ଦାଦନ ଖଟିବାକୁ ଯାଇଥିଲେ, ମୃତଦେହ ହୋଇ ଗାଁକୁ ଫେରିଲେ
କୋକସରା,୧୯ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲା କୋକସରା ବ୍ଲକରେ ଥମୁନି ଦାଦନ ଯନ୍ତ୍ରଣା। ବ୍ଲକର ଡେଙ୍ଗାଗୁଡା ଗ୍ରାମ ଗୌନ୍ତିଆପଡାର ସନୁ ଛତ୍ରିଆ (୫୬) ଦାଦନ ଖଟିବାକୁ ଗୋଆ ଯାଇଥିବାବେଳେ ରବିବାର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଠିକାସଂସ୍ଥା ସହଯୋଗରେ ସୋମବାର ତାଙ୍କ ମୃତଦେହ ଭିଟାମାଟିକୁ ଫେରିଛି। ସୂଚନା ମତେ ସନୁ ୩ ମାସ ତଳେ ଛତିଶଗଡ଼ର ନିଜ ସମ୍ପର୍କୀୟ ଶଳା ସହ ମିଶି ଗୋଆକୁ ଯାଇ ଏକ ଠିକାସଂସ୍ଥାରେ ଘର ନିର୍ମାଣ […] The post ଦାଦନ ଖଟିବାକୁ ଯାଇଥିଲେ, ମୃତଦେହ ହୋଇ ଗାଁକୁ ଫେରିଲେ appeared first on Dharitri Odia News.
କୋକସରା,୧୯ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲା କୋକସରା ବ୍ଲକରେ ଥମୁନି ଦାଦନ ଯନ୍ତ୍ରଣା। ବ୍ଲକର ଡେଙ୍ଗାଗୁଡା ଗ୍ରାମ ଗୌନ୍ତିଆପଡାର ସନୁ ଛତ୍ରିଆ (୫୬) ଦାଦନ ଖଟିବାକୁ ଗୋଆ ଯାଇଥିବାବେଳେ ରବିବାର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଠିକାସଂସ୍ଥା ସହଯୋଗରେ ସୋମବାର ତାଙ୍କ ମୃତଦେହ ଭିଟାମାଟିକୁ ଫେରିଛି। ସୂଚନା ମତେ ସନୁ ୩ ମାସ ତଳେ ଛତିଶଗଡ଼ର ନିଜ ସମ୍ପର୍କୀୟ ଶଳା ସହ ମିଶି ଗୋଆକୁ ଯାଇ ଏକ ଠିକାସଂସ୍ଥାରେ ଘର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ତେବେ ଶନିବାର ସାରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତଦେହ ପଠାଇବା ପାଇଁ ପରିଜନ ଠିକାସଂସ୍ଥାକୁ ଅନୁରୋଧ ପରେ ଆମ୍ବୁଲାନ୍ସ ଯୋଗେ ମୃତଦେହ ଗାଁରେ ପହଞ୍ଚିଛି। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
The post ଦାଦନ ଖଟିବାକୁ ଯାଇଥିଲେ, ମୃତଦେହ ହୋଇ ଗାଁକୁ ଫେରିଲେ appeared first on Dharitri Odia News.