ଦବିଯାଉଛି ପୋଲ ସଂଯୋଗୀକରଣ ରାସ୍ତା
ରସୁଲପୁର,୧୮ା୩(ରଞ୍ଜିତ ରାଉତ): ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ-୨ ଅନ୍ତର୍ଗତ କୁଆଖିଆ ସେକ୍ସନର ୨ ପଞ୍ଚାୟତର ୨ଟି ଗାଁକୁ ସଂଯୋଗ କରୁଥିବା ବିଭାଗୀୟ ରାସ୍ତାର ଏକ ପୋଲର ଉଭୟ ପାର୍ଶ୍ୱ ସଂଯୋଗୀକରଣ ଅଞ୍ଚଳ ଦବିଯାଉଛି। ଚାରି ଚକିଆ ଯାନ ଏହି ରାସ୍ତାଦେଇ ଯାତାୟାତ କରୁଥିବା ସମୟରେ ଦବି ଯାଉଥିବା ଅଞ୍ଚଳଟି କ୍ରମଶଃ ବଡ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଯାତାୟାତରେ ବାଧା ଉପୁଜୁଛି। ପୋଲ ଯୋଡ଼େଇ ମୁଣ୍ଡରେ ସୃଷ୍ଟି ହୋଇଥିବା ଗର୍ତ୍ତକୁ ତୁରନ୍ତ ମରାମତି କରା ନ ଗଲେ […] The post ଦବିଯାଉଛି ପୋଲ ସଂଯୋଗୀକରଣ ରାସ୍ତା appeared first on Dharitri Odia News.
ରସୁଲପୁର,୧୮ା୩(ରଞ୍ଜିତ ରାଉତ): ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ-୨ ଅନ୍ତର୍ଗତ କୁଆଖିଆ ସେକ୍ସନର ୨ ପଞ୍ଚାୟତର ୨ଟି ଗାଁକୁ ସଂଯୋଗ କରୁଥିବା ବିଭାଗୀୟ ରାସ୍ତାର ଏକ ପୋଲର ଉଭୟ ପାର୍ଶ୍ୱ ସଂଯୋଗୀକରଣ ଅଞ୍ଚଳ ଦବିଯାଉଛି। ଚାରି ଚକିଆ ଯାନ ଏହି ରାସ୍ତାଦେଇ ଯାତାୟାତ କରୁଥିବା ସମୟରେ ଦବି ଯାଉଥିବା ଅଞ୍ଚଳଟି କ୍ରମଶଃ ବଡ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଯାତାୟାତରେ ବାଧା ଉପୁଜୁଛି। ପୋଲ ଯୋଡ଼େଇ ମୁଣ୍ଡରେ ସୃଷ୍ଟି ହୋଇଥିବା ଗର୍ତ୍ତକୁ ତୁରନ୍ତ ମରାମତି କରା ନ ଗଲେ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯିବ। ଏଥିସହିତ ଶତାଧିକ ପରିବାରଙ୍କ ପାଇଁ ଗମନାଗମନର ଅସୁବିଧା ଉପୁଜିବ ବୋଲି ଅଭିଯୋଗ କୁହାଯାଇଛି।
ସୂଚନା ମୁତାବକ, ରସୁଲପୁର ବ୍ଲକ୍ ଭୋଟକା ପଞ୍ଚାୟତର ଭୋଟକା ଗ୍ରାମ ଓ ରସୁଲପୁର ପଞ୍ଚାୟତ ସୁଆଁସାହି ଗ୍ରାମର ଶତାଧିକ ପରିବାର ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି। ମୂଳ ଖରସ୍ରୋତା ନଦୀକୂଳରେ ଅବସ୍ଥିତ ଏହି ଗ୍ରାମର ଲୋକଙ୍କ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନଦୀରେ ଏକ ପୋଲ ନିର୍ମାଣ କରାଯାଇଛି। ପୋଲ ବହୁ ପୁରୁଣା ହୋଇଥିବାରୁ ପୋଲର ବାଡଗୁଡିକ ଭାଙ୍ଗି ରୁଜିଗଲାଣି। ପୋଲ ଉଭୟ ପାର୍ଶ୍ୱସ୍ଥ ସଂଯୋଗୀକରଣ ଅଞ୍ଚଳକୁ ଠିକ୍ ଭାବରେ ସୁଦୃଢ଼ୀକରଣ କରାଯାଇ ନ ଥିବାରୁ ମାଟି ଧସି ପୋଲ ଉଭୟ ମୁଣ୍ଡରେ ଗର୍ତ୍ତ ସୃଷ୍ଟି ହୋଇଛି। ଅନ୍ଧାରରେ ଯାତାୟାତ କରୁଥିବା ପଦଯାତ୍ରୀ, ସାଇକେଲ ଓ ମଟରସାଇକେଲ ଚାଳକମାନେ ଖାଲରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। ପୋଲ ଉପରେ ବର୍ଷାଜଳ ଜମି ରହୁଥିବାରୁ ଛାତ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଉକ୍ତ ଛାତଟିକୁ ତୁରନ୍ତ ମରାମତି କରା ନ ଗଲେ ପୋଲ ଭୁଶୁଡ଼ି ପଡ଼ିବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ତେଣୁ ପୋଲ ଉଭୟ ମୁଣ୍ଡରେ ସୃଷ୍ଟି ହୋଇଥିବା ଗର୍ତ୍ତଗୁଡ଼ିକ, ପୋଲର ବାଡ ଓ ଛାତକୁ ତୁରନ୍ତ ମରାମତି କରାଯିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ଦିଗରେ କୁଆଖିଆ ସେକ୍ସନ ଯନ୍ତ୍ରୀ ଭୀମସେନ ମହାରଣାଙ୍କୁ ପଚାରିବାରେ ସେ କହିଛନ୍ତି, ଏବେ କୁଆଖିଆ ସେକ୍ସନରେ ଆଉ ଜଣେ ଯନ୍ତ୍ରୀ ନିଯୁକ୍ତି ପାଇଛନ୍ତି। ତାଙ୍କୁ ସେ ଅଞ୍ଚଳର ଦାୟିତ୍ୱ ଦିଆଯାଇଛି। ତାଙ୍କୁ ନେଇ ଉକ୍ତ ରାସ୍ତାକୁ ଦେଖାଇବା ସହ ମରାମତି ଦିଗରେ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ମହାରଣା ପ୍ରକାଶ କରିଛନ୍ତି।
The post ଦବିଯାଉଛି ପୋଲ ସଂଯୋଗୀକରଣ ରାସ୍ତା appeared first on Dharitri Odia News.