ଦାରିଙ୍ଗବାଡ଼ିରେ ବାଜି ମାରିଲେ ଶକ୍ତିମୟୀ-ଶ୍ୱେତପଦ୍ମା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ
ଦାରିଙ୍ଗବାଡି, ୪।୬ (ଅରୁଣ ସାହୁ )- କନ୍ଧମାଳ ଜିଲା ଦାରିଙ୍ଗବାଡି ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟ ପରିସର ମଧ୍ୟରେ ବୁଧବାର ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ୨ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଶକ୍ତିମୟୀ ଏବଂ ଶ୍ୱେତପଦ୍ମା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ) ଜିଲା ପ୍ରତିଯୋଗିତାରେ ସାମିଲ ହେବା ପାଇଁ ମନୋନୀତ ହୋଇଛନ୍ତି। ଜିଲା ପ୍ରତିଯୋଗିତାରେ ପ୍ରଥମ କୃତିତ୍ୱ ଅର୍ଜନ କରିଥିବା ଶକ୍ତିମୟୀ ମହିଳା ସ୍ବୟଂ ସହାୟକ […] The post ଦାରିଙ୍ଗବାଡ଼ିରେ ବାଜି ମାରିଲେ ଶକ୍ତିମୟୀ-ଶ୍ୱେତପଦ୍ମା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ appeared first on Dharitri Odia News.
ଦାରିଙ୍ଗବାଡି, ୪।୬ (ଅରୁଣ ସାହୁ )- କନ୍ଧମାଳ ଜିଲା ଦାରିଙ୍ଗବାଡି ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟ ପରିସର ମଧ୍ୟରେ ବୁଧବାର ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ୨ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଶକ୍ତିମୟୀ ଏବଂ ଶ୍ୱେତପଦ୍ମା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ) ଜିଲା ପ୍ରତିଯୋଗିତାରେ ସାମିଲ ହେବା ପାଇଁ ମନୋନୀତ ହୋଇଛନ୍ତି। ଜିଲା ପ୍ରତିଯୋଗିତାରେ ପ୍ରଥମ କୃତିତ୍ୱ ଅର୍ଜନ କରିଥିବା ଶକ୍ତିମୟୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୫ ହଜାର ଏବଂ ଦ୍ୱିତୀୟଙ୍କୁ ୪ ହଜାର ଅର୍ଥ ରାଶି ପୁରସ୍କାର ବାବଦକୁ ପ୍ରଦାନ କରାଯିବ ବୋଲି ଦାରିଙ୍ଗବାଡି ସିଡିପିଓ ସାରାଣୀ ପଣ୍ଡା କହିଛନ୍ତି। ବ୍ଲକସ୍ତରରେ କୃତିତ୍ୱ ପାଇଥିବା ୨ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଟ୍ରଫି ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ମୋଟ ୮ ଟି ସୱୟଂ ସହାୟକ ଗୋଷ୍ଠି ର ୨୪ଜଣ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଡ଼ିଓ ପ୍ରୀତିରଞ୍ଜନ ରଥ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ସିଡିପିଓ ସାଂରାଣୀ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଏଥିରେ ପାରମ୍ପରିକ ଖାଦ୍ୟର ପୁନଃରୁଦ୍ଧାର ସହ ଯୁବପିଢ଼ୀଙ୍କୁ ଏଥିପ୍ରତି ଆକୃଷ୍ଟ କରିବା, ଉନ୍ନତ ସ୍ବାସ୍ଥ୍ୟ ଗଠନ ପାଇଁ ପାରମ୍ପରିକ ଖାଦ୍ୟ ଖାଇବା ଲାଗି ସଚେତନ କରାଯାଇଥିଲା।
The post ଦାରିଙ୍ଗବାଡ଼ିରେ ବାଜି ମାରିଲେ ଶକ୍ତିମୟୀ-ଶ୍ୱେତପଦ୍ମା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ appeared first on Dharitri Odia News.