ଦର ବଢ଼ିବାରୁ କମିଛି ବେପାର
ବ୍ରହ୍ମପୁର,୨ା୨(ଅଶୋକ କୁମାର ସାହୁ): ବ୍ରହ୍ମପୁର ବଜାରରେ ରସୁଣର ମୂଲ୍ୟ ଅହେତୁକ ବୃଦ୍ଧି ପାଇଛି। ଏହାକୁ ନେଇ ଖାଉଟି ଚିନ୍ତିତ ହୋଇଛନ୍ତି। ସେପଟେ ଦର ଅଧିକ ଥିବାରୁ ରିଟେଲ ବେପାର ବି କମିଯାଇଛି। ଓଡ଼ିଶାରେ ଯଥେଷ୍ଟ ରସୁଣ ଆଦାୟ ହେଉ ନ ଥିବାରୁ ବ୍ୟବସାୟୀମାନେ ସାଧାରଣତଃ ଏହାକୁ ଗୁଜରାଟରୁ ଆମଦାନୀ କରିଥାନ୍ତି। ବଡ ବଜାରରୁ ମିଳିଥିବା ସୂଚନା ଅନୁସାରେ ଆଗରୁ ମାର୍କେଟକୁ ୪ରୁ ୫ଟ୍ରକ ରସୁଣ ଆସୁଥିଲା। ଏବେ ଦର ବଢ଼ିବା ପରେ ତାହା କମିଯାଇଛି। ଗୁରୁବାର ଏଠାରେ […] The post ଦର ବଢ଼ିବାରୁ କମିଛି ବେପାର appeared first on Dharitri Odia News.
ବ୍ରହ୍ମପୁର,୨ା୨(ଅଶୋକ କୁମାର ସାହୁ): ବ୍ରହ୍ମପୁର ବଜାରରେ ରସୁଣର ମୂଲ୍ୟ ଅହେତୁକ ବୃଦ୍ଧି ପାଇଛି। ଏହାକୁ ନେଇ ଖାଉଟି ଚିନ୍ତିତ ହୋଇଛନ୍ତି। ସେପଟେ ଦର ଅଧିକ ଥିବାରୁ ରିଟେଲ ବେପାର ବି କମିଯାଇଛି। ଓଡ଼ିଶାରେ ଯଥେଷ୍ଟ ରସୁଣ ଆଦାୟ ହେଉ ନ ଥିବାରୁ ବ୍ୟବସାୟୀମାନେ ସାଧାରଣତଃ ଏହାକୁ ଗୁଜରାଟରୁ ଆମଦାନୀ କରିଥାନ୍ତି। ବଡ ବଜାରରୁ ମିଳିଥିବା ସୂଚନା ଅନୁସାରେ ଆଗରୁ ମାର୍କେଟକୁ ୪ରୁ ୫ଟ୍ରକ ରସୁଣ ଆସୁଥିଲା। ଏବେ ଦର ବଢ଼ିବା ପରେ ତାହା କମିଯାଇଛି। ଗୁରୁବାର ଏଠାରେ ରିଟେଲ ଦର ୩୬୦ ଟଙ୍କା ରହିଛି। କିନ୍ତୁ ହୋଲସେଲ ଦର ୩୨୦ରୁ ୩୨୫ ଟଙ୍କା ରହିଛି। ସେହିପରି କମାପଲ୍ଲୀ ରିଟେଲ ମାର୍କେଟରେ କିଲୋ ପିଛା ଦର ୪୦୦ ଟଙ୍କା ରହିଛି। ଏ ସଂକ୍ରାନ୍ତରେ କମାପଲ୍ଲୀ ପରିବା ମାର୍କେଟରେ ଆଳୁ,ପିଆଜ, ରସୁଣ ବିକ୍ରି କରୁଥିବା ବ୍ୟବସାୟୀ ଭୋବନୀ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଚାଷୀଙ୍କଠାରୁ ବେପାରୀମାନେ କିଣି ଷ୍ଟକ ରଖିଦେବାରୁ ଗୁରୁବାର ବଜାରରେ ରସୁଣର ଦାମ ଅହେତୁକ ବଢ଼ିଯାଇଛି। ପୂର୍ବରୁ ରସୁଣ କେଜି ପ୍ରତି ୨୨୦ ଟଙ୍କାରେ ବିକ୍ରି ହେଉଥିଲା। ପରେ ୨୮୦, ୩୨୦ ଟଙ୍କା ଏଭଳି ଦର ବଢ଼ି ବର୍ତ୍ତମାନ କିଣାମୂଲ୍ୟ ୩୬୦ ଟଙ୍କା ପଡିଯାଉଛି। ତେଣୁ ୪୦୦ ଟଙ୍କାରେ ନ ବିକିଲେ କ୍ଷତି ସହିବାକୁ ପଡିବ। ଏ ସମ୍ପର୍କରେ ଓଡ଼ିଶା ବ୍ୟବସାୟୀ ମହାସଂଘ ସଭାପତି ସିଏଚ ରବୀନ୍ଦ୍ର ନାଥ କହିଛନ୍ତି, ରସୁଣ ସାଧାରଣତଃ ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ହରିଆନା ଓ ଓଡ଼ିଶାରେ ଉତ୍ପାଦିତ ହୋଇଥାଏ। ଓଡ଼ିଶାରେ ଯେଉଁ ଅଞ୍ଚଳରୁ ଆଦାୟ ହୁଏ ସେହି ଅଞ୍ଚଳ ପାଇଁ ପର୍ଯ୍ୟାପ୍ତ ନୁହେଁ। ତେଣୁ ବ୍ୟବସାୟୀମାନେ ଅନ୍ୟ ଅଞ୍ଚଳରୁ ଆମଦାନୀ କରିଥାନ୍ତି। ବଡବଜାରରେ ପ୍ରତି ମୁହୂର୍ତ୍ତରେ ଭିନ୍ନ ଭିନ୍ନ ଦର ରହୁଛି। କିନ୍ତୁ ହୋଲସେଲ ଦର ୩୨୦ରୁ ୩୨୫ ଭିତରେ ରହିଛି। ରିଟେଲ ମାର୍କେଟରେ ୩୬୦ରେ ବିକ୍ରି ହେଉଛି। ବାହାର ବଜାରରେ ୪୦୦ ଟଙ୍କାରେ ବିକ୍ରି ହେଉଥିବ। ଏ ସଂକ୍ରାନ୍ତରେ ଗୋଷାଣୀ ନୂଆଗାଁର ଗୃହିଣୀ ବିନିତା ସାହୁଙ୍କୁ ପଚାରିବାରୁ ସେ କହିଲେ, ରସୁଣ ଘରେ ସେଭଳି ବ୍ୟବହାର ହେଉନାହିଁ। ଯଦି ଦର ବୃଦ୍ଧି ହୁଏ ତେବେ ଆଣିବାର
ନାହିଁ। ବିନା ରସୁଣରେ ବି ରୋଷେଇ ହେବ ବୋଲି ସେ କହିଛନ୍ତି।
The post ଦର ବଢ଼ିବାରୁ କମିଛି ବେପାର appeared first on Dharitri Odia News.