ଥମୁନି ଦାଦନ ଦୁଃଖ: ଗାଁକୁ ଫେରିଲା ଶ୍ରମିକଙ୍କ ମୃତଦେହ
ଗୋପାଳପୁର,୨୮।୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଈଲୁଣ୍ଡା ବ୍ଲକ ଅଧୀନ ପାନାପଲ୍ଲୀ ଗ୍ରାମର ଜଣେ ଯୁବକ ଦାଦାନ ଖଟିବାକୁ ଯାଇ ଶବ ହୋଇ ଘରକୁ ଫେରିଛନ୍ତି। ମୃତକ ହେଲେ ଏଲ୍. ଘନଶ୍ୟାମ ରେଡ୍ଡୀ। ମିଳିଥିବା ସୂଚନା ମୁତାବକ, ୯ ମାସ ହେଲା ତାମିଲନାଡୁରେ ଥିବା ବେଷ୍ଟ ଟେକ୍ ମେକାନିକ ଏବଂ ଇନ୍ଫ୍ରା ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ କମ୍ପାନୀରେ ଘନଶ୍ୟାମ ଓ୍ବେଲଡର ଭାବେ କାର୍ଯ୍ୟ କରୁଥିଲେ। ୩ ଦିନ ତଳେ ଘନଶ୍ୟାମ ହଟାତ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ତୁରନ୍ତ […] The post ଥମୁନି ଦାଦନ ଦୁଃଖ: ଗାଁକୁ ଫେରିଲା ଶ୍ରମିକଙ୍କ ମୃତଦେହ appeared first on Dharitri Odia News.
ଗୋପାଳପୁର,୨୮।୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଈଲୁଣ୍ଡା ବ୍ଲକ ଅଧୀନ ପାନାପଲ୍ଲୀ ଗ୍ରାମର ଜଣେ ଯୁବକ ଦାଦାନ ଖଟିବାକୁ ଯାଇ ଶବ ହୋଇ ଘରକୁ ଫେରିଛନ୍ତି। ମୃତକ ହେଲେ ଏଲ୍. ଘନଶ୍ୟାମ ରେଡ୍ଡୀ।
ମିଳିଥିବା ସୂଚନା ମୁତାବକ, ୯ ମାସ ହେଲା ତାମିଲନାଡୁରେ ଥିବା ବେଷ୍ଟ ଟେକ୍ ମେକାନିକ ଏବଂ ଇନ୍ଫ୍ରା ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ କମ୍ପାନୀରେ ଘନଶ୍ୟାମ ଓ୍ବେଲଡର ଭାବେ କାର୍ଯ୍ୟ କରୁଥିଲେ। ୩ ଦିନ ତଳେ ଘନଶ୍ୟାମ ହଟାତ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟରେ ସୁଧାର ଆସିବା ପରେ ତାଙ୍କୁ ରୁମ୍କୁ ଅଣାଯାଇଥିଲା। ହେଲେ ଘନଶ୍ୟାମଙ୍କ ପୁଣି ଅସୁସ୍ଥ ହୋଇପଡିଥିଲେ। ପୁଣି ତାଙ୍କୁ ସ୍ଥାନୀୟ ଡାକ୍ତର ଖାନାରେ ଭର୍ତ୍ତି କରାଯଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଘନଶ୍ୟାମଙ୍କ ସ୍ତ୍ରୀ ପୁନାମା ଘଟଣା ସମ୍ପର୍କରେ ଜାଣି କମ୍ପାନୀ ସହ ଯୋଗାଯୋଗ କରି ମୃତଶରୀରକୁ ଗ୍ରାମ ପଠାଇବା ପାଇଁ ନିବେଦନ କରିଥିଲେ। କମ୍ପାନୀ କର୍ମଚାରୀ ଦୁର୍ଯୋଧନ ସେଠୀଙ୍କ ସମେତ ପି.ଲୋକନାଥ ରେଡ୍ଡୀ, କେ.ଚକ୍ରପାଣି ରେଡ୍ଡୀ ଓ ଦଣ୍ଡପାଣି ରେଡ୍ଡୀ ପ୍ରମୁଖ ଆମ୍ବୁଲାନ୍ସରେ ଯୋଗେ ମୃତଦେହ ଗାଁକୁ ଆଣିଥିଲେ। ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଛି।
The post ଥମୁନି ଦାଦନ ଦୁଃଖ: ଗାଁକୁ ଫେରିଲା ଶ୍ରମିକଙ୍କ ମୃତଦେହ appeared first on Dharitri Odia News.