ନଭେମ୍ବର ୧୬ରେ ସରକାରୀ ଛୁଟି ଘୋଷଣା: ଜାଣନ୍ତୁ କାହିଁକି
କଟକ,୨୬/୯ (କାର୍ତ୍ତିକ ସାହୁ):କଟକସ୍ଥିତ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ନଭେମ୍ବର ୧୬କୁ ବିର୍ସା ମୁଣ୍ଡା ଜୟନ୍ତୀ ଉପଲକ୍ଷେ ମୟୂରଭଞ୍ଜ ଜିଲା ପାଇଁ ଆଞ୍ଚଳିକ ସରକାରୀ ଛୁଟି ଘୋଷଣା କରିଛନ୍ତି। ପୂର୍ବରୁ ଏହି ଜିଲା ନିମନ୍ତେ ନଭେମ୍ବର ୧କୁ ଦୀପାବଳି/ କାଳୀପୂଜା ପରଦିନ ପାଇଁ ଆଞ୍ଚଳିକ ସରକାରୀ ଛୁଟି ଘୋଷଣା କରାଯାଇଥିଲା। ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିକାଶ ବିଭାଗ ଏବଂ ମୟୂରଭଞ୍ଜ ଜିଲାପାଳଙ୍କ ଦ୍ୱାରା ଏହି ଦିନକୁ ସରକାରୀ […] The post ନଭେମ୍ବର ୧୬ରେ ସରକାରୀ ଛୁଟି ଘୋଷଣା: ଜାଣନ୍ତୁ କାହିଁକି appeared first on Dharitri Odia News.
କଟକ,୨୬/୯ (କାର୍ତ୍ତିକ ସାହୁ):କଟକସ୍ଥିତ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ନଭେମ୍ବର ୧୬କୁ ବିର୍ସା ମୁଣ୍ଡା ଜୟନ୍ତୀ ଉପଲକ୍ଷେ ମୟୂରଭଞ୍ଜ ଜିଲା ପାଇଁ ଆଞ୍ଚଳିକ ସରକାରୀ ଛୁଟି ଘୋଷଣା କରିଛନ୍ତି। ପୂର୍ବରୁ ଏହି ଜିଲା ନିମନ୍ତେ ନଭେମ୍ବର ୧କୁ ଦୀପାବଳି/ କାଳୀପୂଜା ପରଦିନ ପାଇଁ ଆଞ୍ଚଳିକ ସରକାରୀ ଛୁଟି ଘୋଷଣା କରାଯାଇଥିଲା। ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିକାଶ ବିଭାଗ ଏବଂ ମୟୂରଭଞ୍ଜ ଜିଲାପାଳଙ୍କ ଦ୍ୱାରା ଏହି ଦିନକୁ ସରକାରୀ ଆଞ୍ଚଳିକ ଛୁଟି ଘୋଷଣା ନିମନ୍ତେ ପତ୍ର ମାଧ୍ୟମରେ ପ୍ରସ୍ତାବ ଦିଆଯାଇଥିଲା ବୋଲି କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଦ୍ୱାରା ବୁଧବାର ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଯାଇଛି।
The post ନଭେମ୍ବର ୧୬ରେ ସରକାରୀ ଛୁଟି ଘୋଷଣା: ଜାଣନ୍ତୁ କାହିଁକି appeared first on Dharitri Odia News.