ଦିନେ ଓଡ଼ିଶାରେ ଭାଜପାକୁ ସାଇନ୍ବୋର୍ଡ ପାର୍ଟି କୁହାଯାଉଥିଲା,ଆଉ ଏବେ…
ଭୁବନେଶ୍ୱର, ୨୬ା୧୨(ସୁନିତ୍ ମିଶ୍ର):ସମୟ ଥିଲା ଦିନେ ଓଡ଼ିଶାରେ ଭାଜପାକୁ ସାଇନ୍ବୋର୍ଡ ପାର୍ଟି ବୋଲି କୁହାଯାଉଥିଲା। କିନ୍ତୁ ଏବେ ରାଜ୍ୟରେ ଭାଜପାର ଡବଲ ଇଞ୍ଜିନ ସରକାର ଚାଲିଛି। ରାଜ୍ୟରେ ଏବେ ନିର୍ବାଚନୀ ସଂକଳ୍ପପତ୍ର ଘୋଷଣାକୁ ପୂରଣ କରାଯାଉଛି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ପାଇଁ ଭିଜନ-୨୦୩୬ ଲକ୍ଷ୍ୟକୁ ଲୋକଙ୍କ ପାଖରେ ସରକାର ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତିା ଭାଜପା ରାଜ୍ୟ କାର୍ଯ୍ୟାଳୟ ପରିସରରେ ବୁଧବାର ସ୍ବର୍ଗତ ବାଜପେୟୀଙ୍କ ୧୦୦ତମ ଜନ୍ମଦିବସ ପାଳନ ଅବସରରେ ‘ଅଟଳ ସମ୍ମାନ-୨୦୨୪’ […] The post ଦିନେ ଓଡ଼ିଶାରେ ଭାଜପାକୁ ସାଇନ୍ବୋର୍ଡ ପାର୍ଟି କୁହାଯାଉଥିଲା,ଆଉ ଏବେ… appeared first on Dharitri Odia News.
ଭୁବନେଶ୍ୱର, ୨୬ା୧୨(ସୁନିତ୍ ମିଶ୍ର):ସମୟ ଥିଲା ଦିନେ ଓଡ଼ିଶାରେ ଭାଜପାକୁ ସାଇନ୍ବୋର୍ଡ ପାର୍ଟି ବୋଲି କୁହାଯାଉଥିଲା। କିନ୍ତୁ ଏବେ ରାଜ୍ୟରେ ଭାଜପାର ଡବଲ ଇଞ୍ଜିନ ସରକାର ଚାଲିଛି। ରାଜ୍ୟରେ ଏବେ ନିର୍ବାଚନୀ ସଂକଳ୍ପପତ୍ର ଘୋଷଣାକୁ ପୂରଣ କରାଯାଉଛି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ପାଇଁ ଭିଜନ-୨୦୩୬ ଲକ୍ଷ୍ୟକୁ ଲୋକଙ୍କ ପାଖରେ ସରକାର ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତିା ଭାଜପା ରାଜ୍ୟ କାର୍ଯ୍ୟାଳୟ ପରିସରରେ ବୁଧବାର ସ୍ବର୍ଗତ ବାଜପେୟୀଙ୍କ ୧୦୦ତମ ଜନ୍ମଦିବସ ପାଳନ ଅବସରରେ ‘ଅଟଳ ସମ୍ମାନ-୨୦୨୪’ କାର୍ଯ୍ୟକ୍ରମ ଆୟୋଜନ ସହ ସୁଶାସନ ଦିବସ ପାଳିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବଗତଃ ଅଟଳ ବିହାରୀ ବାଜପେୟୀ ଆମ ଭାରତୀୟଙ୍କ ପାଇଁ ସର୍ବଦା ଆଦର୍ଶ ପୁରୁଷ ଓ ପ୍ରେରଣାର ଉତ୍ସ ହୋଇ ରହିବେ। ନିଜର ବ୍ୟକ୍ତିତ୍ୱ ବଳରେ ବିରୋଧୀଙ୍କୁ ବାଜପେୟୀ ଆକର୍ଷିତ କରିପାରୁଥିଲେ। ଏନ୍ଡିଏ ମେଣ୍ଟ ଗଠନକରି ସୁଶାସନ ଦେଇ ଉଦାହରଣ ସୃଷ୍ଟି କରିଥିଲେ। ସେଥିପାଇଁ ଅଟଳଜୀଙ୍କୁ ଅଜାତଶତୁ୍ର ବୋଲି କୁହାଯାଉଥିଲା। ତାଙ୍କ ନୀତି ଓ ଆଦର୍ଶକୁ ଆଧାରକରି ବର୍ତ୍ତମାନ ଭାଜପା ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳ ଭାବେ ଛିଡ଼ା ହୋଇଛି।
