ଥାନାରେ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା, ସ୍ବାମୀଙ୍କୁ ଖୋଜି ଖୋଜି ଅହମଦାବାଦରୁ ଆସିଥିଲେ ଭଦ୍ରକ

ଭଦ୍ରକ: ଲକ୍ଷେ ନୁହେଁ କି’ ଦୁଇ ଲକ୍ଷ ନୁହେଁ, କୋଟି କୋଟି ଟଙ୍କା ଧରି କୁଆଡ଼େ ପଳାଇଲେ ସ୍ବାମୀ। ଖୋଜି ଖୋଜି ନୟାନ୍ତ ହୋଇଗଲେ ସ୍ତ୍ରୀ। ପୋଲିସବି କୌଣସି ସହଯୋଗ କରିପାରିଲାନି। ଶେଷରେ ମହିଳା ନେଲେ ଚରମ ନିଷ୍ପତ୍ତି। ଥାନାରେ ଫିନାଇଲ୍‌ ପିଇ କଲେ ଆତ୍ମହତ୍ୟା ଉଦ୍ୟମ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବନ୍ତରେ।ସୂଚନା ଅନୁଯାୟୀ, ଗୁଜୁରାଟ ଅହମ୍ମଦାବାଦ ରିମିପୁର ଅଞ୍ଚଳର ନିରଲ ମୋଦୀଙ୍କୁ ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଧୀନ ନରସିଂହପୁର ଅଞ୍ଚଳର ମନୋଜ ନାୟକଙ୍କୁ ପ୍ରେମ ବିବାହ କରିଥିଲେ । ଉଭୟଙ୍କର ଦୁଇ ବର୍ଷର ପୁତ୍ର ସନ୍ତାନ ମଧ୍ୟ ଅଛି । ନିରଲଙ୍କ ଅଭିଯୋଗ ଅନୁସାରେ, ନିରଲଙ୍କର ଏକ ଆଇଟି କମ୍ପାନି ଥିଲା। ଏଠାରେ କାମ କରୁଥିଲେ ମନୋଜ। ଏଠାରୁ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପରବର୍ତ୍ତୀ ସମୟରେ ଉଭୟ ବିବାହ କରିଥିଲେ। ତେବେ ପ୍ରେମ ବିବାହ ପରେ ମନୋଜ, ନିରଲଙ୍କୁ ଗାଁରେ ବ୍ୟବସାୟ ଆରମ୍ଭ କରିବାକୁ କହି ଲୋନ ଆଣିବାକୁ କହିଥିଲେ। ନିରଲ ମଧ୍ୟ ନିଜ ଘର ଏବଂ କମ୍ପାନି ବନ୍ଧକ ରଖି ପର୍ଯ୍ୟାୟ କ୍ରମେ ପ୍ରାୟ ୫ କୋଟି ଟଙ୍କା ଦେଇଥିଲେ । ହେଲେ ଟଙ୍କା ନେଇ ସ୍ତ୍ରୀ ଓ ପୁଅକୁ ଛାଡ଼ି ଫେରାର ହୋଇଗଲେ ସ୍ବାମୀ। ଏହାରି ମଧ୍ୟରେ କମ୍ପାନି ବନ୍ଦ ହୋଇଗଲାଣି, ବନ୍ଧା ରଖିଥିବା ଘର ମଧ୍ୟ ନିଲାମ ହେବାକୁ ବସିଲାଣି। ଏମିତିରେ ନିରଲ, ମନୋଜଙ୍କୁ ଖୋଜି ଖୋଜି ଆସି ଭଦ୍ରକ ବନ୍ତରେ ପହଞ୍ଚ

ଥାନାରେ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା, ସ୍ବାମୀଙ୍କୁ ଖୋଜି ଖୋଜି ଅହମଦାବାଦରୁ ଆସିଥିଲେ ଭଦ୍ରକ

