ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ରେ ଏହି ଭାରତୀୟ ଖେଳାଳିଙ୍କ ଜବରଦସ୍ତ ରେକର୍ଡ, ଫାଇନାଲରେ ବି ଅଧିକ ଆଶା
ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟିମ୍ ମଧ୍ୟରେ ବାର୍ବାଡୋସରେ ଟି-୨୦ ବିଶ୍ୱକପର ଫାଇନାଲ ମୁକାବିଲା ଖେଳାଯିବ । ଉଭୟ ଟିମ୍ ଅପରାଜିତ ରହି ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଏହି ମ୍ୟାଚରେ ଭରାତୀୟ କ୍ରିକେଟ୍ ଫ୍ୟାନ୍ସଙ୍କ ନଜର ରୋହିତ୍ ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ରହିବ, ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବଙ୍କଠାରୁ ମଧ୍ୟ ଏକ ଭଲ ଇନିଂସ ଆଶା ରଖିବେ । ଟିମ୍ ଇଣ୍ଡିଆରେ ଥିବା ବ୍ୟାଟରଙ୍କ ମଧ୍ୟରୁ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଧିକ ଗର୍ଜିଥାଏ । ଦ.ଆଫ୍ରିକା ବିପକ୍ଷରେ ସୂର୍ଯ୍ୟଙ୍କ ବ୍ୟାଟିଂ ଆଭରେଜ ୬୮ ରହିଛି ।ଟି-୨୦ ଇଣ୍ଟରନ୍ୟାସନାଲରେ ଦକ୍ଷିଣ ଆଫ୍ରିକା ଟିମ୍ ବିପକ୍ଷରେ ସୂର୍ଯ୍ୟକୁମାର ଯାଦବଙ୍କ ରେକର୍ଡ ଦେଖିଲେ ସେ ୱାର୍ଲଡ୍ କ୍ରିକେଟର ଅନ୍ୟ ଖେଳାଳିଙ୍କ ତୁଳନାରେ ବେଶ ଭଲ ରହିଛି । ସୂର୍ଯ୍ୟକୁମାର ଏବେ ସୁଦ୍ଧା ଦ.ଆଫ୍ରିକା ବିପକ୍ଷରେ ୬ଟି ଇନିଂସରେ ୩୪୩ ରନ୍ କରିଛନ୍ତି । ଯେଉଁଥିରେ ସେ ୫ଟି ଅର୍ଦ୍ଧଶତକ ମାରିଛନ୍ତି । ସେ ୬୮.୬୦ ହାରାହାରିରେ ରନ୍ କରିଥିବା ବେଳେ ଷ୍ଟ୍ରାଇକ୍ ରେଟ୍ ୧୭୭.୭ ରହିଛି । ତେଣୁ ଫାଇନାଲ ମୁକାବିଲାରେ ସୂର୍ଯ୍ୟକୁମାର ଯାଦବ ଟିମ୍ ଇଣ୍ଡିଆ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖେଳାଳି ହୋଇପାରନ୍ତି ।
ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟିମ୍ ମଧ୍ୟରେ ବାର୍ବାଡୋସରେ ଟି-୨୦ ବିଶ୍ୱକପର ଫାଇନାଲ ମୁକାବିଲା ଖେଳାଯିବ । ଉଭୟ ଟିମ୍ ଅପରାଜିତ ରହି ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଏହି ମ୍ୟାଚରେ ଭରାତୀୟ କ୍ରିକେଟ୍ ଫ୍ୟାନ୍ସଙ୍କ ନଜର ରୋହିତ୍ ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ରହିବ, ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବଙ୍କଠାରୁ ମଧ୍ୟ ଏକ ଭଲ ଇନିଂସ ଆଶା ରଖିବେ । ଟିମ୍ ଇଣ୍ଡିଆରେ ଥିବା ବ୍ୟାଟରଙ୍କ ମଧ୍ୟରୁ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଧିକ ଗର୍ଜିଥାଏ । ଦ.ଆଫ୍ରିକା ବିପକ୍ଷରେ ସୂର୍ଯ୍ୟଙ୍କ ବ୍ୟାଟିଂ ଆଭରେଜ ୬୮ ରହିଛି ।
ଟି-୨୦ ଇଣ୍ଟରନ୍ୟାସନାଲରେ ଦକ୍ଷିଣ ଆଫ୍ରିକା ଟିମ୍ ବିପକ୍ଷରେ ସୂର୍ଯ୍ୟକୁମାର ଯାଦବଙ୍କ ରେକର୍ଡ ଦେଖିଲେ ସେ ୱାର୍ଲଡ୍ କ୍ରିକେଟର ଅନ୍ୟ ଖେଳାଳିଙ୍କ ତୁଳନାରେ ବେଶ ଭଲ ରହିଛି । ସୂର୍ଯ୍ୟକୁମାର ଏବେ ସୁଦ୍ଧା ଦ.ଆଫ୍ରିକା ବିପକ୍ଷରେ ୬ଟି ଇନିଂସରେ ୩୪୩ ରନ୍ କରିଛନ୍ତି । ଯେଉଁଥିରେ ସେ ୫ଟି ଅର୍ଦ୍ଧଶତକ ମାରିଛନ୍ତି । ସେ ୬୮.୬୦ ହାରାହାରିରେ ରନ୍ କରିଥିବା ବେଳେ ଷ୍ଟ୍ରାଇକ୍ ରେଟ୍ ୧୭୭.୭ ରହିଛି । ତେଣୁ ଫାଇନାଲ ମୁକାବିଲାରେ ସୂର୍ଯ୍ୟକୁମାର ଯାଦବ ଟିମ୍ ଇଣ୍ଡିଆ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖେଳାଳି ହୋଇପାରନ୍ତି ।