ଦାରିଙ୍ଗବାଡ଼ିରେ ହେଲା ପ୍ରଚଣ୍ଡ ଶବ୍ଦ: ହଠାତ୍‌ ଥରିବାକୁ ଲାଗିଲା….

ଦାରିଙ୍ଗବାଡି, ୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶନିବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ପ୍ରଚଣ୍ଡ ଶବ୍ଦ ସହ ଘର ଦ୍ୱାର ଥରିବା ଆରମ୍ଭ ଯୋଗୁ ଲୋକେ ଘର, କାର୍ଯ୍ୟାଳୟ ଛାଡି ଭୟରେ ବାହାରକୁ ଆସି ହୋହଲ୍ଲା କରିଥିଲେ। ପ୍ରକାଶ ଯେ, ସକାଳେ ହଠାତ ପ୍ରଚଣ୍ଡ ଶବ୍ଦ ହେବା ସହ ଘରର ଆସବାବପତ୍ର ସହ ଝରକା କବାଟ ଥରିବାରେ ଲାଗିଲା । କିଏ କ’ଣ ବୁଝିବାରୁ ଆଗରୁ ଶବ୍ଦ ସ୍ବଳ୍ପ […] The post ଦାରିଙ୍ଗବାଡ଼ିରେ ହେଲା ପ୍ରଚଣ୍ଡ ଶବ୍ଦ: ହଠାତ୍‌ ଥରିବାକୁ ଲାଗିଲା…. appeared first on Dharitri Odia News.

ଦାରିଙ୍ଗବାଡ଼ିରେ ହେଲା ପ୍ରଚଣ୍ଡ ଶବ୍ଦ: ହଠାତ୍‌ ଥରିବାକୁ ଲାଗିଲା….

ଦାରିଙ୍ଗବାଡି, ୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶନିବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ପ୍ରଚଣ୍ଡ ଶବ୍ଦ ସହ ଘର ଦ୍ୱାର ଥରିବା ଆରମ୍ଭ ଯୋଗୁ ଲୋକେ ଘର, କାର୍ଯ୍ୟାଳୟ ଛାଡି ଭୟରେ ବାହାରକୁ ଆସି ହୋହଲ୍ଲା କରିଥିଲେ।
ପ୍ରକାଶ ଯେ, ସକାଳେ ହଠାତ ପ୍ରଚଣ୍ଡ ଶବ୍ଦ ହେବା ସହ ଘରର ଆସବାବପତ୍ର ସହ ଝରକା କବାଟ ଥରିବାରେ ଲାଗିଲା । କିଏ କ’ଣ ବୁଝିବାରୁ ଆଗରୁ ଶବ୍ଦ ସ୍ବଳ୍ପ ସମୟ ମଧ୍ୟରେ ବନ୍ଦ ହୋଇଯିବା ସହ ଥରିବା ବନ୍ଦ ହୋଇଥିଲା । ପରେ ଏହା ଭୂମିକମ୍ପର ଶବ୍ଦ ଜଣାପଡିବା ପରେ ଲୋକଙ୍କ ମଧ୍ୟରେ ପୁନଶ୍ଚ ହେବା ଆଶଙ୍କାରେ ବିଦ୍ୟାଳୟ ଗୁଡିକରୁ ଛାତ୍ରୀଛାତ୍ର, ଶିକ୍ଷୟତ୍ରୀଶିକ୍ଷକ ସମସ୍ତେ କୋଠରୀରୁ ବାହାରକୁ ବାହାରିଥିଲେ ଏହି ଶବ୍ଦ ଉକ୍ତ ବ୍ଲକର ଦାରିଙ୍ଗବାଡି ସମେତ ସିଆଙ୍ଗବାଲି, ଭ୍ରମରବାଡି, ଗ୍ରୀନବାଡି, ଡବେରୀ ଆଦି ଅଞ୍ଚଳରେ ଅନୁଭୂତ ହୋଇଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି ।

The post ଦାରିଙ୍ଗବାଡ଼ିରେ ହେଲା ପ୍ରଚଣ୍ଡ ଶବ୍ଦ: ହଠାତ୍‌ ଥରିବାକୁ ଲାଗିଲା…. appeared first on Dharitri Odia News.