ଦାବି ନେଇ ଧାରଣାରେ ଅଙ୍ଗନୱାଡି କର୍ମୀ, ମା’ କୋଳରେ ଶିଝିଲା ନିଷ୍ପାପ ଶିଶୁ

ପୁରୁଷୋତ୍ତମପୁର,୧୬।୨(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ୧୫ ଦଫା ଦାବି ନେଇ ଶୁକ୍ରବାର ଆନ୍ଦୋଳନ କରାଯଇଛି। କର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇ ମହିଳା ଓ ଶିଶୁବିକାଶ କାର୍ଯ୍ୟାଳୟକୁ ଚାବି ପକାଇ ଅଚଳ କରି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଏହି ଆନ୍ଦୋଳନରତ କର୍ମୀମାନେ ଖରାରେ ବସିରହିଥିବା ବେଳେ ଜଣେ କର୍ମୀ ନିଜର ଶିଶୁଟିକୁ ଧରି ଖରାରେ ବସିଥିବା ଦେଖିବାକୁ ମିଳିଛି। ସକାଳଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଥିବା ବେଳେ ଏହି ଶିଶୁଟି […] The post ଦାବି ନେଇ ଧାରଣାରେ ଅଙ୍ଗନୱାଡି କର୍ମୀ, ମା’ କୋଳରେ ଶିଝିଲା ନିଷ୍ପାପ ଶିଶୁ appeared first on Dharitri Odia News.

ଦାବି ନେଇ ଧାରଣାରେ ଅଙ୍ଗନୱାଡି କର୍ମୀ, ମା’ କୋଳରେ ଶିଝିଲା ନିଷ୍ପାପ ଶିଶୁ

ପୁରୁଷୋତ୍ତମପୁର,୧୬।୨(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ୧୫ ଦଫା ଦାବି ନେଇ ଶୁକ୍ରବାର ଆନ୍ଦୋଳନ କରାଯଇଛି। କର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇ ମହିଳା ଓ ଶିଶୁବିକାଶ କାର୍ଯ୍ୟାଳୟକୁ ଚାବି ପକାଇ ଅଚଳ କରି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।
ଏହି ଆନ୍ଦୋଳନରତ କର୍ମୀମାନେ ଖରାରେ ବସିରହିଥିବା ବେଳେ ଜଣେ କର୍ମୀ ନିଜର ଶିଶୁଟିକୁ ଧରି ଖରାରେ ବସିଥିବା ଦେଖିବାକୁ ମିଳିଛି। ସକାଳଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଥିବା ବେଳେ ଏହି ଶିଶୁଟି ଖରାରେ ଶିଝିଥିବା ଘଟଣା ଚର୍ଚ୍ଚାର ବିସୟ ପାଲଟିଛି। ଏହି ନିଷ୍ପାପ ଶିଶୁ କିଛି ଜାଣୁ ନ ଥିବା ବେଳେ ମା’ର ଦାବିକୁ ନେଇ ସେ ମଧ୍ୟ ଆନ୍ଦୋଳୋନରେ ନିଜକୁ ସାମିଲ କରି ଖରାରେ ଶିଝୁଛି।

The post ଦାବି ନେଇ ଧାରଣାରେ ଅଙ୍ଗନୱାଡି କର୍ମୀ, ମା’ କୋଳରେ ଶିଝିଲା ନିଷ୍ପାପ ଶିଶୁ appeared first on Dharitri Odia News.