ଦାରିଙ୍ଗବାଡି ଦେଇ ଯାଉଥିଲା ଗଞ୍ଜେଇ ଭର୍ତ୍ତି କାର୍‌, ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦାରିଙ୍ଗବାଡି, ୨୭। ୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଗଞ୍ଜେଇ ଭର୍ତ୍ତି କାର୍‌ ଯାଉଥିବାବେଳେ ମାଡ଼ିବସିଲା ପୋଲିସ। ଏଥିରେ ଜଣକୁ ଗିରଫ କରିବା ସହ ଏକ ସୁଇଫ୍ଟ କାର୍‌ ସହ ୨ ବସ୍ତା ଗଞ୍ଜେଇ ପୋଲିସ ଜବତ କରିଛି। ଯାହାର ଓଜନ ପ୍ରାୟ ୩୦ କେଜି ୨୬୦ ଗ୍ରାମ ହେବ । ତେବେ ଏଥିରେ ସମ୍ପୃକ୍ତି ଗଞ୍ଜାମ ଜିଲା ରମ୍ଭା ଥାନା ଅଞ୍ଚଳର ରଞ୍ଜିତ ନାହାକଙ୍କୁ ପୋଲିସ ଗିରଫ କରିଥିବା ଆଇଆଇସି କନକ କୁମାର […] The post ଦାରିଙ୍ଗବାଡି ଦେଇ ଯାଉଥିଲା ଗଞ୍ଜେଇ ଭର୍ତ୍ତି କାର୍‌, ମାଡ଼ିବସିଲା ପୋଲିସ, ଆଉ ତା’ପରେ… appeared first on Dharitri Odia News.

ଦାରିଙ୍ଗବାଡି ଦେଇ ଯାଉଥିଲା ଗଞ୍ଜେଇ ଭର୍ତ୍ତି କାର୍‌, ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦାରିଙ୍ଗବାଡି, ୨୭। ୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଗଞ୍ଜେଇ ଭର୍ତ୍ତି କାର୍‌ ଯାଉଥିବାବେଳେ ମାଡ଼ିବସିଲା ପୋଲିସ। ଏଥିରେ ଜଣକୁ ଗିରଫ କରିବା ସହ ଏକ ସୁଇଫ୍ଟ କାର୍‌ ସହ ୨ ବସ୍ତା ଗଞ୍ଜେଇ ପୋଲିସ ଜବତ କରିଛି। ଯାହାର ଓଜନ ପ୍ରାୟ ୩୦ କେଜି ୨୬୦ ଗ୍ରାମ ହେବ । ତେବେ ଏଥିରେ ସମ୍ପୃକ୍ତି ଗଞ୍ଜାମ ଜିଲା ରମ୍ଭା ଥାନା ଅଞ୍ଚଳର ରଞ୍ଜିତ ନାହାକଙ୍କୁ ପୋଲିସ ଗିରଫ କରିଥିବା ଆଇଆଇସି କନକ କୁମାର ମାଝୀ କହିଛନ୍ତି । ପ୍ରକାଶ ଯେ, କନ୍ଧମାଳ ଜିଲାର କୌଣସି ଏକ ସ୍ଥାନରୁ ଗଞ୍ଜେଇ ଭର୍ତ୍ତି କାର୍‌ଟି ଗଞ୍ଜାମ ଯାଉଥିଲା। ହେଲେ କୌଣସି ସୂତ୍ରରୁ ପୋଲିସ ଖବର ପାଇ କନ୍ଧମାଳ -ଗଞ୍ଜାମ ସିମା ବାଇମଲା ଫରେଷ୍ଟ ଚେକ ଗେଟ୍‌ରେ ବ୍ଲକିଂ କରି ଯାଞ୍ଚ କରି ଧରିଥିଲା। ପୋଲିସ ଏହାର ଅଧିକା ତଦନ୍ତ ପରେ ଗଞ୍ଜେଇ ଚୋରାଚାଲାଣରେ ଆଉ କେହି ସମ୍ପୃକ୍ତି ଅଛନ୍ତି କି ନାହାନ୍ତି ତାହା ତଦନ୍ତ କରୁଥିବା ସବଇନ୍ସପେକ୍ଟର ଜୟନ୍ତ ସେଠୀ କହିଛନ୍ତି । ସବଇନ୍ସପେକ୍ଟର ବାସନ୍ତୀ ବେହେରାଙ୍କ ନେତୃତ୍ୱରେ ଗଞ୍ଜେଇ ଭର୍ତ୍ତି କାର୍‌କୁ ପୋଲିସ ଧରିଥିଲା।

The post ଦାରିଙ୍ଗବାଡି ଦେଇ ଯାଉଥିଲା ଗଞ୍ଜେଇ ଭର୍ତ୍ତି କାର୍‌, ମାଡ଼ିବସିଲା ପୋଲିସ, ଆଉ ତା’ପରେ… appeared first on Dharitri Odia News.