ଦିନେ ପାଣିକୁ ଲାଗୁଥିଲା ଡର, ଅଲିମ୍ପିକ୍ସରେ ଗୌରବ ଆଣିବେ ଧିନିନ୍ଦୀ ଦେସିଂହିୁ
ନୂଆଦିଲ୍ଲୀ ୨୬/୦୭: ବିଶ୍ୱର ସବୁଠୁ ବଡ କ୍ରୀଡା ମହାକୁମ୍ଭ । କମ୍ପିଟ୍ କରିବେ ଏକାଧିକ ପ୍ରତିଯୋଗୀ । ୧୦,୦୦୦ରୁ ଅଧିକ ଆଥ୍ଲେଟ୍ ପଦକ ଦାବିଦାର । ଖାସ୍ କରି ଭାରତର ୧୧୭ ଆଥଲେଟ୍ଙ୍କ ଉପରେ ନଜର । ଏଥର ଅଲିମ୍ପିକ୍ସରେ ବ୍ରେକ୍ ଡ୍ୟାନ୍ସ, ସ୍ପୋର୍ଟ୍ସ କ୍ଲାଇମ୍ୱିଂ ଏବଂ ସ୍କେଟ୍ ବୋର୍ଡିଂ ଭଳି କିଛି ନୂଆ ଇଭେଣ୍ଟକୁ ଚାନ୍ସ । ତେବେ ଟୋକିଓ ଅଲିମ୍ପିକ୍ସ ଅପେକ୍ଷା ପ୍ୟାରିସ୍ ଅଲିମ୍ପିକ୍ସରୁ ଭାରତ ରଖିଛି ବହୁତ ଆଶା । ଅନେକ ଭାରତୀୟ ଖେଳାଳି ଦମ୍ଦାର ପ୍ରଦର୍ଶନ ଜାରି ରଖିବେ ବୋଲି ସମସ୍ତଙ୍କ ରହିଛି ନଜର । ଖାସ୍ କରି ଧିନିନ୍ଦୀ ଦେସିଂହୁଙ୍କ ଉପରେ ବେଶି ଭରସା । ଭାରତର କନିଷ୍ଠ ଆଥଲେଟ୍ ଧିନିନ୍ଦି ଦେସିଂହୁ । ବର୍ତ୍ତମାନ ତାଙ୍କ ବୟସ ମାତ୍ର ୧୪ । ବର୍ତ୍ତମାନ ସେ ନବମ ଶ୍ରେଣୀ ଛାତ୍ରୀ । ମହିଳା ୨୦୦ ମିଟର ଫ୍ରିଷ୍ଟାଇଲରେ କରିବେ ଏଣ୍ଟ୍ରି । ବିଶ୍ୱବିଦ୍ୟାଳୟ କୋଟା ମାଧ୍ୟମରେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜିଥିଲେ ଦେସିଂହୁ । ପୂର୍ବରୁ ମହିଳା ସନ୍ତରଣକାରୀ ଆରତୀ ସାହା ଥିଲେ ଏହି ରେକର୍ଡର ଅଧିକାରୀ । ୧୯୫୨ ହେଲସିଙ୍କି ଅଲିମ୍ପିକ୍ସରେ ଭାଗ ନେଇଥିଲେ ଆରତୀ । ସେତେବଳକୁ ତାଙ୍କ ବୟସ ଥିଲା ମାତ୍ର ୧୧ ବର୍ଷ । ମେ ୧୭, ୨୦୧୦ ବେଙ୍ଗାଲୁରୁରେ ଧିନିନ୍ଦି ଦେସିଂହୁଙ୍କ ଜନ୍ମ । ମାତ୍ର ୮ ବର୍ଷ ବୟସରେ ଆରମ୍ଭ କରିଥିଲେ ସ୍ୱିମିଂ। ଆମେରିକାର ୭ ଥରର ଅଲିମ୍ପିକ୍ସ ଗୋଲ୍ଡ ବିଜେତା କେଟି ଲେଡେକିଙ୍କୁ ମାନନ୍ତି ଆଦର୍ଶ । ତେବେ ଆଶ୍
ନୂଆଦିଲ୍ଲୀ ୨୬/୦୭: ବିଶ୍ୱର ସବୁଠୁ ବଡ କ୍ରୀଡା ମହାକୁମ୍ଭ । କମ୍ପିଟ୍ କରିବେ ଏକାଧିକ ପ୍ରତିଯୋଗୀ । ୧୦,୦୦୦ରୁ ଅଧିକ ଆଥ୍ଲେଟ୍ ପଦକ ଦାବିଦାର । ଖାସ୍ କରି ଭାରତର ୧୧୭ ଆଥଲେଟ୍ଙ୍କ ଉପରେ ନଜର । ଏଥର ଅଲିମ୍ପିକ୍ସରେ ବ୍ରେକ୍ ଡ୍ୟାନ୍ସ, ସ୍ପୋର୍ଟ୍ସ କ୍ଲାଇମ୍ୱିଂ ଏବଂ ସ୍କେଟ୍ ବୋର୍ଡିଂ ଭଳି କିଛି ନୂଆ ଇଭେଣ୍ଟକୁ ଚାନ୍ସ । ତେବେ ଟୋକିଓ ଅଲିମ୍ପିକ୍ସ ଅପେକ୍ଷା ପ୍ୟାରିସ୍ ଅଲିମ୍ପିକ୍ସରୁ ଭାରତ ରଖିଛି ବହୁତ ଆଶା । ଅନେକ ଭାରତୀୟ ଖେଳାଳି ଦମ୍ଦାର ପ୍ରଦର୍ଶନ ଜାରି ରଖିବେ ବୋଲି ସମସ୍ତଙ୍କ ରହିଛି ନଜର । ଖାସ୍ କରି ଧିନିନ୍ଦୀ ଦେସିଂହୁଙ୍କ ଉପରେ ବେଶି ଭରସା ।
ଭାରତର କନିଷ୍ଠ ଆଥଲେଟ୍ ଧିନିନ୍ଦି ଦେସିଂହୁ । ବର୍ତ୍ତମାନ ତାଙ୍କ ବୟସ ମାତ୍ର ୧୪ । ବର୍ତ୍ତମାନ ସେ ନବମ ଶ୍ରେଣୀ ଛାତ୍ରୀ । ମହିଳା ୨୦୦ ମିଟର ଫ୍ରିଷ୍ଟାଇଲରେ କରିବେ ଏଣ୍ଟ୍ରି । ବିଶ୍ୱବିଦ୍ୟାଳୟ କୋଟା ମାଧ୍ୟମରେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜିଥିଲେ ଦେସିଂହୁ । ପୂର୍ବରୁ ମହିଳା ସନ୍ତରଣକାରୀ ଆରତୀ ସାହା ଥିଲେ ଏହି ରେକର୍ଡର ଅଧିକାରୀ । ୧୯୫୨ ହେଲସିଙ୍କି ଅଲିମ୍ପିକ୍ସରେ ଭାଗ ନେଇଥିଲେ ଆରତୀ । ସେତେବଳକୁ ତାଙ୍କ ବୟସ ଥିଲା ମାତ୍ର ୧୧ ବର୍ଷ ।
ମେ ୧୭, ୨୦୧୦ ବେଙ୍ଗାଲୁରୁରେ ଧିନିନ୍ଦି ଦେସିଂହୁଙ୍କ ଜନ୍ମ । ମାତ୍ର ୮ ବର୍ଷ ବୟସରେ ଆରମ୍ଭ କରିଥିଲେ ସ୍ୱିମିଂ। ଆମେରିକାର ୭ ଥରର ଅଲିମ୍ପିକ୍ସ ଗୋଲ୍ଡ ବିଜେତା କେଟି ଲେଡେକିଙ୍କୁ ମାନନ୍ତି ଆଦର୍ଶ । ତେବେ ଆଶ୍ଚର୍ଯ୍ୟର ବିଷୟ, ପିଲାଦିନେ ପାଣିକୁ ଯିବା ଡରୁଥିଲେ ଏହି ସନ୍ତରଣକାରୀ । ପାଖାପାଖି ଦୁଇବର୍ଷ ଏମିତି ଥିଲା ତାଙ୍କର ସ୍ୱିମିଂ ପ୍ରତି ଅନୁଭୂତି । କିନ୍ତୁ ତାଙ୍କର ଏହି ଡରକୁ ଦୂର କରିଥିଲେ ବାପା-ମାଆ । ଉଭୟ ପୁଲ୍ରେ ପହଁରିବା ସହ ଝିଅର ବଢାଇଥିଲେ ମନୋବଳ । ଆଉ ଏଇଠୁ ବଦଳିଥିଲା ଜୀବନର ଗତିପଥ ।
ଧିନିନ୍ଦିଙ୍କ ରକ୍ତରେ ରହିଛି ଆଥ୍ଲେଟ୍ । କାରଣ ତାଙ୍କ ମାଆ ଜେସିଥା ବିଜୟନ ଥିଲେ ଜଣେ ଖୋ-ଖୋ ଖେଳାଳି । ମାଆ କୋଝିକୋଡ ପୁଥିଆଙ୍ଗାଡିର ହୋଇଥିବାବେଳେ ବାପା ଦେସିଂହୁ ଥିଲେ ତାମିଲନାଡୁର ମୂଳ ବାସିନ୍ଦା । ଦ୍ରୋଣାଚାର୍ଯ୍ୟ ବିଜେତା ନିହାର ଅମିନ୍ ଏବଂ ମଧୁ କୁମାରଙ୍କ ନିକଟରେ ନେଉଥିଲେ ଟ୍ରେନିଂ । ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବେ ସେ ବିଶ୍ୱବିଜେତା ହେବାକୁ ଯାଉଛନ୍ତି ।