ସୁଶାସକ ରୂପେ ଅଟଳଜୀ ନିଜକୁ ପ୍ରତିଷ୍ଠିତ କରାଇବାରେ ସଫଳ ହୋଇଥିବାବେଳେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ଧାରାକୁ ଆଗକୁ ବଢ଼ାଇ ଚାଲିଛନ୍ତି ା ଦେଶର ୨୦ଟି ରାଜ୍ୟରେ ଭାଜପା ନେତୃତ୍ୱାଧୀନ ସରକାର ଗଠନ ହୋଇପାରିଛି ବୋଲି ମୋହନ କହିଛନ୍ତି।
ଏହି ଅବସରରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, କଂଗ୍ରେସ ସରକାର ସମୟରେ ଯେଉଁ ଭାଜପାକୁ ତାତ୍ସଲ୍ୟ କରାଯାଇଥିଲା, ଏବେ ସେହି ପାର୍ଟି ବିଶ୍ୱର ସର୍ବବୃହତ୍ ଦଳର ମର୍ଯ୍ୟାଦା ଲାଭ କରିଛି। ବାଜପେୟୀଙ୍କ ନେତୃତ୍ୱରେ ସୁଶାସନ କାହାକୁ କୁହାଯାଏ, ତାହା ପୂରା ବିଶ୍ୱ ଦେଖିଲା। ଅଟଳଜୀଙ୍କ ପ୍ରେରଣାକୁ ପାଥେୟକରି ଓଡ଼ିଶାକୁ ଭାରତବର୍ଷର ଶ୍ରେଷ୍ଠ ଓ ସମୃଦ୍ଧଶୀଳ ରାଜ୍ୟ ଭାବେ ଗଢ଼ି ତୋଳିବା ଆମର ଲକ୍ଷ୍ୟ ବୋଲି ସାମଲ କହିଛନ୍ତି। ବାଜପେୟୀଙ୍କ ମାର୍ଗରେ ଆମେ ସମସ୍ତେ ଆଗକୁ ବଢ଼ିବା ଆବଶ୍ୟକ ବୋଲି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର କହିଛନ୍ତି। ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ସ୍ବର୍ଗତ ବାଜପେୟୀ ଓଡ଼ିଶାବାସୀଙ୍କୁ ଅନ୍ତରର ସହ ଭଲ ପାଉଥିଲେ। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସବୁ ଜାଗାରେ ପ୍ରଶଂସିତ ହେଉଛି ଏବଂ ଏହାର ପ୍ରରିକଳ୍ପନା ସ୍ବର୍ଗତ ବାଜପେୟୀ କରିଥିଲେ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମ ଅବସରରେ ଅଟଳଜୀଙ୍କ ଜୀବନୀ ଉପରେ ଆଧାରିତ ପ୍ରଦର୍ଶନୀ ଏବଂ ବାଜପେୟୀଙ୍କ ବାଲୁକାକୃତିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନମୋହନ ସାମଲ, ବିଜୟପାଲ ସିଂହ ତୋମାର, ସମୀର ମହାନ୍ତି ପ୍ରମୁଖ ଉଦ୍ଘାଟନ କରିଛନ୍ତି। ବରିଷ୍ଠ ରାଜନେତା, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଭାଜପା ରାଜ୍ୟ ସଭାପତି ବିମ୍ବାଧର କୁଅଁରଙ୍କୁ ୯ମ ‘ଅଟଳ ସମ୍ମାନ-୨୦୨୪’ରେ ସମ୍ମାନିତ କରାଯାଇଥିଲା।
The post ଦିନେ ଓଡ଼ିଶାରେ ଭାଜପାକୁ ସାଇନ୍ବୋର୍ଡ ପାର୍ଟି କୁହାଯାଉଥିଲା,ଆଉ ଏବେ… appeared first on Dharitri Odia News.