ତ୍ରିପୁରାରେ ଏଡସ୍ ଆତଙ୍କ, ନିଶା ଇଞ୍ଜେକସନ୍ରେ ବ୍ୟାପୁଛି ସଂକ୍ରମଣ, ୮୨୮ ଛାତ୍ର ପଜିଟିଭ୍
ଅଗରତାଲା ୧୧/୦୭: ଉତ୍ତରପୂର୍ବ ରାଜ୍ୟ ତ୍ରିପୁରାରେ ଭୟାବହ ରୂପ ନେବାରେ ଲାଗିଛି ଏଚ୍ଆଇଭି-ଏଡ୍ସ । ଏଡ୍ସ ମାମଲା ଲଗାତର ଭାବେ ବଢ଼ୁଛି । ସବୁଠୁ ଚିନ୍ତାଜନକ ବିଷୟ ହେଉଛି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ସାଜିଛି ମୃତ୍ୟୁଯନ୍ତା । ଏଠାରେ ୮୦୦ରୁ ଅଧିକ ଛାତ୍ର ଏଚ୍ଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହି ଅନୁସାରେ ମୃତ୍ୟୁ ସଂଖ୍ୟା ବି ବଢ଼ିବାରେ ଲାଗିଛି । ତ୍ରିପୁରାର ଏଡ୍ସ କଣ୍ଟ୍ରୋଲ ସୋସାଇଟିର ଜଣେ ଅଧିକାରୀଙ୍କ କହିବାନୁସାରେ, ୨୦୦୭ ଏପ୍ରିଲରୁ ୨୦୨୪ ମେ ମଧ୍ୟରେ ୮୨୮ ଛାତ୍ର ଏଚ୍ଆଇଭି ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୭ ଜଣ ପ୍ରାଣ ହରାଇଛନ୍ତି । ରାଜ୍ୟରେ ବର୍ତ୍ତମାନ ପ୍ରତ୍ୟେକ ଦିନ ୫ରୁ ୭ ଜଣ ନୂଆ ରୋଗୀ ସୃଷ୍ଟି ହେଉଛନ୍ତି । ତେବେ ୧୭ ବର୍ଷ ମଧ୍ୟରେ ୮୨୮ ଛାତ୍ର ଏଚ୍ଆଇଭି ସଂକ୍ରମିତ ହୋଇଥିବା ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଫେଇ ଦେଇ କହିଛି । ଏଡ୍ସ କଣ୍ଟ୍ରୋଲ ସୋସାଇଟି ଅଧିକାରୀ ଆହୁରି କହିଛନ୍ତି, ଏଚ୍ଆଇଭି ସଂକ୍ରମିତ ଛାତ୍ରଙ୍କ ଦ୍ୱାରା ବ୍ୟବହୃତ ଇଞ୍ଜେକ୍ସନକୁ ଅନ୍ୟ ଛାତ୍ର ବ୍ୟବହାର କରିବା ଦ୍ୱାରା ସଂକ୍ରମଣ ବଢ଼ୁଛି । ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍ରେ ଛାତ୍ରମାନେ ନିଶା ଇଞ୍ଜେକ୍ସନ ନେଉଥିବାରୁ ସଂକ୍ରମଣ ଦ୍ରୁତ ବେଗରେ ମାଡ଼ୁଛି । ତ୍ରିପୁରାର ୨୨୦ ସ୍କୁଲ ଓ ୨୪ କଲେଜ-ବିଶ୍ୱବିଦ୍ୟାଳୟରେ ଏହି ଏଚ୍ଆଇଭି ମାମଲା ସାମ୍ନାକୁ ଆସିଛି । ଏଡ୍ସ କଣ୍ଟ୍ରୋଲ ସୋସ
ଅଗରତାଲା ୧୧/୦୭: ଉତ୍ତରପୂର୍ବ ରାଜ୍ୟ ତ୍ରିପୁରାରେ ଭୟାବହ ରୂପ ନେବାରେ ଲାଗିଛି ଏଚ୍ଆଇଭି-ଏଡ୍ସ । ଏଡ୍ସ ମାମଲା ଲଗାତର ଭାବେ ବଢ଼ୁଛି । ସବୁଠୁ ଚିନ୍ତାଜନକ ବିଷୟ ହେଉଛି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ସାଜିଛି ମୃତ୍ୟୁଯନ୍ତା । ଏଠାରେ ୮୦୦ରୁ ଅଧିକ ଛାତ୍ର ଏଚ୍ଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହି ଅନୁସାରେ ମୃତ୍ୟୁ ସଂଖ୍ୟା ବି ବଢ଼ିବାରେ ଲାଗିଛି ।