ଭଦ୍ରକ: ଲକ୍ଷେ ନୁହେଁ କି’ ଦୁଇ ଲକ୍ଷ ନୁହେଁ, କୋଟି କୋଟି ଟଙ୍କା ଧରି କୁଆଡ଼େ ପଳାଇଲେ ସ୍ବାମୀ। ଖୋଜି ଖୋଜି ନୟାନ୍ତ ହୋଇଗଲେ ସ୍ତ୍ରୀ। ପୋଲିସବି କୌଣସି ସହଯୋଗ କରିପାରିଲାନି। ଶେଷରେ ମହିଳା ନେଲେ ଚରମ ନିଷ୍ପତ୍ତି। ଥାନାରେ ଫିନାଇଲ୍‌ ପିଇ କଲେ ଆତ୍ମହତ୍ୟା ଉଦ୍ୟମ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବନ୍ତରେ।

ସୂଚନା ଅନୁଯାୟୀ, ଗୁଜୁରାଟ ଅହମ୍ମଦାବାଦ ରିମିପୁର ଅଞ୍ଚଳର ନିରଲ ମୋଦୀଙ୍କୁ ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଧୀନ ନରସିଂହପୁର ଅଞ୍ଚଳର ମନୋଜ ନାୟକଙ୍କୁ ପ୍ରେମ ବିବାହ କରିଥିଲେ । ଉଭୟଙ୍କର ଦୁଇ ବର୍ଷର ପୁତ୍ର ସନ୍ତାନ ମଧ୍ୟ ଅଛି । 

ନିରଲଙ୍କ ଅଭିଯୋଗ ଅନୁସାରେ, ନିରଲଙ୍କର ଏକ ଆଇଟି କମ୍ପାନି ଥିଲା। ଏଠାରେ କାମ କରୁଥିଲେ ମନୋଜ। ଏଠାରୁ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପରବର୍ତ୍ତୀ ସମୟରେ ଉଭୟ ବିବାହ କରିଥିଲେ। ତେବେ ପ୍ରେମ ବିବାହ ପରେ ମନୋଜ, ନିରଲଙ୍କୁ ଗାଁରେ ବ୍ୟବସାୟ ଆରମ୍ଭ କରିବାକୁ କହି ଲୋନ ଆଣିବାକୁ କହିଥିଲେ। ନିରଲ ମଧ୍ୟ ନିଜ ଘର ଏବଂ କମ୍ପାନି ବନ୍ଧକ ରଖି ପର୍ଯ୍ୟାୟ କ୍ରମେ ପ୍ରାୟ ୫ କୋଟି ଟଙ୍କା ଦେଇଥିଲେ । ହେଲେ ଟଙ୍କା ନେଇ ସ୍ତ୍ରୀ ଓ ପୁଅକୁ ଛାଡ଼ି ଫେରାର ହୋଇଗଲେ ସ୍ବାମୀ। ଏହାରି ମଧ୍ୟରେ କମ୍ପାନି ବନ୍ଦ ହୋଇଗଲାଣି, ବନ୍ଧା ରଖିଥିବା ଘର ମଧ୍ୟ ନିଲାମ ହେବାକୁ ବସିଲାଣି। 


ଏମିତିରେ ନିରଲ, ମନୋଜଙ୍କୁ ଖୋଜି ଖୋଜି ଆସି ଭଦ୍ରକ ବନ୍ତରେ ପହଞ୍ଚିଥିଲେ। ପୋଲିସରେ ଅଭିଯୋଗ କଲେ। ଖାଲି ସେତିକି ନୁହେଁ ପୋଲିସ ଡିଜି ଏମିତିକି ମୁଖ୍ୟମନ୍ତ୍ରୀଙ୍କ ନିକଟ‌ରେ ମଧ୍ୟ ଗୁହାରି କଲେ। ହେଲେ କୌଣସି ସୁଫଳ ମିଳିନଥିଲା। ଶେଷରେ ଥାନା ଭିତରେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ନିରଲ । ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।