ଥମୁନି ମଣିପୁର ହିଂସା: ୬ ଜଣଙ୍କ ମୃତ୍ୟୁ ପରେ ୭ ଜିଲ୍ଲାରେ ଇଣ୍ଟରନେଟ୍‌ ବନ୍ଦ, କର୍ଫ୍ୟୁ ଜାରି

ନୂଆଦିଲ୍ଲୀ: ମଣିପୁର ହିଂସା ଜାରି ରହିଛି। ଜିରିବାମରେ ଅପହୃତ ହୋଇଥିବା ୬ ଜଣଙ୍କର ମୃତଦେହ ମିଳିବା ପରେ ପଶ୍ଚିମ ଇମ୍ଫାଲ ଓ ପୂର୍ବ ଇମ୍ଫାଲରେ କର୍ଫ୍ୟୁ ଜାରି କରାଯାଇଛି। ୭ ଟି ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ କରାଯାଇଛି। ୬ ଜଣଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେଇ ହତ୍ୟା କରିବା ଉପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ରାଜ୍ୟର ପଶ୍ଚିମ ଇମ୍ଫାଲ, ପୂର୍ବ ଇମ୍ଫାଲ,ବିଷ୍ଣୁପୁର, ଥୌବାଲ, କାକ୍‌ଚିଙ୍ଗ, କାଙ୍ଗପୋକ୍‌ପୀ, ଏବଂ ଚୁରାଚାନ୍ଦପୁର ଜିଲ୍ଲାରେ ଇଣ୍ଟରନେଟ୍‌ ବନ୍ଦ କରାଯାଇଛି। ଇମ୍ଫାଲ ଉପତ୍ୟାକାରେ ହିଂସା ଜାରି ରହିଛି। ହିଂସକ ଭିଡ଼ ଏକାଧିକ ବିଧାୟକଙ୍କ ଘର ଉପରେ ଆକ୍ରମଣ କରି ସମ୍ପତ୍ତି ନଷ୍ଟ କରିଛନ୍ତି। ଗୋଟିଏ ଦଳ ସପାମ ନିଶିକାନ୍ତ ସିଂଙ୍କ ଘରେ ଆକ୍ରମଣ କରି ଫାଟକ ସମ୍ମୁଖରେ ନିର୍ମିତ ଗେଟ୍ ଏବଂ ବଙ୍କରକୁ ନଷ୍ଟ କରିଦେଇଥିଲେ। ଏହାପରେ ସେମାନେ ଇମ୍ଫାଲ ପଶ୍ଚିମ ଜିଲ୍ଲାର ସାଗୋଲବାନ୍ଦରେ ଥିବା ବିଧାୟକ ଆର.କେ ଇମୋଙ୍କ ଘରେ ପଶି ଆସବାବପତ୍ର ପୋଡି ଦେଇଥିଲେ ଓ ଘର ଝରକା ଭାଙ୍ଗି ଦେଇଥିଲେ। ୬ ଜଣଙ୍କ ଅପହର ଓ ହତ୍ୟା ପରେ ଇମ୍ଫାଲ୍‌ର ଖୱାଇରମବାନ୍ଧ କିଥେଲ ହିଂସକ ଆନ୍ଦୋଳନ ହୋଇଥିଲା। ୩ ମହିଳା ଓ ୩ ଛୋଟ ପିଲାଙ୍କୁ ହତ୍ୟା କରି ନଦୀରେ ଫିଙ୍ଗି ଦିଆଯାଇଥିଲା। ଶୁକ୍ରବାର ସନ୍ଧ୍ୟାରେ ମଣିପୁର-ଆସାମ ସୀମାରେ ଥିବା ଜିରିବାମ ଜିଲ୍ଲାର ଜିରିମୁଖ ଗାଁର ଏକ ନଦୀ ନିକଟରେ ସେମାନଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି। ମ

