ଦବଦବା ଜାହିର ପାଇଁ ୩ ଜଣଙ୍କୁ ହାଣିଲେ ଦୁଇ ଭାଇ

ମାହାଙ୍ଗା: ମାହାଙ୍ଗା ବ୍ଲକ୍ ଭଦ୍ରେଶ୍ୱର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ମାହାଙ୍ଗାର ଦୁର୍ଦ୍ଦାନ୍ତ ଅପରାଧୀ ବାପି ପ୍ରହରାଜ ଏବଂ ଜେପି ପ୍ରହରାଜ ଦୁଇ ଭାଇ ନିଜର ଦବଦବା ଜାହିର କରିବା ପାଇଁ ପୁଣି ଥରେ ସାଜିଲେ ରକ୍ତମୁଖା। ନିଜ ଗାଁ ନିକଟ ଝାଡେଶ୍ୱରପୁର ବଜାର ଏଵଂ ଆଖ ପାଖ ଅଞ୍ଚଳରେ ଥିବା ବଜାର ରେ ତିନି ରୁ ଚାରି ଜଣକୁ ଗୋଡେଇ ଗୋଡେଇ ଭୁଜାଲି ଓ ଖଣ୍ଡାରେ ହାଣିଛନ୍ତି। ଏହି ଘଟଣାରେ ଜଣେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର ହୋଇଥିବା ବେଳେ ଆକ୍ରମଣ ର ଶିକାର ହୋଇଥିବା ଅନ୍ୟ ଦୁଇ ଜଣ ଭୟରେ କେଉଁ ଆଡେ ଚାଲି ଯାଇଥିବା ସୂଚନା ମିଳିଛି। ଆକ୍ରମଣର ଶିକାର ହୋଇଥିବା ମନୋଜ ସାମଲଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ହୋଇଥିବା ନେଇ ସନ୍ଦେହ କରାଯାଉଛି। ବାପି ଓ ଜେପି ନାମକ ଏହି ଦୁଇ ଭାଇଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ୫୦ ରୁ ଅଧିକ ଅପରାଧିକ ମାମଲା ଥିବା ଜଣା ପଡ଼ିଛି। ଘଟଣାସ୍ଥଳରେ ଭଦ୍ରେଶ୍ୱର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।   

ଦବଦବା ଜାହିର ପାଇଁ ୩ ଜଣଙ୍କୁ ହାଣିଲେ ଦୁଇ ଭାଇ

ମାହାଙ୍ଗା: ମାହାଙ୍ଗା ବ୍ଲକ୍ ଭଦ୍ରେଶ୍ୱର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ମାହାଙ୍ଗାର ଦୁର୍ଦ୍ଦାନ୍ତ ଅପରାଧୀ ବାପି ପ୍ରହରାଜ ଏବଂ ଜେପି ପ୍ରହରାଜ ଦୁଇ ଭାଇ ନିଜର ଦବଦବା ଜାହିର କରିବା ପାଇଁ ପୁଣି ଥରେ ସାଜିଲେ ରକ୍ତମୁଖା। ନିଜ ଗାଁ ନିକଟ ଝାଡେଶ୍ୱରପୁର ବଜାର ଏଵଂ ଆଖ ପାଖ ଅଞ୍ଚଳରେ ଥିବା ବଜାର ରେ ତିନି ରୁ ଚାରି ଜଣକୁ ଗୋଡେଇ ଗୋଡେଇ ଭୁଜାଲି ଓ ଖଣ୍ଡାରେ ହାଣିଛନ୍ତି। 

ଏହି ଘଟଣାରେ ଜଣେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର ହୋଇଥିବା ବେଳେ ଆକ୍ରମଣ ର ଶିକାର ହୋଇଥିବା ଅନ୍ୟ ଦୁଇ ଜଣ ଭୟରେ କେଉଁ ଆଡେ ଚାଲି ଯାଇଥିବା ସୂଚନା ମିଳିଛି। ଆକ୍ରମଣର ଶିକାର ହୋଇଥିବା ମନୋଜ ସାମଲଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ହୋଇଥିବା ନେଇ ସନ୍ଦେହ କରାଯାଉଛି। ବାପି ଓ ଜେପି ନାମକ ଏହି ଦୁଇ ଭାଇଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ୫୦ ରୁ ଅଧିକ ଅପରାଧିକ ମାମଲା ଥିବା ଜଣା ପଡ଼ିଛି। ଘଟଣାସ୍ଥଳରେ ଭଦ୍ରେଶ୍ୱର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।