ଦଳ ବଦଳାଇ ପୁଣି ରାଜ୍ୟ ସଭାକୁ ଯିବେ କି ମମତା: ରେସ୍‌ରେ ରହିଛି …

ଭୁବନେଶ୍ୱର,୧୪।୮: ରାଜ୍ୟ ସଭା ନିର୍ବାଚନ ପାଇଁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ରାଜ୍ୟ ସଭାକୁ କିଏ ଯିବେ ସେ ନେଇ  ଚର୍ଚ୍ଚା ଜୋର ଧରିଛି। ଏହି ରେସ୍‌ରେ  ନିକଟରେ  ବିଜେଡି ଛାଡ଼ି ଭାଜପାରେ ମିଶିଥିବା ମମତା ମହନ୍ତଙ୍କ ନାଁ  ରହିଛି। ଅନ୍ୟପକ୍ଷେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଥିବା ବେଳେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ଏହି ରେସ୍‌ରେ ଅଛନ୍ତି। ସୂଚନାଯୋଗ୍ୟ, ୯ ରାଜ୍ୟର ୧୨ଟି […] The post ଦଳ ବଦଳାଇ ପୁଣି ରାଜ୍ୟ ସଭାକୁ ଯିବେ କି ମମତା: ରେସ୍‌ରେ ରହିଛି … appeared first on Dharitri Odia News.

ଦଳ ବଦଳାଇ ପୁଣି ରାଜ୍ୟ ସଭାକୁ ଯିବେ କି ମମତା: ରେସ୍‌ରେ ରହିଛି …
ଭୁବନେଶ୍ୱର,୧୪।୮: ରାଜ୍ୟ ସଭା ନିର୍ବାଚନ ପାଇଁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ରାଜ୍ୟ ସଭାକୁ କିଏ ଯିବେ ସେ ନେଇ  ଚର୍ଚ୍ଚା ଜୋର ଧରିଛି। ଏହି ରେସ୍‌ରେ  ନିକଟରେ  ବିଜେଡି ଛାଡ଼ି ଭାଜପାରେ ମିଶିଥିବା ମମତା ମହନ୍ତଙ୍କ ନାଁ  ରହିଛି।
ଅନ୍ୟପକ୍ଷେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଥିବା ବେଳେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ଏହି ରେସ୍‌ରେ ଅଛନ୍ତି।
ସୂଚନାଯୋଗ୍ୟ, ୯ ରାଜ୍ୟର ୧୨ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଆଜିଠୁ ପ୍ରାର୍ଥୀମାନେ ନାମାଙ୍କ ପତ୍ର ଦାଖଲ କରିପାରିବେ। ଅଗଷ୍ଟ ୨୧ରେ ନାମାଙ୍କନ ଦାଖଲର ଶେଷ ଦିନ ହୋଇଥିବାବେଳେ ଅଗଷ୍ଟ ୨୭ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ରହିଛି। ସେପ୍ଟେମ୍ବର ୩ରେ ଭୋଟିଂ ହେବ ଏବଂ ସେହି ଦିନ ଫଳାଫଳ ପ୍ରକାଶ ପାଇବ। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦେଇଛି।
ଓଡ଼ିଶାର ଗୋଟିଏ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ମମତା ମହାନ୍ତଙ୍କ ଇସ୍ତଫା ପରେ ଏହି ଆସନଟି ଖାଲିପଡିଛି।

The post ଦଳ ବଦଳାଇ ପୁଣି ରାଜ୍ୟ ସଭାକୁ ଯିବେ କି ମମତା: ରେସ୍‌ରେ ରହିଛି … appeared first on Dharitri Odia News.