ଥମୁନି ମଣିପୁର ହିଂସା: ୬ ଜଣଙ୍କ ମୃତ୍ୟୁ ପରେ ୭ ଜିଲ୍ଲାରେ ଇଣ୍ଟରନେଟ୍‌ ବନ୍ଦ, କର୍ଫ୍ୟୁ ଜାରି

ନୂଆଦିଲ୍ଲୀ: ମଣିପୁର ହିଂସା ଜାରି ରହିଛି। ଜିରିବାମରେ ଅପହୃତ ହୋଇଥିବା ୬ ଜଣଙ୍କର ମୃତଦେହ ମିଳିବା ପରେ ପଶ୍ଚିମ ଇମ୍ଫାଲ ଓ ପୂର୍ବ ଇମ୍ଫାଲରେ କର୍ଫ୍ୟୁ ଜାରି କରାଯାଇଛି। ୭ ଟି ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ କରାଯାଇଛି। ୬ ଜଣଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେଇ ହତ୍ୟା କରିବା ଉପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ରାଜ୍ୟର ପଶ୍ଚିମ ଇମ୍ଫାଲ, ପୂର୍ବ ଇମ୍ଫାଲ,ବିଷ୍ଣୁପୁର, ଥୌବାଲ, କାକ୍‌ଚିଙ୍ଗ, କାଙ୍ଗପୋକ୍‌ପୀ, ଏବଂ ଚୁରାଚାନ୍ଦପୁର ଜିଲ୍ଲାରେ ଇଣ୍ଟରନେଟ୍‌ ବନ୍ଦ କରାଯାଇଛି। ଇମ୍ଫାଲ ଉପତ୍ୟାକାରେ ହିଂସା ଜାରି ରହିଛି। ହିଂସକ ଭିଡ଼ ଏକାଧିକ ବିଧାୟକଙ୍କ ଘର ଉପରେ ଆକ୍ରମଣ କରି ସମ୍ପତ୍ତି ନଷ୍ଟ କରିଛନ୍ତି। 

ଗୋଟିଏ ଦଳ ସପାମ ନିଶିକାନ୍ତ ସିଂଙ୍କ ଘରେ ଆକ୍ରମଣ କରି ଫାଟକ ସମ୍ମୁଖରେ ନିର୍ମିତ ଗେଟ୍ ଏବଂ ବଙ୍କରକୁ ନଷ୍ଟ କରିଦେଇଥିଲେ। ଏହାପରେ ସେମାନେ ଇମ୍ଫାଲ ପଶ୍ଚିମ ଜିଲ୍ଲାର ସାଗୋଲବାନ୍ଦରେ ଥିବା ବିଧାୟକ ଆର.କେ ଇମୋଙ୍କ ଘରେ ପଶି ଆସବାବପତ୍ର ପୋଡି ଦେଇଥିଲେ ଓ ଘର ଝରକା ଭାଙ୍ଗି ଦେଇଥିଲେ। ୬ ଜଣଙ୍କ ଅପହର ଓ ହତ୍ୟା ପରେ ଇମ୍ଫାଲ୍‌ର ଖୱାଇରମବାନ୍ଧ କିଥେଲ ହିଂସକ ଆନ୍ଦୋଳନ ହୋଇଥିଲା। ୩ ମହିଳା ଓ ୩ ଛୋଟ ପିଲାଙ୍କୁ ହତ୍ୟା କରି ନଦୀରେ ଫିଙ୍ଗି ଦିଆଯାଇଥିଲା। ଶୁକ୍ରବାର ସନ୍ଧ୍ୟାରେ ମଣିପୁର-ଆସାମ ସୀମାରେ ଥିବା ଜିରିବାମ ଜିଲ୍ଲାର ଜିରିମୁଖ ଗାଁର ଏକ ନଦୀ ନିକଟରେ ସେମାନଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି। ମୃତଦେହକୁ ଆସାମର ସିଲଚର ମେଡିକାଲ କଲେଜ ହସପିଟାଲ (SMCH) କୁ ଶୁକ୍ରବାର ରାତିରେ ଅଣାଯାଇ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାର ଶବଗୃହରେ ରଖାଯାଇଛି।

ରିଲିଫ କ୍ୟାମ୍ପରେ ରହୁଥିବା ତିନିଜଣ ମହିଳା ଏବଂ ତିନି ଶିଶୁ ସୋମବାର ଦିନ ଜିରିବାମ ଜିଲ୍ଲାର ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ପରେ ଆତଙ୍କବାଦୀମାନେ ସେମାନଙ୍କୁ ଅପହରଣ କରିନେଇଥିଲେ। 

ନଭେମ୍ବର ୧୧ ତାରିଖରେ, ଉଗ୍ରବାଦୀର ଏକ ଦଳ ବୋରୋବେକ୍ରା ଅଞ୍ଚଳର ଏକ ପୋଲିସ୍ ଷ୍ଟେସନ ଉପରେ ଆକ୍ରମଣ କରିଥିଲା। ସୁରକ୍ଷା କର୍ମୀଙ୍କ ଜବାବ ଆକ୍ରମଣରେ ୧୧ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଆତଙ୍କବାଦୀମାନେ ପ୍ରତିଶୋଧ ପରାୟଣ ହୋଇ ପୁଲିସ ଷ୍ଟେସନ ନିକଟରେ ଥିବା ରିଲିଫ କ୍ୟାମ୍ପରୁ ତିନିଜଣ ମହିଳା ଏବଂ ତିନି ଶିଶୁଙ୍କୁ ଅପହରଣ କରିନେଇଥିଲେ। ହିଂସାକୁ ଦେଖି ରାଜ୍ୟ ସରକାର ଶନିବାର ସମସ୍ତ ସ୍କୁଲ ଓ କଲେଜ୍ ଛୁଟି ଘୋଷଣା କରିଛନ୍ତି।