ଥାଣେ ପୋଲିସ ଷ୍ଟେଶନ ଗୁଳିକାଣ୍ଡ ମାମଲାରେ ଭାଜପା ବିଧାୟକ ଗିରଫ

ମୁମ୍ବାଇ,୩।୨: ମହାରାଷ୍ଟ୍ରର ଥାଣେ ଜିଲାର ଉହ୍ଲାସନଗର ପୋଲିସ ଷ୍ଟେଶନରେ ଗୁଳି ବିନିମୟରେ ପୋଲିସ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସ ଷ୍ଟେଶନରେ ଗୁଳି ଚଳାଇଥିବାରୁ ଭାଜପା ବିଧାୟକ ଗଣପତ ଗାୟକୱାଡଙ୍କୁ ପୋଲିସ ଗିରଫ କରିଛି। ଶୁକ୍ରବାର ବିଳମ୍ବିତ ରାତିରେ ଥାଣେ ଜିଲାର ଏକ ପୋଲିସ ଷ୍ଟେଶନ ପରିସରରେ ଗୁଳି ଚଳାଇ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାର ଜଣେ ସ୍ଥାନୀୟ ନେତା ଆହତ ହୋଇଥିଲେ। ପୋଲିସ ସୂତ୍ର ଅନୁଯାୟୀ, ରାତି ପ୍ରାୟ ୧୦ଟା ୩୦ ସମୟରେ ଉହ୍ଲାସନଗରର […] The post ଥାଣେ ପୋଲିସ ଷ୍ଟେଶନ ଗୁଳିକାଣ୍ଡ ମାମଲାରେ ଭାଜପା ବିଧାୟକ ଗିରଫ appeared first on Dharitri Odia News.

ଥାଣେ ପୋଲିସ ଷ୍ଟେଶନ ଗୁଳିକାଣ୍ଡ ମାମଲାରେ ଭାଜପା ବିଧାୟକ ଗିରଫ

ମୁମ୍ବାଇ,୩।୨: ମହାରାଷ୍ଟ୍ରର ଥାଣେ ଜିଲାର ଉହ୍ଲାସନଗର ପୋଲିସ ଷ୍ଟେଶନରେ ଗୁଳି ବିନିମୟରେ ପୋଲିସ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସ ଷ୍ଟେଶନରେ ଗୁଳି ଚଳାଇଥିବାରୁ ଭାଜପା ବିଧାୟକ ଗଣପତ ଗାୟକୱାଡଙ୍କୁ ପୋଲିସ ଗିରଫ କରିଛି। ଶୁକ୍ରବାର ବିଳମ୍ବିତ ରାତିରେ ଥାଣେ ଜିଲାର ଏକ ପୋଲିସ ଷ୍ଟେଶନ ପରିସରରେ ଗୁଳି ଚଳାଇ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାର ଜଣେ ସ୍ଥାନୀୟ ନେତା ଆହତ ହୋଇଥିଲେ।
ପୋଲିସ ସୂତ୍ର ଅନୁଯାୟୀ, ରାତି ପ୍ରାୟ ୧୦ଟା ୩୦ ସମୟରେ ଉହ୍ଲାସନଗରର ହିଲ ଲାଇନ ପୋଲିସ ଷ୍ଟେଶନରେ ଏହା ଘଟିଥିଲା। ଏହି ଘଟଣାରେ ଜଣେ ପ୍ରତିଦ୍ୱନ୍ଦ୍ୱୀ ରାଜନେତା ଜଡିତ ଥିଲେ। ସୂତ୍ରରୁ ପ୍ରକାଶ ଯେ ଏହି ଗୁଳି ବିନିମୟରେ ଶିବସେନା ନେତା ମହେଶ ଗାୟକୱାଡ ଆହତ ହୋଇଥିଲେ ଏବଂ ତାଙ୍କୁ ଥାଣେ ସହରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଏ ସମ୍ପର୍କରେ ସୂଚନା ଦେଇ ଡିସିପି ସୁଧାକର ପଠାରେ କହିଛନ୍ତି ଯେ ଭାଜପା ବିଧାୟକ ଗଣପତ ଗାୟକୱାଡ ଏବଂ ଶିବସେନା ଶିନ୍ଦେ ଦଳର ନେତା ମହେଶ ଗାୟକୱାଡଙ୍କ ମଧ୍ୟରେ କିଛି ବିବାଦ ଲାଗି ରହିଛି। ସେ ଏ ସମ୍ପର୍କରେ ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। କିନ୍ତୁ, ପୋଲିସ ଷ୍ଟେଶନରେ ସେମାନଙ୍କ ମଧ୍ୟରେ ବିବାଦ ଏତେ ବଢିଯାଇଥିଲା ଯେ ଭାଜପା ବିଧାୟକ ଗଣପତ ଗାୟକୱାଡ ଶିବସେନା ଶିନ୍ଦେ ଦଳର ନେତା ମହେଶ ଗାୟକୱାଡଙ୍କ ଉପରକୁ ଗୁଳି ଚଳାଇଥିଲେ। ସଙ୍ଗେ ସଙ୍ଗେ ଆହତ ମହେଶ ଗାୟକୱାଡଙ୍କୁ ଡାକ୍ତରଖାନା ପଠାଯାଇଥିଲା ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି।

The post ଥାଣେ ପୋଲିସ ଷ୍ଟେଶନ ଗୁଳିକାଣ୍ଡ ମାମଲାରେ ଭାଜପା ବିଧାୟକ ଗିରଫ appeared first on Dharitri Odia News.