ତ୍ରିପୁରାର ଏଡ୍ସ କଣ୍ଟ୍ରୋଲ ସୋସାଇଟିର ଜଣେ ଅଧିକାରୀଙ୍କ କହିବାନୁସାରେ, ୨୦୦୭ ଏପ୍ରିଲରୁ ୨୦୨୪ ମେ ମଧ୍ୟରେ ୮୨୮ ଛାତ୍ର ଏଚ୍ଆଇଭି ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୭ ଜଣ ପ୍ରାଣ ହରାଇଛନ୍ତି । ରାଜ୍ୟରେ ବର୍ତ୍ତମାନ ପ୍ରତ୍ୟେକ ଦିନ ୫ରୁ ୭ ଜଣ ନୂଆ ରୋଗୀ ସୃଷ୍ଟି ହେଉଛନ୍ତି । ତେବେ ୧୭ ବର୍ଷ ମଧ୍ୟରେ ୮୨୮ ଛାତ୍ର ଏଚ୍ଆଇଭି ସଂକ୍ରମିତ ହୋଇଥିବା ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଫେଇ ଦେଇ କହିଛି । ଏଡ୍ସ କଣ୍ଟ୍ରୋଲ ସୋସାଇଟି ଅଧିକାରୀ ଆହୁରି କହିଛନ୍ତି, ଏଚ୍ଆଇଭି ସଂକ୍ରମିତ ଛାତ୍ରଙ୍କ ଦ୍ୱାରା ବ୍ୟବହୃତ ଇଞ୍ଜେକ୍ସନକୁ ଅନ୍ୟ ଛାତ୍ର ବ୍ୟବହାର କରିବା ଦ୍ୱାରା ସଂକ୍ରମଣ ବଢ଼ୁଛି ।
ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍ରେ ଛାତ୍ରମାନେ ନିଶା ଇଞ୍ଜେକ୍ସନ ନେଉଥିବାରୁ ସଂକ୍ରମଣ ଦ୍ରୁତ ବେଗରେ ମାଡ଼ୁଛି । ତ୍ରିପୁରାର ୨୨୦ ସ୍କୁଲ ଓ ୨୪ କଲେଜ-ବିଶ୍ୱବିଦ୍ୟାଳୟରେ ଏହି ଏଚ୍ଆଇଭି ମାମଲା ସାମ୍ନାକୁ ଆସିଛି । ଏଡ୍ସ କଣ୍ଟ୍ରୋଲ ସୋସାଇଟିର ଯୁଗ୍ମ ନିର୍ଦ୍ଦେଶକ ଶୁଭ୍ରଜିତ ଭଟ୍ଟାଚାର୍ଜୀ କହିଛନ୍ତି, ଯେଉଁ ଛାତ୍ର ଏଚ୍ଆଇଭି ସଂକ୍ରମିତ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ଅଧିକାଂଶ ଧନୀକ ପରିବାରରୁ ଆସିଛନ୍ତି । ଭଟ୍ଟାଚାର୍ଜୀ ଆହୁରି କହିଛନ୍ତି, ଆଣ୍ଟି-ରେଟ୍ରୋଭାଇରାଲ୍ ଥେରାପି କେନ୍ଦ୍ରଗୁଡ଼ିକରେ ୨୦୨୪ ମେ ସୁଦ୍ଧା ମୋଟ ୮,୭୨୯ ଲୋକ ପଞ୍ଜୀକୃତ ହୋଇଥିଲେ ।
ଏମାନଙ୍କ ମଧ୍ୟରୁ ୫,୬୭୪ ଜଣ ଏଚ୍ଆଇଭି ପଜିଟିଭ୍ ଥିବା ଜଣାପଡ଼ିଥିଲା । ୪,୫୭୦ ଜଣ ପୁରୁଷ ଥିଲା ବେଳେ ୧,୧୦୩ ଜଣ ମହିଳା ଥିଲେ । ଜଣେ କିନ୍ନର ରୋଗୀ ଚିହ୍ନଟ ହୋଇଥିଲେ । ବିଶେଷକରି ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁ ଏଚ୍ଆଇଭି ସଂକ୍ରମଣ ବ୍ୟାପିଥାଏ । ଭାରତରେ ଏଚ୍ଆଇଭି ସଂକ୍ରମଣର ପ୍ରଥମ ମାମଲା ୧୯୮୬ରେ ଚିହ୍ନଟ ହୋଇଥିଲା । ଜଣେ ଯୌନ କର୍ମୀ ଏଚ୍ଆଇଭି ପଜିଟିଭ୍ ଥିବା ଜଣାପଡ଼ିଥିଲା । ଏହାଛଡ଼ା ଇଞ୍ଜେକ୍ସନ ଦ୍ୱାରା ଡ୍ରଗ୍ସ ନେବା ଯୋଗୁ ମଧ୍ୟ ରୋଗ ବ୍ୟାପୁଛି ।
