ଦକ୍ଷିଣ ମୋଡ଼ ନେଲେ ତାଳଧ୍ଵଜ ଓ ଦର୍ପଦଳନ, ଆସନ୍ତାକାଲି ନନ୍ଦିଘୋଷର
ପୁରୀ: ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଲୀଳାଖେଳା ସରି ସରି ଆସୁଛି। ବାହୁଡା ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ପ୍ରଥା ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପରଦିନ ଅର୍ଥାତ ରଥର ଦକ୍ଷିଣମୋଡ କରାଯାଇଛି। ବଳଭଦ୍ରଙ୍କ ତାଳଧ୍ଵଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଦକ୍ଷିଣ ମୋଡ଼ ହୋଇଥିବା ବେଳେ ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼ ହୋଇ ପାରିନି। ତେଣୁ ଆସନ୍ତାକାଲି ନନ୍ଦିଘୋଷର ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ଵାର ନିକଟରେ ରଖାଯିବ। ଆସନ୍ତା ୧୫ ତାରିଖରେ ବାହୁଡାଯାତ୍ରା। ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ନବଦିନାତ୍ମକ ଘୋଷଯାତ୍ରାରେ ଆସିଥିବା ମହାପ୍ରଭୁଙ୍କ ଗୁଣ୍ଡିଚା ମନ୍ଦିରରେ ଆଜି ସମସ୍ତ ନୀତିକାନ୍ତି ସରି ସକାଳ ଧୂପ ସରିବା ପରେ ଘଣ୍ଟଘଣ୍ଟା, କାହାଳୀ, ଛତ୍ରି ସହ ପଟୁଆରରେ ତିନି ବାଡ଼ରୁ ତିନି ଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ତିନିରଥ ନିକଟକୁ ଆସିବା ପରେ ଆରମ୍ଭ ହୋଇଥିଲା ରଥଟଣା। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣମୋଡ କରାଯାଇଥିଲା। ଏହା ପୂର୍ବରୁ ଭୋଇ ସେବକଙ୍କ ଦ୍ୱାରା ରଥର ବ୍ରେକ ଓ ଦଉଡି ସଂଯୋଗ କରାଯାଇଥିଲା। ରାସ୍ତାର ଦୁଇ ପାର୍ଶ୍ଵରେ ଦକ୍ଷିଣମୋଡ ପାଇଁ ଅସ୍ଥାୟୀ ବାଲି ବସ୍ତା ବିଛାଯାଇଥିଲା। ବିଜେ କାହାଳୀ ବାଜିବା ପରେ ଆରକ୍ଷୀ ବାହିନୀଙ୍କ ଦ୍ବାରା ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣମୋଡ଼ ହୋଇଥିଲା। Also read: ମୋହନ ସରକାରକୁ ପୂରିଲା ମାସେ
ପୁରୀ: ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଲୀଳାଖେଳା ସରି ସରି ଆସୁଛି। ବାହୁଡା ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ପ୍ରଥା ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପରଦିନ ଅର୍ଥାତ ରଥର ଦକ୍ଷିଣମୋଡ କରାଯାଇଛି। ବଳଭଦ୍ରଙ୍କ ତାଳଧ୍ଵଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଦକ୍ଷିଣ ମୋଡ଼ ହୋଇଥିବା ବେଳେ ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼ ହୋଇ ପାରିନି। ତେଣୁ ଆସନ୍ତାକାଲି ନନ୍ଦିଘୋଷର ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ଵାର ନିକଟରେ ରଖାଯିବ।
ଆସନ୍ତା ୧୫ ତାରିଖରେ ବାହୁଡାଯାତ୍ରା। ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ନବଦିନାତ୍ମକ ଘୋଷଯାତ୍ରାରେ ଆସିଥିବା ମହାପ୍ରଭୁଙ୍କ ଗୁଣ୍ଡିଚା ମନ୍ଦିରରେ ଆଜି ସମସ୍ତ ନୀତିକାନ୍ତି ସରି ସକାଳ ଧୂପ ସରିବା ପରେ ଘଣ୍ଟଘଣ୍ଟା, କାହାଳୀ, ଛତ୍ରି ସହ ପଟୁଆରରେ ତିନି ବାଡ଼ରୁ ତିନି ଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ତିନିରଥ ନିକଟକୁ ଆସିବା ପରେ ଆରମ୍ଭ ହୋଇଥିଲା ରଥଟଣା। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣମୋଡ କରାଯାଇଥିଲା। ଏହା ପୂର୍ବରୁ ଭୋଇ ସେବକଙ୍କ ଦ୍ୱାରା ରଥର ବ୍ରେକ ଓ ଦଉଡି ସଂଯୋଗ କରାଯାଇଥିଲା। ରାସ୍ତାର ଦୁଇ ପାର୍ଶ୍ଵରେ ଦକ୍ଷିଣମୋଡ ପାଇଁ ଅସ୍ଥାୟୀ ବାଲି ବସ୍ତା ବିଛାଯାଇଥିଲା। ବିଜେ କାହାଳୀ ବାଜିବା ପରେ ଆରକ୍ଷୀ ବାହିନୀଙ୍କ ଦ୍ବାରା ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣମୋଡ଼ ହୋଇଥିଲା।
Also read: ମୋହନ ସରକାରକୁ ପୂରିଲା ମାସେ, ଜାଣନ୍ତୁ ପ୍ରତିଶ୍ରୁତି କେତେ ପାଳନ ହୋଇଛି ?
ଏହା ପରେ ତାଳଧ୍ଵଜ ରଥକୁ ଦକ୍ଷିଣ ମୋଡ଼ କରାଯାଇଛି। ଆସନ୍ତାକାଲି ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ କରାଯିବ ବୋଲି କହିଛନ୍ତି ମୁଖ୍ୟ ବିଶ୍ଵକର୍ମା। ଆରକ୍ଷୀ ବାହିନୀ ମହାପ୍ରଭୁଙ୍କ ତିନିରଥକୁ ଦକ୍ଷିଣମୋଡ କରିବାରେ ସାମିଲ ହୋଇଛନ୍ତି। ଏହା ବାହୁଡା ଯାତ୍ରାର ଅୟମାରମ୍ଭ। ସେପଟେ ବାହୁଡା ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତେବେ ଆସନ୍ତା ୧୪ ତାରିଖ ରେ ଆଡ଼ପ ମଣ୍ଡପରେ ସନ୍ଧ୍ୟା ଦର୍ଶନ ଅବସରରେ ଭକ୍ତ ଶ୍ରଦ୍ଧାଳୁ କେତେବଳ ସମୟ ଯାଏଁ ଦର୍ଶନ କରିପାରିବେ ସେନେଇ ସେବାୟତଙ୍କ ସହ ଆଲୋଚନା ହୋଇଛି। ୧୫ ତାରିଖରେ ବାହୁଡା଼ ଯାତ୍ରା ଥିବାରୁ ସମସ୍ତ ନୀତି କାନ୍ତି କିଭଳି ସୂଚାରୁରୂପେ ହୋଇପାରିବ ସେନେଇ ପଦକ୍ଷେପ ନିଆଯାଉଛି।