ଥ୍ରୋଟ୍ ପ୍ୟାଚ୍
ବୈଜ୍ଞାନିକମାନେ ଆମ ଦୈନନ୍ଦିନ ଜୀବନକୁ ସହଜ ସରଳ କରିବାକୁ ବିଭିନ୍ନ ଉଦ୍ଭାବନ କରିବାରେ ଲାଗିଛନ୍ତି । ସେମାନଙ୍କର ଉଦ୍ଭାବନ ତାଲିକାରେ ଅନେକ ସାମଗ୍ରୀ ସାମିଲ ଅଛି । ନିକଟରେ କାଲିଫର୍ଣ୍ଣିଆ ବୈଜ୍ଞାନିକମାନେ ଏକ ଥ୍ରୋଟ ପ୍ୟାଚ୍ର ଉଦ୍ଭାବନ କରିଛନ୍ତି । ଯାହା ଆମ ଗଳାରେ ଲାଗିବା ପରେ ଗଳାରେ ହେଉଥିବା ମସଲ୍ ମୋସନ୍ ବା ମାଂଶପେଶୀୟ ହଲଚଲକୁ କଥାରେ ପରିବର୍ତ୍ତନ କରିବ । ଲୋକମାନେ ଏହାକୁ ଲଗାଇବା ପରେ ଭୋକାଲ କର୍ଡ ବା ସ୍ୱର ତନ୍ତୁର ବ୍ୟବହାର […]

ବୈଜ୍ଞାନିକମାନେ ଆମ ଦୈନନ୍ଦିନ ଜୀବନକୁ ସହଜ ସରଳ କରିବାକୁ ବିଭିନ୍ନ ଉଦ୍ଭାବନ କରିବାରେ ଲାଗିଛନ୍ତି । ସେମାନଙ୍କର ଉଦ୍ଭାବନ ତାଲିକାରେ ଅନେକ ସାମଗ୍ରୀ ସାମିଲ ଅଛି । ନିକଟରେ କାଲିଫର୍ଣ୍ଣିଆ ବୈଜ୍ଞାନିକମାନେ ଏକ ଥ୍ରୋଟ ପ୍ୟାଚ୍ର ଉଦ୍ଭାବନ କରିଛନ୍ତି । ଯାହା ଆମ ଗଳାରେ ଲାଗିବା ପରେ ଗଳାରେ ହେଉଥିବା ମସଲ୍ ମୋସନ୍ ବା ମାଂଶପେଶୀୟ ହଲଚଲକୁ କଥାରେ ପରିବର୍ତ୍ତନ କରିବ । ଲୋକମାନେ ଏହାକୁ ଲଗାଇବା ପରେ ଭୋକାଲ କର୍ଡ ବା ସ୍ୱର ତନ୍ତୁର ବ୍ୟବହାର ନକରି କଥା ହୋଇପାରିବେ । ରିପୋର୍ଟ ଅନୁସାରେ ଏହି ପ୍ୟାଚ୍ଟି ଚାଲିବା ପାଇଁ କୌଣସି ବ୍ୟାଟେରୀ କିମ୍ବା କନେକଫର ଆବଶ୍ୟକତା ମଧ୍ୟ ନାହିଁ । ପ୍ୟାଚ୍ଟି ଆମ ଗଳାରେ ହେଉଥିବା ମସଲ ମୋସନକୁ ବ୍ୟବହାର କରି ନିଜ ପରିଚାଳନା ପାଇଁ ବିଦୁ୍ୟତ୍ ସୃଷ୍ଟି କରିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଏହା ଯେଉଁମାନଙ୍କର ଥ୍ରୋଟ କ୍ୟାନସର,ପାରାଲାଇଜଡ଼ ଭୋକାଲ କର୍ଡ ଭଳି ସମସ୍ୟା ରହିଛି ସେମାନଙ୍କ ପାଇଁ ଏହା ବିଶେଷଭାବେ ସହାୟକ ହେବ । ଏହାର ପ୍ରଥମ ଡିଜାଇନ୍ ୨୦୨୧ରେ କରାଯାଇଥିଲା । ତେବେ ଏହାପରେ ଏହି ଡିଜାଇନ୍ ଉପରେ ଅନେକ ଗବେଷଣା କରାଯାଇଛି, ଯାହାପରେ ଏଥିରେ ପରିବର୍ତ୍ତନ ମଧ୍ୟ କରାଯାଇଛି । ଏହା ପ୍ୟାଚ୍ରେ ପାଞ୍ଚଟି ଥିନ୍ ଲେୟାର ରହିଛି । ସେଣ୍ଟର ଲେୟାରଟି ସିଲିକନ୍ ଓ ମାଇକ୍ରୋମ୍ୟାଗ୍ନେଟ୍ରୁ ପ୍ରସ୍ତୁତ କରାଯାଇଛି । ଅନ୍ୟ ଲେୟାର ଗୁଡିକ ନରମ ସହିତ ନମନୀୟ ସିଲିକନ୍ରୁ ପ୍ରସ୍ତୁତ କରାଯାଇଛି । ଏହି ପ୍ୟାଚ୍କୁ ଘେରି ରହିଥିବା ଦୁଇଟି ଲେୟାର କପର୍ େୱୟାରରୁ ପ୍ରସ୍ତୁତ କରାଯାଇଛି । ଏହି ସମସ୍ତ ଲେୟାର ଏକାଠି କାର୍ଯ୍ୟ କରିବା ଦ୍ୱାରା ଆମର ମସଲ୍ ମୋସନ କଥାରେ ପରିବର୍ତ୍ତନ ହୋଇଥାଏ ।