ଦୁଷ୍କର୍ମ ପୀଡ଼ିତାଙ୍କ ସହାୟତା ରାଶି ହଡ଼ପ କରିଥିଲେ, ୨ ଜଣକୁ ବାନ୍ଧିଲା ପୋଲିସ
କଟକ: ଦୁଷ୍କର୍ମ ପୀଡ଼ିତାଙ୍କୁ ସହାୟତା ରାଶି ହଡ଼ପ ଘଟଣାରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦୁଇ ଜଣକୁ ଗିରଫ କଲା ପୋଲିସ। ସହାୟତା ରାଶି କରାଇଦେବାକୁ କହି ୧ ଲକ୍ଷ ଟଙ୍କା ଠକେଇ କରିଥିଲେ ଏହି ଦୁଇ ଜଣ। ଏନେଇ ପୀଡ଼ିତା ଲାଲବାଗ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗ ଆଧାରରେ ପୋଲିସ ରବିବାର ଜଣକୁ ଗିରଫ କରିଥିବାବେଳେ ସୋମବାର ଆଉ ଜଣକୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଉଛନ୍ତି ଅମୀୟ କୁମାର ସାହୁ ଏବଂ ସଙ୍ଗୀତା ସିଂ। ଉଭୟ ଟଙ୍କା ଠକିଥିବା ନେଇ ପୋଲିସ ଆଗରେ ସ୍ବୀକାର କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା।
କଟକ: ଦୁଷ୍କର୍ମ ପୀଡ଼ିତାଙ୍କୁ ସହାୟତା ରାଶି ହଡ଼ପ ଘଟଣାରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦୁଇ ଜଣକୁ ଗିରଫ କଲା ପୋଲିସ। ସହାୟତା ରାଶି କରାଇଦେବାକୁ କହି ୧ ଲକ୍ଷ ଟଙ୍କା ଠକେଇ କରିଥିଲେ ଏହି ଦୁଇ ଜଣ। ଏନେଇ ପୀଡ଼ିତା ଲାଲବାଗ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ।
ଅଭିଯୋଗ ଆଧାରରେ ପୋଲିସ ରବିବାର ଜଣକୁ ଗିରଫ କରିଥିବାବେଳେ ସୋମବାର ଆଉ ଜଣକୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଉଛନ୍ତି ଅମୀୟ କୁମାର ସାହୁ ଏବଂ ସଙ୍ଗୀତା ସିଂ। ଉଭୟ ଟଙ୍କା ଠକିଥିବା ନେଇ ପୋଲିସ ଆଗରେ ସ୍ବୀକାର କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା।