ଥମୁନି ହାତୀ ମୃତ୍ୟୁ: ପୁଣି ଏକ ହାତୀଛୁଆର ମୃତଦେହ ଜବତ

କେନ୍ଦୁଝର,୧୨ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶ୍ୱ ହାତୀ ଦିବସରେ ଯେତେବେଳେ ଚାରିଆଡ଼େ ହାତୀ ସୁରକ୍ଷାକୁ ନେଇ ବିତର୍କ ଚାଲିଛି ସେତେବେଳେ କେନ୍ଦୁଝର ବନଖଣ୍ଡ ଘଟଗାଁ ରେଞ୍ଜ୍‌ରେ ଏକ ମାଈହାତୀ ଛୁଆର ମୃତ୍ୟୁ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବନ ବିଭାଗ ସୂଚନାନୁଯାୟୀ ହାତୀ ଛୁଆଟିର ଗଳିତ ମୃତଦେହ ଘଟଗାଁ ରେଞ୍ଜ ଦେଉବନ୍ଧ ସେକ୍ସନ ସାମନ୍ତରାପୁରଠାରୁ ପ୍ରାୟ ୬୦ମିଟର ଦୂର ରଘୁବେଡ଼ା ଡ୍ୟାମ୍‌ ନିକଟରୁ ମିଳିଛି। ହାତୀ ଛୁଆଟିର ପ୍ରାକୃତିକ ମୃତ୍ୟୁ ବା ରୋଗ ଜନିତ […] The post ଥମୁନି ହାତୀ ମୃତ୍ୟୁ: ପୁଣି ଏକ ହାତୀଛୁଆର ମୃତଦେହ ଜବତ appeared first on Dharitri Odia News.

ଥମୁନି ହାତୀ ମୃତ୍ୟୁ: ପୁଣି ଏକ ହାତୀଛୁଆର ମୃତଦେହ ଜବତ

କେନ୍ଦୁଝର,୧୨ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶ୍ୱ ହାତୀ ଦିବସରେ ଯେତେବେଳେ ଚାରିଆଡ଼େ ହାତୀ ସୁରକ୍ଷାକୁ ନେଇ ବିତର୍କ ଚାଲିଛି ସେତେବେଳେ କେନ୍ଦୁଝର ବନଖଣ୍ଡ ଘଟଗାଁ ରେଞ୍ଜ୍‌ରେ ଏକ ମାଈହାତୀ ଛୁଆର ମୃତ୍ୟୁ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବନ ବିଭାଗ ସୂଚନାନୁଯାୟୀ ହାତୀ ଛୁଆଟିର ଗଳିତ ମୃତଦେହ ଘଟଗାଁ ରେଞ୍ଜ ଦେଉବନ୍ଧ ସେକ୍ସନ ସାମନ୍ତରାପୁରଠାରୁ ପ୍ରାୟ ୬୦ମିଟର ଦୂର ରଘୁବେଡ଼ା ଡ୍ୟାମ୍‌ ନିକଟରୁ ମିଳିଛି। ହାତୀ ଛୁଆଟିର ପ୍ରାକୃତିକ ମୃତ୍ୟୁ ବା ରୋଗ ଜନିତ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ବନ ବିଭାଗ ଜାଣିବାକୁ ମିଳିଛି।

ମୃତ୍ୟୁବରଣ କରିଥିବା ସ୍ଥାନରୁ ୧ କିମି ଦୂରରେ କୌଣସି ବିଦ୍ୟୁତ୍‌ତାର ବା ଟ୍ରାନ୍ସଫର୍ମର ନ ଥିବାରୁ ଏହା ବିଦ୍ୟୁତ୍‌ ଜନିତ କାରଣ ହୋଇ ନ ଥିବ ବୋଲି ବନ ବିଭାଗ ଆଶଙ୍କା କରୁଛି। ଖବର ପାଇ ବନ ବିଭାଗ କର୍ମଚାରୀ ତଥା ପଶୁ ଚିକିତ୍ସକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରଥିବା ବେଳେ ମୃତଦେହ ବ୍ୟବଚ୍ଛେଦ କରି ଉକ୍ତ ସ୍ଥାନରେ ପୋତି ଦେଇଥିବା ଜଣାପଡ଼ିଛି। ଏହାର ସଠିକ୍‌ କାରଣ ଜାଣିବା ପାଇଁ ସେଣ୍ଟର ଫର୍‌ ଓାଇଲ୍ଡ ଲାଇଫ୍‌ ହେଲ୍‌ଥ, ଭୁବନେଶ୍ୱରଙ୍କ ମୁଖ୍ୟଙ୍କ ସହିତ ଯୋଗାଯୋଗରେ ରହିଥିବା ଡିଏଫ୍‌ଓ ଧନରାଜ ଏଚ୍‌.ଡି କହିଛନ୍ତି।

The post ଥମୁନି ହାତୀ ମୃତ୍ୟୁ: ପୁଣି ଏକ ହାତୀଛୁଆର ମୃତଦେହ ଜବତ appeared first on Dharitri Odia News.