'ଦାନା' ଆସୁଛି ! ବାତ୍ୟା ପାଇଁ ଲୁହା ଶିକୁଳିରେ ବାନ୍ଧିଲେ ଟ୍ରେନ ଚକା

ଭୁବନେଶ୍ୱର: ଭୀଷଣ ସାମୁଦ୍ରିକ ଝଡ଼ ଦାନାକୁ ନେଇ ଛନକା। ଗର୍ଜନ କଲାଣି ସମୁଦ୍ର। ସୁ ସୁ କଲାଣି ପବନ। ଓଡ଼ିଶାକୁ ବାତ୍ୟା ବେଶୀ ବିପଦ ଥିବା ବେଳେ ଆଲର୍ଟ ହୋଇଛି ପଶ୍ଚିମବଙ୍ଗ। ଦାନାର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ବାତିଲ ହୋଇଛି ଓଡ଼ିଶା-କୋଲକାତା ମଧ୍ୟରେ ଚଳାଚଳ କରୁଥିବା ସମସ୍ତ ଟ୍ରେନ୍। ହାଓ୍ୱାଡାକୁ ଚଳାଚଳ କରୁଥିବା ସବୁ ଟ୍ରେନ୍‌ ବି ଠପ୍‌। ଏହାରି ଭିତରେ ଆସିଛି ଆଶ୍ଚର୍ଯ୍ୟ କଲା ପରି ଚିତ୍ର। ପ୍ରବଳ ବେଗରେ ପବନ ବହିବ। ସେଥିପାଇଁ ଟ୍ରେନ କିପରି ସୁରକ୍ଷିତ ରହିବ ସେନେଇ ଚିନ୍ତା କରିଛନ୍ତି ରେଲଓ୍ୱେ କର୍ତ୍ତୃପକ୍ଷ। କାଳେ ବାତ୍ୟା ଟ୍ରେନକୁ ଉଡ଼ାଇନେବ, ସେନେଇ ଟ୍ରେନ୍‌କୁ ଶକ୍ତ ଚେନରେ ବାନ୍ଧି ଦିଆଯାଉଛି।  ଏହି ଦୃଶ୍ୟ ପଶ୍ଚିମବଙ୍ଗର ହାଓ୍ୱଡାର ଶାଲିମାର ରେଳ ଷ୍ଟେସନ ଦୃଶ୍ୟ।ଦାନାର ପ୍ରଭାବ ଯୋଗୁଁ ଓଡିଶା ଏବଂ ପଡୋଶୀ ରାଜ୍ୟରେ ପ୍ରବଳ ବର୍ଷା ପବନ ହେଉଛି। ପାଣିପାଗ ବିଭାଗ ଅନୁଯାୟୀ  ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରିବ। ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ୨୦୦ରୁ ଅଧିକ ଟ୍ରେନର ଚଳାଚଳ ବାତିଲ କରାଯାଇଛି। ଏଥିରେ ବନ୍ଦେ ଭାରତ, ସୁପରଫାଷ୍ଟ ଟ୍ରେନ୍ ମଧ୍ୟ ସାମିଲ ରହିଛି। ତେବେ ଟ୍ରେନର ସୁରକ୍ଷା ପାଇଁ ସେସବୁକୁ ଟ୍ରାକରେ ବାନ୍ଧି ରଖାଯାଇଛି। ରେଳ ଅଧିକାରୀ କହିଛନ୍ତି ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରୋଟୋକଲ ପାଳନ କରାଯାଉଛି। ରେଳ ଭିତ୍ତିଭୂମି   ଓ ଏହାର ସମ୍ପତ୍ତି ଯେପ

