ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ମଲ୍ଲିକାର୍ଜୁନ ଖାର୍ଗେ

ଭୁବନେଶ୍ୱର, ୨୮।୧(ଅସମାପିକା ସାହୁ) : ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ତା’ର ରଣନୀତି ସ୍ବରୂପ ଭୁବନେଶ୍ୱରରେ ‘ଓଡ଼ିଶା ବଞ୍ଚାଅ’ ସମାବେଶ କରୁଛି। ଏଆଇସିସି ଅଧ୍ୟକ୍ଷ ଏଥିରେ ଯୋଗଦେଇ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବେ। ମିଳିଥିବା ସୂଚନାନୁସାରେ, ଖାର୍ଗେ ଅପରାହ୍ନ ୧୨ଟା ୪୫ରେ ଭୁବନେଶ୍ୱରରେ ପହଞ୍ଚିବେ। ଅପରାହ୍ନ ସାଢ଼େ ୧ଟା ଭିତରେ ସେ ସମାବେଶରେ ଯୋଗଦେବେ। ଅପରାହ୍ନ ୩ଟାରେ କଂଗ୍ରେସ […] The post ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ମଲ୍ଲିକାର୍ଜୁନ ଖାର୍ଗେ appeared first on Dharitri Odia News.

ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ମଲ୍ଲିକାର୍ଜୁନ ଖାର୍ଗେ

ଭୁବନେଶ୍ୱର, ୨୮।୧(ଅସମାପିକା ସାହୁ) : ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ତା’ର ରଣନୀତି ସ୍ବରୂପ ଭୁବନେଶ୍ୱରରେ ‘ଓଡ଼ିଶା ବଞ୍ଚାଅ’ ସମାବେଶ କରୁଛି। ଏଆଇସିସି ଅଧ୍ୟକ୍ଷ ଏଥିରେ ଯୋଗଦେଇ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବେ।

ମିଳିଥିବା ସୂଚନାନୁସାରେ, ଖାର୍ଗେ ଅପରାହ୍ନ ୧୨ଟା ୪୫ରେ ଭୁବନେଶ୍ୱରରେ ପହଞ୍ଚିବେ। ଅପରାହ୍ନ ସାଢ଼େ ୧ଟା ଭିତରେ ସେ ସମାବେଶରେ ଯୋଗଦେବେ। ଅପରାହ୍ନ ୩ଟାରେ କଂଗ୍ରେସ କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରି ୫ଟାରେ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱରର ଲୋୟର ପିଏମଜିଠାରେ ଓଡ଼ିଶା ବଞ୍ଚାଅ ସମାବେଶ ଆୟୋଜନ କରାଯାଇଛି। ଏଥିରେ କଂଗ୍ରେସ କର୍ମୀ ଓ ନେତାଙ୍କ ସହ ବହୁ ସଂଖ୍ୟାରେ କଂଗ୍ରେସ ସମର୍ଥକ ଯୋଗଦେବେ। ଏଆଇସିସି ଅଧ୍ୟକ୍ଷ ହେବା ପରେ ଖାର୍ଗେଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ।

The post ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ମଲ୍ଲିକାର୍ଜୁନ ଖାର୍ଗେ appeared first on Dharitri Odia News.