ଜାତିସଂଘ ରିପୋର୍ଟ ଅନୁସାରେ ବିଶ୍ୱରେ ପ୍ରାୟ ୧.୨୫ କୋଟି ଲୋକ ଇଞ୍ଜେକ୍ସନ ଦ୍ୱାରା ନିଶା ସେବନ କରିଥାନ୍ତି । ଏହାଯୋଗୁ ବିଶ୍ୱବ୍ୟାପୀ ଏଚ୍ଆଇଭି ଦ୍ରୁତ ବେଗରେ ବଢ଼ୁଛି । ନିଶା ଇଞ୍ଜେକ୍ସନ ନେଉଥିବା ଲୋକ ସଂକ୍ରମିତ ହେବା ଆଶଙ୍କା ୨୨ଗୁଣା ବଢ଼ିଯାଏ । ଆକଳନ ଅନୁସାରେ ଭାରତରେ ୨ ଲକ୍ଷ ଲୋକ ଇଞ୍ଜେକ୍ସନ ଦ୍ୱାରା ନିଶା ସେବନ କରିଥାନ୍ତି । ନ୍ୟାସନାଲ ଏଡ୍ସ କଣ୍ଟ୍ରୋଲ ଅର୍ଗାନାଇଜେସନ (ନାକୋ)ର ରିପୋର୍ଟ ମୁତାବକ ଭାରତରେ ଯେତେ ଏଚ୍ଆଇଭି ସଂକ୍ରମିତ ଅଛନ୍ତି, ସେମାନଙ୍କ ମଧ୍ୟରୁ ୬%ରୁ ଅଧିକ ରୋଗୀ ଇଞ୍ଜେକ୍ସନ ଦ୍ୱାରା ନିଶା ନେଉଥିଲେ ।
୨୦୧୭ରେ ଏହି ରିପୋର୍ଟ ସାମ୍ନାକୁ ଆସିଥିଲା । ନାକୋ ମୁତାବକ ଭାରତରେ ନିଶା ଇଞ୍ଜେକ୍ସନ ଜନିତ ଏଡ୍ସ ସଂକ୍ରମଣ ମାମଲା ସର୍ବାଧିକ ମିଜୋରାମରେ ଦେଖିବାକୁ ମିଳେ । ମିଜୋରାମରେ ମୋଟ ଏଚ୍ଆଇଭି ଆକ୍ରାନ୍ତଙ୍କ ମଧ୍ୟରୁ ୨୦% ରୋଗୀ ନିଶା ଇଞ୍ଜେକ୍ସନ ନେଉଥିଲେ । ଦ୍ୱିତୀୟ ସ୍ଥାନରେ ଥିବା ଦିଲ୍ଲୀରେ ଏହା ୧୬%ରୁ ଅଧିକ ରହିଛି । ଓଡ଼ିଶାରେ ଏହା ୩.୪୦% ଥିବା ବେଳେ ପଶ୍ଚିମବଙ୍ଗରେ ୧୦.୭୬%, ପଞ୍ଜାବରେ ୧୨.୦୯%, ଉତ୍ତରାଖଣ୍ଡରେ ୮.୯୮%, ଛତିଶଗଡ଼ରେ ୧୦.୭୭% ରହିଛି ।
ନିଶା ଇଞ୍ଜେକ୍ସନ ନେଉଥିବା ୨,୬୯୭ ଲୋକଙ୍କ ଉପରେ ୨୦୧୯ ଓ ୨୦୨୦ରେ ଏକ ଅଧ୍ୟୟନ ହୋଇଥିଲା । ଏମାନଙ୍କର ଏଚ୍ଆଇଭି ପରୀକ୍ଷା ହେବାରୁ ୨୧.୧୯% ପଜିଟିଭ୍ ଜଣାପଡ଼ିଥିଲା । ଅଧ୍ୟୟନରେ ସାମିଲ ଲୋକଙ୍କ ମଧ୍ୟରୁ ୯୯% ହେରୋଇନ ନେଉଥିବା ମାନିଥିଲେ । ହେରୋଇନ ନେଇଥିବା ଲୋକଙ୍କ ମଧ୍ୟରୁ ୨୧.୩% ଏଚ୍ଆଇଭି ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏଚ୍ଆଇଭି ଭୂତାଣୁ ଶରୀରକୁ ଯିବା ପରେ ରୋଗ ପ୍ରତିରୋଧକ କ୍ଷମତା ହ୍ରାସ ପାଇଥାଏ । ଫଳରେ ରୋଗୀର ଶୀଘ୍ର ମୃତ୍ୟୁ ଘଟିଥାଏ ।