'ଦାନା' ଆସୁଛି ! ବାତ୍ୟା ପାଇଁ ଲୁହା ଶିକୁଳିରେ ବାନ୍ଧିଲେ ଟ୍ରେନ ଚକା

ଭୁବନେଶ୍ୱର: ଭୀଷଣ ସାମୁଦ୍ରିକ ଝଡ଼ ଦାନାକୁ ନେଇ ଛନକା। ଗର୍ଜନ କଲାଣି ସମୁଦ୍ର। ସୁ ସୁ କଲାଣି ପବନ। ଓଡ଼ିଶାକୁ ବାତ୍ୟା ବେଶୀ ବିପଦ ଥିବା ବେଳେ ଆଲର୍ଟ ହୋଇଛି ପଶ୍ଚିମବଙ୍ଗ। ଦାନାର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ବାତିଲ ହୋଇଛି ଓଡ଼ିଶା-କୋଲକାତା ମଧ୍ୟରେ ଚଳାଚଳ କରୁଥିବା ସମସ୍ତ ଟ୍ରେନ୍। ହାଓ୍ୱାଡାକୁ ଚଳାଚଳ କରୁଥିବା ସବୁ ଟ୍ରେନ୍‌ ବି ଠପ୍‌। ଏହାରି ଭିତରେ ଆସିଛି ଆଶ୍ଚର୍ଯ୍ୟ କଲା ପରି ଚିତ୍ର। ପ୍ରବଳ ବେଗରେ ପବନ ବହିବ। ସେଥିପାଇଁ ଟ୍ରେନ କିପରି ସୁରକ୍ଷିତ ରହିବ ସେନେଇ ଚିନ୍ତା କରିଛନ୍ତି ରେଲଓ୍ୱେ କର୍ତ୍ତୃପକ୍ଷ। କାଳେ ବାତ୍ୟା ଟ୍ରେନକୁ ଉଡ଼ାଇନେବ, ସେନେଇ ଟ୍ରେନ୍‌କୁ ଶକ୍ତ ଚେନରେ ବାନ୍ଧି ଦିଆଯାଉଛି।  ଏହି ଦୃଶ୍ୟ ପଶ୍ଚିମବଙ୍ଗର ହାଓ୍ୱଡାର ଶାଲିମାର ରେଳ ଷ୍ଟେସନ ଦୃଶ୍ୟ।

ଦାନାର ପ୍ରଭାବ ଯୋଗୁଁ ଓଡିଶା ଏବଂ ପଡୋଶୀ ରାଜ୍ୟରେ ପ୍ରବଳ ବର୍ଷା ପବନ ହେଉଛି। ପାଣିପାଗ ବିଭାଗ ଅନୁଯାୟୀ  ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରିବ। 

ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ୨୦୦ରୁ ଅଧିକ ଟ୍ରେନର ଚଳାଚଳ ବାତିଲ କରାଯାଇଛି। ଏଥିରେ ବନ୍ଦେ ଭାରତ, ସୁପରଫାଷ୍ଟ ଟ୍ରେନ୍ ମଧ୍ୟ ସାମିଲ ରହିଛି। ତେବେ ଟ୍ରେନର ସୁରକ୍ଷା ପାଇଁ ସେସବୁକୁ ଟ୍ରାକରେ ବାନ୍ଧି ରଖାଯାଇଛି। ରେଳ ଅଧିକାରୀ କହିଛନ୍ତି ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରୋଟୋକଲ ପାଳନ କରାଯାଉଛି। ରେଳ ଭିତ୍ତିଭୂମି   ଓ ଏହାର ସମ୍ପତ୍ତି ଯେପରି ନଷ୍ଟ ନହେବ ଆମେ ସଜାଗ ରହିଛୁ ବୋଲି କହିଛନ୍ତି।

ବାତ୍ୟା ଦାନା ପାଇଁ ପ୍ରଭାବିତ ହେବ ଓଡ଼ିଶାର ୧୧ଟି ଜିଲ୍ଲା। ୨୫ ତାରିଖ ପାଇଁ ବିଭିନ୍ନ ଜିଲ୍ଲାକୁ ରେଡ୍‌ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।  ସବୁଠୁ ଅଧିକ ପ୍ରଭାବିତ ହେବ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା। ବାତ୍ୟାକୁ ଦୃଷ୍ଟିରେ ରଖି ୩ ଲକ୍ଷ ୪୦ ହଜାର ଲୋକ ସ୍ଥାନାନ୍ତରିତ ହୋଇଛନ୍ତି। IMD ଡିଜି କହିଛନ୍ତି, ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କି.ମି଼. ରହିବାର ସମ୍ଭାବନା ରହିଛି । ଗୁରୁବାର ରାତିରୁ ଶୁକ୍ରବାର ସକାଳେ ପବନର ବେଗ ସବୁଠୁ ଅଧିକ ରହିବ । ଏହିସବୁ ଜିଲ୍ଲାରେ ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକରେ ପବନର ବେଗ ଅଧିକ ରହିବ।