀ କେମିକାଲ କାରଖାରନା ବିସ୍ଫୋରଣରେ ପ୍ରାଣ ହରାଇଥିବା ବିହାରୀ ଶ୍ରମିକଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଶୋକ ପ୍ରକଟ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବିହାରର ପ୍ରତି ବ୍ୟକ୍ତିଙ୍କ ନିମନ୍ତେ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ସହ ଆହତଙ୍କ ଚିକିତ୍ସା ଖର୍ଚ୍ଚ ବାବଦକୁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି।
ଏହା ସହିତ ମୁଖ୍ୟମନ୍ତ୍ରୀ ଲେବର କମିସନଙ୍କୁ ନିର୍ଦ୍ଦେଶ ଦେଇ ତେଲଙ୍ଗାନା ସରକାରଙ୍କ ସହ ଆବଶ୍ୟକ ସମନ୍ୱୟ ସ୍ଥାପନା କରି ମୃତକଙ୍କ ପାର୍ଥିବ ଶରୀର ବିହାର ଅଣାଇବାର ଉପଯୁକ୍ତ ବ୍ୟବସ୍ଥା କରିବାକୁ କହିଛନ୍ତି। ସେହିପରି ତେଲଙ୍ଗାନାରେ ରହି ଚିକିତ୍ସିତ ହେଉଥିବା ଆହତଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ ଓ ସରକାର ପୀଡ଼ିତ ପରିବାରଙ୍କ ସହ ଅଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ସାଙ୍ଗାରେଡ୍ଡୀ ଜିଲ୍ଲାରେ ଥିବା ଏକ ଔଷଧ କାରଖାନାର ରିଆକ୍ଟର ୟୁନିଟରେ ସୋମବାର ସକାଳେ ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ କାରଖାନାରେ କାମ କରୁଥିବା ୧୨ ଜଣ କର୍ମଚାରୀଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା କାଳରେ କାରଖାନାରେ ପାଖାପାଖି ୧୫୦ରୁ ଊର୍ଦ୍ଧ୍ୱ କର୍ମଚାରୀ କାମ କରୁଥିଲେ। ଏଣୁ ଦୁର୍ଘଟଣାରେ ୩୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି।
ଦୁର୍ଘଟଣା ପରେ ପରେ ଏନଡିଆରଏଫ, ଡିଆରଏଫ ଓ ଏସଡିଆରଏଫ ସହିତ ଦମକଳ ବିଭାଗର ୧୦ଟି ଗାଡ଼ି ପହଞ୍ଚିଥିଲା। ଏହି ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁଃଖ ବ୍ୟକ୍ତ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରତି ମୃତକଙ୍କ ପରିବାର ନିମନ୍ତେ ୨ଲକ୍ଷ ଟଙ୍କା ଓ ଆହତଙ୍କ ଚିକିତ୍ସା ନିମନ୍ତେ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।